ଆଧୁନିକ ଯୁଗର ନୋସ୍ତ୍ରେଦମସ୍! ରାଣୀ ଏଲିଜାବେଥଙ୍କ ମୃତ୍ୟୁ ସମେତ ଏହି ଭବିଷ୍ୟବାଣୀ ହୋଇଛି ସତ, ବର୍ତ୍ତମାନ ତୃତୀୟ ବିଶ୍ୱଯୁଦ୍ଧର ଦେଲେ ଚେତାବନୀ
Advertisement

ଆଧୁନିକ ଯୁଗର ନୋସ୍ତ୍ରେଦମସ୍! ରାଣୀ ଏଲିଜାବେଥଙ୍କ ମୃତ୍ୟୁ ସମେତ ଏହି ଭବିଷ୍ୟବାଣୀ ହୋଇଛି ସତ, ବର୍ତ୍ତମାନ ତୃତୀୟ ବିଶ୍ୱଯୁଦ୍ଧର ଦେଲେ ଚେତାବନୀ

World War 3 Prediction: ବ୍ରାଜିଲର ଅଥୋସ୍ ସାଲୋନ ଭବିଷ୍ୟବାଣୀ କରିଛନ୍ତି । ଆଥୋସ୍ ଦାବି କରିଛନ୍ତି ଯେ, କୋରୋନା ମହାମାରୀ ଓ ରାଣୀ ଏଲିଜାବେଥଙ୍କ ମୃତ୍ୟୁ ବିଷୟରେ ଭବିଷ୍ୟବାଣୀ କରିଛନ୍ତି । ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଅଥୋସ୍ ମଧ୍ୟ ଏକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ସହିତ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଛି । 

ଆଧୁନିକ ଯୁଗର ନୋସ୍ତ୍ରେଦମସ୍! ରାଣୀ ଏଲିଜାବେଥଙ୍କ ମୃତ୍ୟୁ ସମେତ ଏହି ଭବିଷ୍ୟବାଣୀ ହୋଇଛି ସତ, ବର୍ତ୍ତମାନ ତୃତୀୟ ବିଶ୍ୱଯୁଦ୍ଧର ଦେଲେ ଚେତାବନୀ

ନୂଆଦିଲ୍ଲୀ: Athos Salome: ବ୍ରାଜିଲର ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଆଧୁନିକ ନୋସ୍ତ୍ରେଦମସ୍ (Modern day Nostradamus) ବୋଲି କୁହାଯାଇଥାଏ । ଏହି ବ୍ୟକ୍ତିର ନାମ ହେଉଛି ଅଥୋସ୍ ସାଲୋମ (Athos Salome) । ଆଥୋସ୍ ଦାବି କରିଛନ୍ତି ଯେ, ସେ କୋରୋନା ମହାମାରୀ (COVID-19), ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ଏବଂ ଏଲୋନ ମସ୍କଙ୍କ ଟ୍ୱିଟର କିଣିବା ଉଦ୍ୟମ ବିଷୟରେ ପ୍ରଥମରୁ ହିଁ ଭବିଷ୍ୟବାଣୀ କରିଦେଇଥିଲେ । ଏହା ସହିତ ଅଥୋସ ଦାବି କରିଛନ୍ତି ଯେ,  ଏଲୋନ୍ ମସ୍କଙ୍କ ହ୍ୟୁମାନୋଇଡ୍ ଘୋଷଣା ହେବା ପୂର୍ବରୁ ସେ ଏହା ବିଷୟରେ ଭବିଷ୍ୟବାଣୀ କରିଥିଲେ । ବର୍ତ୍ତମାନ ଅଥୋସ୍ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ,  ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଛି । ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବିଷୟରେ ସେ କହିଛନ୍ତି ଯେ, ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଏହା ଆରମ୍ଭ ହୋଇଛି ।

ତଥାପି, ତାଙ୍କର ଅନେକ ସମାଲୋଚକ ଅଛନ୍ତି, ଯେଉଁମାନେ ତାଙ୍କୁ ଜଣେ ଅନୁମାନକାରୀ ଓ ଭବିଷ୍ୟ‌ଦ୍‌ବକ୍ତା ହେବାର ଛଳନା କରୁଥିବା ବ୍ୟକ୍ତି ବୋଲି ଭାବନ୍ତି । ଏହି ବିଷୟରେ ସେ କହିଛନ୍ତି ଯେ, ମୁଁ ନିଜକୁ ଜଣେ ଭବିଷ୍ୟ‌ଦ୍‌ବକ୍ତା ବୋଲି ଭାବୁ ନାହିଁ । ମୁଁ ଏଥିରେ ବିଶ୍ୱାସ କରେ ନାହିଁ । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ବିଜ୍ଞାନ ମଧ୍ୟ ମୋର ଦକ୍ଷତାକୁ ସ୍ୱୀକାର କରେ । କିଛି ମାସ ପୂର୍ବରୁ ମୋର ଭବିଷ୍ୟବାଣୀ ତାଲିକା ଓ ମୁଁ ଏକ ଯାନ୍ତ୍ରିକ ବିଶ୍ଳେଷଣ ଦେଇ ଗତି କରିଛି, ଯାହା ମାଧ୍ୟମରେ କୌଣସି ପ୍ରକାରର ଟ୍ରିକର କୌଣସି ବିଷୟରେ ଜଣାପଡ଼ି ନଥିଲା । ୧୨ ବର୍ଷ ବୟସରେ ମୁଁ ଅନୁଭବ କଲି ଯେ ମୁଁ ଅନ୍ୟମାନଙ୍କଠାରୁ ଭିନ୍ନ ଅଟେ । ଯେଉଁ ଘଟଣା ଉପରେ ମୋର କୌଣସି ନିୟନ୍ତ୍ରଣ ନାହିଁ, ମୋତେ ସେହି ଘଟଣାଗୁଡ଼ିକ ବିଷୟରେ କହିବାକୁ ଭଲ ଲାଗେ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବେଳେବେଳେ ମୋତେ ମୋ ନିଜ ଉପରେ ମଧ୍ୟ ସନ୍ଦେହ ହୋଇଥାଏ । କାରଣ ଅନେକ ଥର ମୁଁ ଏପରି କଥା କହୁଛି, ଯାହା ସମ୍ଭବ ମନେ ହେଉ ନଥିଲା, କିନ୍ତୁ କିଛି ସମୟ ପରେ ଏହା ସତ ହୋଇଯାଏ । ସେ ତାଙ୍କର ଦକ୍ଷତାକୁ ଭଗବାନଙ୍କ ଆଶୀର୍ବାଦ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ମଣିଷ ଇଶ୍ବରଙ୍କ ଏକ ଅଂଶରେ ନିର୍ମିତ, ତେଣୁ ସେ ମଧ୍ୟ ଅଧା ଭଗବାନ ଅଟନ୍ତି ।

ଅଧିକ ପଢ଼ନ୍ତୁ:-ଯଦି ଲଭ୍ ପାର୍ଟନର ସହ ହୋଇଯାଏ ଝଗଡ଼ା, ତେବେ ପରେ କରନ୍ତୁ ନାହିଁ ଏସବୁ କାମ

ଅଥୋସ୍ ସାଲୋମ (Athos Salome) ଆଗକୁ କହିଛନ୍ତି ଯେ, ମୋର ବିଶ୍ୱାସ ଯେ ମୋତେ ଏହି ଦୁନିଆର ଲୋକଙ୍କୁ ସାହାଯ୍ୟ କରିବାକୁ ପଠାଯାଇଛି । ମୋତେ କେବଳ ଭବିଷ୍ୟତ ବିଷୟରେ କହିବାର ଉପହାର ମିଳିନାହିଁ, ବରଂ ଲୋକମାନେ ନିଜ ଜୀବନରେ କ’ଣ ଖୋଜୁଛନ୍ତି ତାହା ମଧ୍ୟ ମୁଁ ଜାଣେ ପାରେ । ସାଲୋମ ଦାବି କରିଛନ୍ତି ଯେ, ସେ ନିଜେ ୨୦୧୨ରେ କୋରୋନା ମହାମାରୀର ଭବିଷ୍ୟବାଣୀ କରିଥିଲେ । ଏହା ସହିତ ସେ କହିଛନ୍ତି ଯେ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୪୪ ଦିନ ପୂର୍ବରୁ ସେ ଏହା ଘୋଷଣା କରିଦେଇଥିଲେ ।

ଏଠାରେ କହି ରଖୁଛୁ ଯେ, ନୋସ୍ତ୍ରେଦମସ (Nostradamus) ଙ୍କ ପ୍ରସିଦ୍ଧ ପୁସ୍ତକ 'ଲେସ୍ ପ୍ରଫିଟିସ୍' (Les Profetis) ରେ ଭବିଷ୍ୟତ ବିଷୟରେ ଲେଖାଯାଇଛି । ୧୫୫୫ ମସିହାରେ ଫ୍ରାନ୍ସର ଜ୍ୟୋତିଷ ନୋସ୍ତ୍ରେଦମସଙ୍କ ପ୍ରସିଦ୍ଧ ପୁସ୍ତକ ପ୍ରକାଶିତ ହୋଇଥିଲା । ଏଥିରେ ଓ ତାଙ୍କର ୯୪୨ କବିତା ମାଧ୍ୟମରେ ସେ ଭବିଷ୍ୟବାଣୀ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୋସ୍ତ୍ରେଦମସ୍ (Nostradamus) ତାଙ୍କ ପୁସ୍ତକରେ ୧୭୮୯ର ଫ୍ରେଞ୍ଚ ବିପ୍ଳବ (French Revolution 1789) ବିଷୟରେ ଲେଖି ଥିଲେ । କେବଳ ଏତିକି ନୁହେଁ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ (World War II) ର ମଧ୍ୟ ପୂର୍ବାନୁମାନ କରିଥିଲେ ।