Mann Ki Baat: ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା- ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ଼ ବିମାନ ବନ୍ଦର
Advertisement
Article Detail0/zeeodisha/odisha1366678

Mann Ki Baat: ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା- ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ଼ ବିମାନ ବନ୍ଦର

Mann Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚଣ୍ଡିଗଡ଼ ବିମାନବନ୍ଦରର ନାମ ସହିଦ ଭଗତ ସିଂଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି । ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ ହୋଇଥିବା ମାସିକ କାର୍ଯ୍ୟକ୍ରମ ମନ କି ବାତର ୯୩ ତମ ଏପିସୋଡରେ ପିଏମ ମୋଦି ଏହି ଘୋଷଣା କରିଛନ୍ତି । 

ସୌ: ସୋସିଆଲ ମିଡିଆ

PM Modi Mann Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ଚଣ୍ଡିଗଡ଼ ବିମାନବନ୍ଦରର (Chandigarh airport) ନାମ ସହିଦ ଭଗତ ସିଂଙ୍କ (Shaheed Bhagat Singh) ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି । ଅଲ ଇଣ୍ଡିଆ ରେଡିଓରେ (All India Radio) ପ୍ରସାରିତ ହୋଇଥିବା ମାସିକ କାର୍ଯ୍ୟକ୍ରମ ମନ କି ବାତର (Mann Ki Baat) ୯୩ ତମ ଏପିସୋଡରେ ପିଏମ ମୋଦି ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୨୮ ସେପ୍ଟେମ୍ବରରେ ପାଳନ କରିବାର ଆଉ ଏକ କାରଣ ଅଛି । ସେ କହିଛନ୍ତି, ଜାଣିଛନ୍ତି ଏହା କ'ଣ! ମୁଁ କେବଳ ଦୁଇଟି ଶବ୍ଦ କହିବି କିନ୍ତୁ ମୁଁ ଜାଣେ, ଆପଣଙ୍କ ଉତ୍ସାହ ଚାରି ଗୁଣ ଅଧିକ ବୃଦ୍ଧି ପାଇବ । ଏହି ଦୁଇଟି ଶବ୍ଦ ହେଉଛି ସର୍ଜିକାଲ୍ ଷ୍ଟ୍ରାଇକ୍ । ବଢିଗଲା ନା ଜୋଶ! ଆମ ଦେଶରେ ଅମୃତ ମହୋତ୍ସବକୁ (Amrit Mahotsav) ନେଇ ଯେଉଁ ଅଭିଯାନ ଚାଲିଛି ତାକୁ ଆମେ ସମ୍ପୂର୍ଣ୍ଣ ସହଯୋଗ ସହ ପାଳନ କରିବା ଉଚିତ ଓ ନିଜର ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବା ଉଚିତ ।''

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜିର ତିନି ଦିନ ପରେ ଅମୃତ ମହୋତ୍ସବର ଏକ ବିଶେଷ ଦିନ ୨୮ ସେପ୍ଟେମ୍ବରରେ ଆସୁଛି । ଏହି ଦିନ ହେଉଛି ଭାରତ ମା'ର ସାହସୀ ପୁଅ ଭଗତ ସିଂ ଜୀଙ୍କର ଜନ୍ମ ବାର୍ଷିକୀ । ଭଗତ ସିଂଙ୍କ ଜନ୍ମ ବାର୍ଷିକୀ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚଣ୍ଡିଗଡ଼ ବିମାନ ବନ୍ଦରକୁ ବର୍ତ୍ତମାନ ସହିଦ ଭଗତ ସିଂଙ୍କ ନାମରେ ନାମିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିଲା । ସେ କହିଛନ୍ତି ମୁଁ ଏହି ନିଷ୍ପତ୍ତି ପାଇଁ ଚଣ୍ଡିଗଡ଼, ପଞ୍ଜାବ, ହରିୟାଣା ଓ ଦେଶର ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଉଛି ।"

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କଠାରୁ ପ୍ରେରଣା ଗ୍ରହଣ କରି ସେମାନଙ୍କ ଆଦର୍ଶକୁ ଅନୁସରଣ କରି ଆମକୁ ସେମାନଙ୍କର ସ୍ୱପ୍ନର ଭାରତ ଗଠନ କରିବାକୁ ପଡ଼ିବ ଓ ଏହା ତାଙ୍କ ପାଇଁ ଆମର ଶ୍ରଦ୍ଧାଞ୍ଜଳି ହେବ । ଶହୀଦମାନଙ୍କ ସ୍ମାରକପତ୍ର, ସେମାନଙ୍କ ନାମରେ ନାମିତ ସ୍ଥାନ ଓ ଅନୁଷ୍ଠାନଗୁଡ଼ିକର ନାମ ଆମକୁ କର୍ତ୍ତବ୍ୟ ପାଇଁ ପ୍ରେରଣା ଯୋଗାଏ । କିଛି ଦିନ ପୂର୍ବରୁ କର୍ତ୍ତବ୍ୟପଥ ରାସ୍ତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାପରେ ଚଣ୍ଡିଗଡ଼ ବିମାନବନ୍ଦରର ନାମ ସହିଦ ଭଗତ ସିଂଙ୍କ ନାମରେ କରିବା ଏହି ଦିଗରେ ଆଉ ଏକ ପଦକ୍ଷେପ ହୋଇଛି । ସେ କହିଛନ୍ତି ଯେ ଅମୃତ ମହୋତ୍ସବରେ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଜଡିତ ବିଶେଷ ଉତ୍ସବକୁ ଆମେ ଯେଉଁଭଳି ଭାବରେ ପାଳନ କରୁଛୁ, ସେହିଭଳି ପ୍ରତ୍ୟେକ ଯୁବକ ୨୮ ସେପ୍ଟେମ୍ବରରେ କିଛି ନୂଆ ଚେଷ୍ଟା କରିବେ ।

ଏହା ବି ପଢ଼ନ୍ତୁ: Boat Accident: ହୃଦୟବିଦାରକ! ସମୁଦ୍ରରେ ଡଙ୍ଗା ବୁଡ଼ିଯିବା ଯୋଗୁଁ ୮୯ ଜଣଙ୍କର ମୃତ୍ୟୁ