microsoft outage today: ମାଇକ୍ରୋସଫ୍ଟ ସର୍ଭରରେ ସମସ୍ୟା, ରେଳ ଠାରୁ ବିମାନ ଚଳାଚଳରେ ବ୍ୟାହାତ; ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ
Advertisement
Article Detail0/zeeodisha/odisha2343390

microsoft outage today: ମାଇକ୍ରୋସଫ୍ଟ ସର୍ଭରରେ ସମସ୍ୟା, ରେଳ ଠାରୁ ବିମାନ ଚଳାଚଳରେ ବ୍ୟାହାତ; ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ

ମାଇକ୍ରୋସଫ୍ଟର ଆଜ୍ୟୋର କ୍ଲାଉଡ଼ ଓ ମାଇକ୍ରୋସଫ୍ଟ ୩୬୫ ସର୍ଭର ଆଜି ଡାଉନ ରହିଥିବା ନେଇ ବିଭିନ୍ନ ରାଷ୍ଟ୍ର ଆଜି ଏକ ଅଜବ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ହଠାତ୍ ମାଇକ୍ରୋସଫ୍ଟର ସର୍ଭର ଡାଉନ ହେବା କାରଣରୁ ସମଗ୍ର ବିଶ୍ୱ ଅନଲାଇନ ଯୋଗେ ହେଉଥିବା କାର୍ଯ୍ୟ ବ୍ୟାହତ ହୋଇଛି। ଫଳରେ ବିମାନ ସେବା ଠାରୁ ଆରମ୍ଭ କରି ଟ୍ରେନ୍ ସେବା

microsoft outage today: ମାଇକ୍ରୋସଫ୍ଟ ସର୍ଭରରେ ସମସ୍ୟା, ରେଳ ଠାରୁ ବିମାନ ଚଳାଚଳରେ ବ୍ୟାହାତ; ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ

microsoft outage today ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ଆଜ୍ୟୋର କ୍ଲାଉଡ଼ ଓ ମାଇକ୍ରୋସଫ୍ଟ ୩୬୫ ସର୍ଭର ଆଜି ଡାଉନ ରହିଥିବା ନେଇ ବିଭିନ୍ନ ରାଷ୍ଟ୍ର ଆଜି ଏକ ଅଜବ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ହଠାତ୍ ମାଇକ୍ରୋସଫ୍ଟର ସର୍ଭର ଡାଉନ ହେବା କାରଣରୁ ସମଗ୍ର ବିଶ୍ୱ ଅନଲାଇନ ଯୋଗେ ହେଉଥିବା କାର୍ଯ୍ୟ ବ୍ୟାହତ ହୋଇଛି। ଫଳରେ ବିମାନ ସେବା ଠାରୁ ଆରମ୍ଭ କରି ଟ୍ରେନ୍ ସେବା ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଏକ ପ୍ରକାର ଠପ ହୋଇଯାଇଛି। ରେଡିଓ, ଟିଭି ପ୍ରସାରଣ, ବ୍ୟାଙ୍କିଙ୍ଗ ଏବଂ ଟେଲିକମ୍ ସେବା ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ବ୍ରିଟେନରେ ସ୍କାଏ ନ୍ୟୁଜ୍ ଏବଂ ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜ ସେବାଗୁଡିକର ସିଧା ପ୍ରସାରଣ ବନ୍ଦ ହୋଇଯାଇଛି। ବିମାନ ଗୁଡ଼ିକୁ ଅବତରଣ କରିବା ପାଇଁ ଅନୁମତି ମିଳୁନାହିଁ। ବିଭିନ୍ନ ଷ୍ଟେସନରେ ଟ୍ରେନ ଗୁଡ଼ିକ ଅଟକି ରହିଛି। ବିଳମ୍ବିତ ହୋଇଛି ଯାତ୍ରୀ ସେବା। 

 

ଅବତରଣ ପାଇଁ ଅନୁମତି ମିଳୁନଥିବାରୁ ବିମାନ ମଧ୍ୟରେ ଯାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ରହିଛି। ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ ଜେଟ ସହିତ ଅନେକ ବିମାନ କମ୍ପାନୀ ଗୁଡ଼ିକ ମଧ୍ୟ ଏହି ସମସ୍ୟାର ସମ୍ମୁଖନ ହେଉଛନ୍ତି। ଦିଲ୍ଲୀ ବିମାନ ବନ୍ଦର ତରଫରୁ ମଧ୍ୟ ଯାତ୍ରୀମାନଙ୍କୁ ଏନେଇ ସୂଚନା ପ୍ରଦାନ କରାଯାଇଛି।  

କଣ ରହିଛି ସମସ୍ୟା
ଏଠାରେ କହି ରଖୁ କି ମାଇକ୍ରୋସଫ୍ଟର କ୍ଲାଉଡ଼ ସର୍ଭିସ ଏକ ପ୍ରକାର ଠପ ହୋଇଯାଇଛି। Windows 10ରେ ନୂଆ କ୍ରାଉଡ଼ଷ୍ଟ୍ରାଇ ଅପଡେଟ କାରଣରୁ ସର୍ଭରରେ ଏଭଳି ବୈଷୟିକ ସମସ୍ୟା ବା ଟେକନିକାଲ ସମସ୍ୟା ଦେଖାଦେଇଛି। ଇଞ୍ଜିନିୟରିଂ ଭାଷାରେ BSODରେ ୱିଣ୍ଡୋ ଏରର ଆସିବା କାରଣରୁ ଏହି ଗୁରୁତର ସମସ୍ୟା ଦେଖାଦେଇଛି। ମାଇକ୍ରୋସଫ୍ଟ ଏହାର ସମାଧାନ ବାହାର କରିବା ପୂର୍ବରୁ ସମଗ୍ର ଭାରତ ଆମେରିକା ସହିତ ଅଧିକାଂଶ ଦେଶ ଏହି ସମସ୍ୟାରେ ସାମ୍ନା କରିଥିଲେ। ଏପରିକି ଅଧିକାଂଶ ରାଷ୍ଟ୍ରରେ ଶତାଧିକ ସଂଖ୍ୟାରେ ବିମାନ ଉଡାଣକୁ ଅନୁମତି ମିଳିନାହିଁ। ଫ୍ଲାଇଟ ବୁକିଂ, କ୍ୟାନସଲେସନ, ଠାରୁ ଆରମ୍ଭ କରି ଚେକ ଇନ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।ଭାରତରେ ଇଣ୍ଡିଗୋ, ଆକାଶ ଏୟାରଲାଇନ୍ସ ଓ ସ୍ପାଇସଜେଟ ମଧ୍ୟ ସେବା ଠପ କରିଦେଇଛନ୍ତି। 

 

ସ୍ପାଇସଜେଟ୍ ଏହାର ଯାତ୍ରୀମାନଙ୍କୁ ଏକ ବିବୃତ୍ତି ଜାରି କରିଛି ଯେ ସେମାନେ ସେମାନଙ୍କର ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ସମେତ ସମସ୍ତ ଅନଲାଇନ୍ ସେବା ସହିତ ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମେ ଏହି ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ଏବଂ ଅସୁବିଧା ପାଇଁ କ୍ଷମା ମାଗିବା ସହିତ ସମାଧାନ ପାଇଁ କାର୍ଯ୍ୟ କରୁଛୁ। ଯାତ୍ରୀମାନଙ୍କୁ ସର୍ବଶେଷ ଅଦ୍ୟତନ ପାଇଁ ଆମର ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆ ଚ୍ୟାନେଲଗୁଡିକ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ସ୍ପାଇସ୍ ଜେଟ୍ ଯାତ୍ରୀମାନଙ୍କୁ ବିମାନ ଉଡ଼ାଣ ବୁକିଂ, ଚେକ୍ ଇନ୍ ଏବଂ ବାତିଲ୍ ପାଇଁ ବିମାନବନ୍ଦରରେ କାଉଣ୍ଟର ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି। ଯାତ୍ରୀମାନେ ସ୍ପାଇସଜେଟର କଲ୍ ସେଣ୍ଟର ସହିତ ଯୋଗାଯୋଗ କରିପାରିବେ।

 

କିଏ କଣ କହିଛି

  • ଦିଲ୍ଲୀ ଏବଂ ମୁମ୍ବାଇ ବିମାନ ବନ୍ଦରରେ କମ୍ପାନୀର ଅନଲାଇନ୍ ସେବା ବ୍ୟାହତ ହୋଇଛି ବୋଲି ଆକାସା ଏୟାରଲାଇନ୍ସ ଏକ ବିବୃତ୍ତି ଜାରି କରିଛି। ଅସୁବିଧା ପାଇଁ ଦୁଃଖିତ, ସମସ୍ୟା ଶୀଘ୍ର ସମାଧାନ ହେବ।
  • ସେହିପରି ଆମେରିକାର ଅଲ୍ଟ୍ରା ସ୍ୱଳ୍ପ ମୂଲ୍ୟର ଏୟାରଲାଇନ୍ସ ଫ୍ରଣ୍ଟିଅର୍ ଏକ ବିବୃତ୍ତି ଜାରି କରିଛି ଯେ ମାଇକ୍ରୋସଫ୍ଟ ବନ୍ଦ ହେତୁ ବିମାନର ଅନଲାଇନ୍ ସେବା ବନ୍ଦ ହୋଇଯାଇଛି।
  • ଏୟାର ଇଣ୍ଡିଆ ମଧ୍ୟ ଏକ ବିବୃତ୍ତି ଜାରି କରି ଯାତ୍ରୀମାନଙ୍କୁ କ୍ଷମା ମାଗିବା ସହ ସର୍ଭର ଡାଉନ ହୋଇଥିବାରୁ ଦୁଃଖ ପ୍ରକାଶ କରିଛି। ଯାତ୍ରୀମାନଙ୍କୁ ସହଯୋଗ କରିବାକୁ ଏକ ନିବେଦନ କରାଯାଇଛି।
  • ବ୍ରିଟେନରେ ସ୍କାଏ ନ୍ୟୁଜ୍ ଚ୍ୟାନେଲର ଲାଇଭ୍ ଟେଲିକାଷ୍ଟ ମାଇକ୍ରୋସଫ୍ଟ ସର୍ଭର ବନ୍ଦ ଥିବାରୁ ସକାଳୁ ବନ୍ଦ ରହିଛି। କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏହା ନିଶ୍ଚିତ କରିଛନ୍ତି।
  • ଅଷ୍ଟ୍ରେଲୀୟ ଟେଲିକମ୍ କମ୍ପାନୀ ଟେଲଷ୍ଟ୍ରା ଗ୍ରୁପ୍‌ର କାର୍ଯ୍ୟ ସ୍ଥଗିତ ହୋଇଯାଇଛି। ଲଣ୍ଡନରେ ଷ୍ଟକ୍ ଏକ୍ସଚେଞ୍ଜ୍ କାର୍ଯ୍ୟ ବନ୍ଦ ହୋଇଯାଇଛି, ଯେଉଁ କାରଣରୁ ଆର୍ଥିକ କ୍ଷତି ହୋଇପାରେ।