Car Price Hike: ନୂଆବର୍ଷରେ ନୂଆ ଝଟକା, ଜାନୁଆରୀରୁ ବଢିବ ଏହିସବୁ କାର୍ ର ଦାମ !
Advertisement
Article Detail0/zeeodisha/odisha1982181

Car Price Hike: ନୂଆବର୍ଷରେ ନୂଆ ଝଟକା, ଜାନୁଆରୀରୁ ବଢିବ ଏହିସବୁ କାର୍ ର ଦାମ !

Car Price Hike: କମ୍ପାନୀର ବିଭିନ୍ନ ଗାଡ଼ିର ମୂଲ୍ୟରେ ଅଲଗା ଅଲଗା ପ୍ରକାର ବୃଦ୍ଧି ହେବ। ସେହିପରି କାର୍ ନିର୍ମାତା ଅଡି ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ବର୍ଷ ଜାନୁଆରୀରୁ କମ୍ପାନୀ ଏହାର କାର୍ ଗୁଡ଼ିକର ଦାମ୍ ରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। 

 

Car Price Hike: ନୂଆବର୍ଷରେ ନୂଆ ଝଟକା, ଜାନୁଆରୀରୁ ବଢିବ ଏହିସବୁ କାର୍ ର ଦାମ !

Car Price Hike: ଆଉ ଦିନ କେଇଟା ପରେ ନୂଆବର୍ଷ । ଅର୍ଥାତ୍ ୨୦୨୩ ମସିହାକୁ ବିଦାୟ ଦେଇ ୨୦୨୪ କୁ ସ୍ୱାଗତ କରିବେ ଦେଶବାସୀ। ତେବେ ଏହାକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହାସହ ଅନେକ ନିୟମ ମଧ୍ୟ ବଦଳିବାର ସମ୍ଭାବନା ରହିଛି । ସେପଟେ ନୂଆ ବର୍ଷରେ ଯେଉଁମାନେ କାର୍ କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଖବର ଖୁବ ଜରୁରୀ। କଞ୍ଚାମାଲ ଦାମ୍ ରେ ହୋଇଥିବା ବୃଦ୍ଧି ବିଚାରକୁ ନେଇ ଦେଶକ କିଛି ପ୍ରମୁଖ କମ୍ପାନୀ ଆସନ୍ତା ଜାରୁଆରୀରୁ କାର୍ ଦାମ୍ ବଢାଇବା ଉପରେ ବିଚାର କରୁଛନ୍ତି । ଲଗଜରିଅସ କାର୍ ନିର୍ମାତା ଅଡି ଓ ଦେଶର ଏକ ନମ୍ବର କାର୍ କମ୍ପାନୀ ମାରୁତି ସୁଜୁକି (Maruti Suzuki) ପକ୍ଷରୁ ଦରବୃଦ୍ଧି ଘୋଷଣା କରାଯାଇଛି। 

ଟାଟା ମୋଟର୍ସ ଦାମ୍ ବଢାଇବା ଉପରେ ବିଚାର କରୁଥିବା କହିଛି ହେଲେ ଏଯାଏଁ ସେପରି କୌଣସି ନିଷ୍ପତ୍ତି ନେଇ ନାହିଁ କମ୍ପାନୀ। ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି ଯେ, କାର୍ ନିର୍ମାଣରେ ବ୍ୟବହାର ହେଉଥିବା କଞ୍ଚାମାଲ୍ ଦାମ୍ ବୃଦ୍ଧି ପାଇଥିବାରୁ ୨୦୨୪ ଜାନୁଆରୀରୁ କମ୍ପାନୀ ଏହାର କାର୍ ଗୁଡ଼ିକର ଦାମ୍ ବୃଦ୍ଧି କରିବ। ତେବେ ଦରବୃଦ୍ଧିର ପ୍ରଭାବକୁ ଯଥା ସମ୍ଭବ କମ୍ କରିବା ପାଇଁ କମ୍ପାନୀ (Car Company) ଉଦ୍ୟମ କରୁଥିବା ବେଳେ ଷ୍ଟକ୍ ବଜାରକୁ କହିଛି। କମ୍ପାନୀର ବିଭିନ୍ନ ଗାଡ଼ିର ମୂଲ୍ୟରେ ଅଲଗା ଅଲଗା ପ୍ରକାର ବୃଦ୍ଧି ହେବ। ସେହିପରି କାର୍ ନିର୍ମାତା ଅଡି ପକ୍ଷରୁ (Audi) କୁହାଯାଇଛି ଯେ, ଆସନ୍ତା ବର୍ଷ ଜାନୁଆରୀରୁ କମ୍ପାନୀ ଏହାର କାର୍ ଗୁଡ଼ିକର ଦାମ୍ ରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। 

କଞ୍ଚାମାଲ ଦାମ୍ ରେ ବୃଦ୍ଧି ଓ ପରିଚାଳନା ଖର୍ଚ୍ଚରେ ହୋଇଥିବା ବୃଦ୍ଧିକୁ ବିଚାରକୁ ନେଇ କମ୍ପାନୀ ଦରବୃଦ୍ଧି କରିବ। ଟାଟା ମୋଟର୍ସ (Tata Motors) ପକ୍ଷରୁ କୁହାଯାଇଛି ଯେ, 'ଆମେ ୨୦୨୪ ଜାନୁଆରୀରୁ ଯାତ୍ରୀବାହୀ ଓ ଇଲେକ୍ଟ୍ରିକ୍ କାର୍ ର ଦାମ୍ ବୃଦ୍ଧି କରିବୁ'। ତେବେ ଦରବୃଦ୍ଧିର ପରିମାଣ କେତେ ରହିବ ତାହା ଆସନ୍ତା କିଛି ସପ୍ତାହ ମଧ୍ୟରେ ଧାର୍ଯ୍ୟ କରାଯିବ ବୋଲି କମ୍ପାନୀ କହିଛି। 

Also Read: Price Hike: ଗ୍ରାହକଙ୍କୁ ମହଙ୍ଗା ଛାଟ, ତେଲ ଠୁ ଡାଲି ସହ ପନିପରିବା ଦର ଆକାଶଛୁଆଁ

Also Read: Fitment Factor: ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର: ଫିଟମେଣ୍ଟ ଫ୍ୟାକ୍ଟରରେ ହେବ ପରିବର୍ତ୍ତନ, ୪୦ ହଜାରରୁ ଅଧିକ ଟଙ୍କା ବଢିପାରେ ଦରମା !

Also Read: China Visa: ୬ ଦେଶର ନାଗରିକଙ୍କୁ ବଡ଼ ଉପହାର ଦେଲା ଚୀନ୍; ଜାଣନ୍ତୁ କ'ଣ