Manish Sisodia: ଗିରଫ ପରେ ଶିକ୍ଷାମନ୍ତ୍ରୀ ରହିବେ ନା ନାହିଁ ସିସୋଦିଆ, AAP ନେବ ଏହି ବଡ଼ ଫଇସଲା
Advertisement
Article Detail0/zeeodisha/odisha1588621

Manish Sisodia: ଗିରଫ ପରେ ଶିକ୍ଷାମନ୍ତ୍ରୀ ରହିବେ ନା ନାହିଁ ସିସୋଦିଆ, AAP ନେବ ଏହି ବଡ଼ ଫଇସଲା

Manish Sisodia News In Odia: ୨୦୨୨ ମସିହା ଜୁଲାଇ ୨୨ ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକସେନା ମଦ ନୀତି ସମ୍ପର୍କରେ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରିଥିଲେ। ମଦ ନୀତି ପ୍ରସ୍ତୁତ କରିବାରେ ନିୟମକୁ ଅଣଦେଖା କରି ସକ୍ସେନା ସିସୋଦିଆଙ୍କ ବିରୋଧରେ ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ। ଏଥି ସହ କେଜ୍ରିୱାଲ ସରକାର ନୂଆ ଟେଣ୍ଡର ପରେ ୧୪୪ କୋଟି ମଦ କଣ୍ଟ୍ରାକ୍ଟରଙ୍କୁ ଭୁଲ ଭାବରେ ଛାଡ କରିଥିବା ଅଭିଯୋଗ କରିଛନ୍ତି।

Manish Sisodia: ଗିରଫ ପରେ ଶିକ୍ଷାମନ୍ତ୍ରୀ ରହିବେ ନା ନାହିଁ ସିସୋଦିଆ, AAP ନେବ ଏହି ବଡ଼ ଫଇସଲା

Manish Sisodia News In Odia: ଆମ ଆଦମୀ ପାର୍ଟି ମନୀଷ ସିସୋଦିଆଙ୍କୁ କେଜ୍ରିୱାଲ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ହେଲେ ୨୬ ଫେବୃଆରୀ ଅର୍ଥାତ ଗତକାଲି ଅବକାରୀ ନୀତି ଘୋଟାଲା ମାମଲାରେ ଦିଲ୍ଲୀର ଡେପୁଟି CM Manish Sisodia ଙ୍କୁ CBI ଗିରଫ କରିଥିଲା। ଏହାପରଠାରୁ ସତ୍ତାଋଢ ଦଳ ଓ ତାଙ୍କ ନେତୃତ୍ୱରେ ଚାଲିଥିବା ସରକାରରେ ହଲଚଲ ଦେଖିବାକୁ ମିଳିଛି। ତେବେ ପ୍ରଶ୍ନ ଉଠୁଛି ମନୀଷ ସିସୋଦିଆ ଏବେ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ହୋଇ ରହିବେ ନା ନାହିଁ। ତେବେ ଏକ ଖବର ସରବରାହ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସିସୋଦିଆଙ୍କୁ ମନ୍ତ୍ରୀ ପଦରୁ ହଟାଯିବ ନାହିଁ। କିନ୍ତୁ ଏହା ଦେଖିବାକୁ ପଡ଼ିବ ଯେ ତାଙ୍କ ଅନୁପସ୍ଥିତିରେ ବିଭାଗର ଦାୟିତ୍ୱ କିଏ ପରିଚାଳନା କରିବ। 

ସତ୍ୟେନ୍ଦ୍ର ଜୈନଙ୍କ ପରେ ମନୀଷ ସିସୋଦିଆ ହେଉଛନ୍ତି ଦ୍ୱିତୀୟ ଆମ୍ ଆଦମୀ ପାର୍ଟିର (Aam Aadmi Party)  ମନ୍ତ୍ରୀ ଯିଏ ଗିରଫ ହୋଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ପାଞ୍ଚ ଜଣ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ପୋର୍ଟଫୋଲିଓ ନାହିଁ। ସମ୍ବିଧାନର ଧାରା 239 AA ଅନୁଯାୟୀ, ଦିଲ୍ଲୀ ସରକାରରେ ସର୍ବାଧିକ ସାତ ଜଣ ମନ୍ତ୍ରୀ ପଦବୀ ରହିପାରେ। ଯଦି ଏହି ମନ୍ତ୍ରୀଙ୍କୁ ବେଲ୍ ନମିଳେ ତେବେ ତାଙ୍କ କାର୍ଯ୍ୟଭାର ଅନ୍ୟ ମନ୍ତ୍ରୀଙ୍କ ଉପରେ ଲଦି ଦିଆଯାଇପାରେ। ତେବେ ରିପୋର୍ଟ ଅନୁସାରେ, ଡେପୁଟି ସିଏମ ସିସୋଦିଆଙ୍କ ପାଖରେ ପ୍ରାୟ ୧୮ ଟି ବିଭାଗ ଅଛି । ହେଲେ ଗିରଫ ହେବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଯିବ ନାହିଁ। 

କୈଳାସ ଗେହଲଟ ସମ୍ଭାଳିପାରନ୍ତି ସିସୋଦିଆଙ୍କ ମନ୍ତ୍ରାଳୟ
କେବଳ ଏହା ନୁହେଁ, ବିଶ୍ୱସ୍ତ ସୂତ୍ର ଅନୁଯାୟୀ ସିସୋଦିଆଙ୍କ ବିଭାଗର ସମସ୍ତ ଭାର ଗେହଲଟଙ୍କୁ ଦିଆଯାଇପାରେ । ରାଜସ୍ୱ ମନ୍ତ୍ରୀ ଭାବରେ କୈଳାଶ ଗେହଲୋଟ୍ ମଧ୍ୟ ବଜେଟ୍ (Delhi Budget) ସମ୍ବନ୍ଧୀୟ ଆଲୋଚନାର ଏକ ଅଂଶ ଥିଲେ। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଅନ୍ୟାନ୍ୟ ବିଭାଗର କାର୍ଯ୍ୟ ଦାୟିତ୍ୱ ତାଙ୍କୁ ଦିଆଯାଇପାରେ। ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ ମଧ୍ୟ କହିଛନ୍ତି ଯେ ଦଳର ଏକ ଯୋଜନା ଅଛି। କିନ୍ତୁ ଯୋଜନା କ’ଣ, ସେ ଏ ବିଷୟରେ କିଛି କହି ନାହାଁନ୍ତି।

ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି 
ଗତକାଲି ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ (Manish Sisodia) ସିବିଆଇ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ମନୀଷ ସିସୋଦିଆଙ୍କୁ ମଦ ଦୁର୍ନୀତି ମାମଲାରେ ୮ ଘଣ୍ଟା ଧରି ସିବିଆଇ ପଚରାଉଚରା କରିଥିଲା, ପରେ ଗିରଫ କରାଯାଇଥିଲା। ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ ମଦ ସ୍କାମ ମାମଲାରେ ଅନେକ ଲୋକଙ୍କୁ ପଚରାଉଚରା କରାଯାଇଥିଲା ଯେଉଁଥିରେ ଜଣାପଡିଛି ଯେ ମନୀଷ ସିସୋଡିଆ ଏକ୍ସାଇଜ୍ ପଲିସି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Also Read: PM Kisan Samman Nidhi Yojana: ଆଜି ଚାଷୀଙ୍କ ଖାତାକୁ ଯିବ ୧୬,୮୦୦ କୋଟି ଟଙ୍କା, ହିତାଧିକାରୀଙ୍କ ଆକାଉଣ୍ଟରେ ହେବ ଜମା

Also Read: Road Accident: ବିହାର ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ଏତିକି ଜୀବନ