Make In India: କାମ କଲା ମୋଦିଙ୍କ ମନ୍ତ୍ର, ଆଠ ବର୍ଷରେ ଗଦା ହୋଇଗଲା ବିଦେଶୀ ପୁଞ୍ଜି
Advertisement

Make In India: କାମ କଲା ମୋଦିଙ୍କ ମନ୍ତ୍ର, ଆଠ ବର୍ଷରେ ଗଦା ହୋଇଗଲା ବିଦେଶୀ ପୁଞ୍ଜି

Make In India: Make In India ନୀତିକୁ ଆଠ ବର୍ଷ ପୂରିଛି। ଏହି ଅବସରରେ ରବିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ Make In India ନୀତିକୁ ସେତେବେଳେ ବିରୋଧି ଖୁବ ନିନ୍ଦା କରିଥିଲେ। ଏହାକୁ ନେଇ କଟାକ୍ଷ ମଧ୍ୟ କରିଥିଲେ। 

Make In India: କାମ କଲା ମୋଦିଙ୍କ ମନ୍ତ୍ର, ଆଠ ବର୍ଷରେ ଗଦା ହୋଇଗଲା ବିଦେଶୀ ପୁଞ୍ଜି

Make In India, ନୂଆଦିଲ୍ଲୀ: ସଫଳ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନ। କାମ କରୁଛି Make In India ଗୁରୁମନ୍ତ୍ର। ଦେଶରେ ବିଦେଶି ପୁଞ୍ଜି ନିବେଶ ୮୦ ବିଲିୟନ ଡଲାର ଟପିଲା। ରବିବାର Make In India କାର୍ଯ୍ୟକ୍ରମର ୮ ବର୍ଷ ପୂର୍ତ୍ତି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ସର୍ବାଧିକ ବିଦେଶୀ ପୁଞ୍ଜି ନେବେଶ ହୋଇଥିବା ସଦ୍ୟତମ ରିପୋର୍ଟରୁ ଜଣାପଡିଛି।

Make In India ନୀତିକୁ ଆଠ ବର୍ଷ ପୂରିଛି। ଏହି ଅବସରରେ ରବିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ Make In India ନୀତିକୁ ସେତେବେଳେ ବିରୋଧି ଖୁବ ନିନ୍ଦା କରିଥିଲେ। ଏହାକୁ ନେଇ କଟାକ୍ଷ ମଧ୍ୟ କରିଥିଲେ। ଏପରି କି Make In India କାର୍ଯ୍ୟକ୍ରମ ସଫଳ ହେବନାହିଁ ବୋଲି ସେମାନେ କହିଥିଲେ। କିନ୍ତୁ ଆଜି ତାହା ବିରୋଧିଙ୍କ ମୁହଁରେ ଚାପୁଡା ମିରିଲା ଭଳି ଜବାବ ଦେଇଛି। Make In Indiaର ରେଜଲ୍ଟର କେବଳ ଭାରତ ନୁହଁ ବିଦେଶକୁ ମଧ୍ୟ ଆବାକ କହିଦେଇଛି। ଆଠ ବର୍ଷରେ ଭାରତରେ ବିଦେଶୀ ପୁଞ୍ଜି ନିବେଶ ତିନି ଗୁଣା ବୃଦ୍ଧି ପାଇଛି। 

Also Read: କଞ୍ଜୁସ୍ ଲକ୍ଷପତି ସଫେଇ କର୍ମଚାରୀ! ମୃତ୍ୟୁ ପର୍ଯ୍ୟନ୍ତ ଉଠାଇନଥିଲେ ଦରମା, ଟଙ୍କା ସରିବ ବୋଲି...

ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ୍ ପ୍ରେସମିଟରେ କହିଛନ୍ତି ଯେ, ଆଠ ବର୍ଷ ତଳେ ଭାରତରେ ବିଦେଶୀ ପୁଞ୍ଜି ନିବେଶ ମାତ୍ର ୨୫ରୁ ୩୦ ବିଲିୟନ ଡଲାର ଥିଲା। କିନ୍ତୁ ବର୍ତ୍ତମାନ ଏହା ୮୦ରୁ ୧୦୦ ବିଲିୟନ ଡଲାରରେ ପହଞ୍ଚିବାକୁ ଯାଉଛି। କେବଳ  ପ୍ରତିରକ୍ଷା କ୍ଷେତ୍ରରେ ୩୫ରୁ ୪୦ ବିଲିୟନ ଡଲାର ବିନୀଯୋଗ ହୋଇଛି। ସଦ୍ୟ ରିପୋର୍ଟ ଅନୁସାରେ ୨୦୨୨ ସୁଦ୍ଧା ଭାରତରେ ବିଦେଶୀ ପୁଞ୍ଜି ନିବେଶ ୮୩ ବିଲିୟନରୁ ଊର୍ଦ୍ଧ୍ୱ ଡଲାର ବୋଲି ଜଣାପଡିଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତକୁ ସେମିକଣ୍ଡକଟର ହବ୍ କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି।

ଭାରତର ପ୍ରତିରକ୍ଷା ପରେ ଇଲେକ୍ରୋନିକ୍ସରେ ଅଧିକ ପୁଞ୍ଜି ନିବେଶ ହୋଇଛି। ସାମସଙ୍ଗ, ଆପଲ ଭଳି କମ୍ପାନୀ ଭାରତରେ ପୁଞ୍ଜି ନିବେଶ କରିଛନ୍ତି। ଟେସଲା ମଧ୍ୟ ଭାରତୀୟ ବଜାରରେ ପ୍ରବେଶ କରିବା ନେଇ ଖୁବ ଉତ୍ସାହିତ ଥିଲା। କିନ୍ତୁ ସରକାରଙ୍କ ଯେଉଁ ଭଳି ଚୁକ୍ତି କରିବାକୁ କହିଲେ ସେଥିରେ ଏଲୋନ ମସ୍କ ରାଜି ହେଲେ ନାହିଁ। ଭାରତରେ ବ୍ୟବସାୟ କରିବାକୁ ହେଲେ ଭାରତରେ ହିଁ ଟେସଲାର ପ୍ଲାଣ୍ଟ ବସାଇବାକୁ ସରକାର କହିଥିଲେ। ତେବେ ଏବେ ମଧ୍ୟ ସରକାରଙ୍କ କୋହଳ ନୀତିକୁ ଟେସଲା ଅପେକ୍ଷା କରିଛି।

Also Read: Metro Rail: ଟ୍ୱିନସିଟିରେ ଗଡିବ ମେଟ୍ରୋ ଟ୍ରେନ୍! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଦଶନ୍ଧୀ ପୂର୍ବେ କିଏ ମଧ୍ୟ ଚିନ୍ତା କରିନଥିଲେ ଯେ, ପ୍ରତିରକ୍ଷା କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭରଶୀଳ ଭାରତ ଦିନେ ନିଜେ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବ। କିନ୍ତୁ ମେକ ଇନ ଇଣ୍ଡିଆ ପାଇଁ ଆଜି ଏବା ସଫଳ ହୋଇପାରିଛି। ଭାରତ ଆଜି ବ୍ରୋହ୍ମସ ଭଳି ଶକ୍ତିଶାଳୀ କ୍ଷେପଣାସ୍ତ୍ର ଠାରୁ ଆରମ୍ଭ କରି ତେଜସ ପରି ଯୁଦ୍ଧ ବିମାନ ରପ୍ତାନୀ କରିବାକୁ ଯାଉଛି। ଭାରତର ଉତ୍ପାଦ ନିର୍ଭରଯୋଗ୍ୟ ଓ ଏହାର ଗୁଣବତ୍ତା ଭଲ, ଶସ୍ତା ଶ୍ରମିକ ତେଣୁ ବିଦେଶୀ ଦେଶ ଗୁଡିକ ଭାରତରେ ପୁଞ୍ଜି ଖଟାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଏହା ବ୍ୟତୀତ କୋରୋନା କାଳରେ ମଧ୍ୟ ଭାରତ ତାର ସ୍ୱାସ୍ଥ୍ୟ କ୍ଷେତ୍ରେର ଅତି ଚମତ୍କାର ପ୍ରଦର୍ଶନ କରିଛି। ମହାମାରୀକୁ ପ୍ରତିହତ କରିବା ପାଇଁ ଭାରତରେ କୋଭାକ୍ସିନ୍, କୋଭିସିଲ୍ଡ ପରି କୋଭିଡ୍ ଟିକା ଉତ୍ପାଦନ କରିଛି। କେବଳ ଉତ୍ପାଦନ କରିନାହିଁ ବିଦେଶକୁ ମଧ୍ୟ ଦେଇଛି। ଭାରତ ଅକ୍ସିଜେନ୍ ପ୍ଲାଣ୍ଟଠୁ ଆରମ୍ଭ କରି ଅକ୍ସିଜେନ ସିଲିଣ୍ଡ ଓ ପିପିଇ କିଟ୍ ମଧ୍ୟ ନିର୍ମାଣ କରିଛି। ମେକ ଇନ ଇଣ୍ଡିଆ ଭାରତର ଆଗାମୀ ଭବିଷ୍ୟତ ପାଇଁ ନିର୍ଣ୍ଣାକୟ ସାବ୍ୟସ୍ତ ହେବ। ଭାରତ ଏଭଳି ବିଦେଶୀ କମ୍ପାନୀ ବା ଶୀଳ୍ପପତିଙ୍କୁ ଆକୃଷ୍ଟ କରେ, ତେବେ ତାହା ଖୁବଶୀଘ୍ର ମେକ ଇନ ଇଣ୍ଡିଆ ଗ୍ଲୋବାଲ ଇଣ୍ଡଆରେ ପରିଣତ ହେବ।