ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ଆକ୍ରମଣ କଲେ ଉଗ୍ରବାଦୀ
Advertisement
Article Detail0/zeeodisha/odisha2287391

ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ଆକ୍ରମଣ କଲେ ଉଗ୍ରବାଦୀ

Manipur violence : ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ କାରକେଡ ଉପରକୁ ଆକ୍ରମଣ କଲେ ଉଗ୍ରବାଦୀ । ଅଧିକ ପଢନ୍ତୁ....

manipur violence

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ କାରକେଡ ଉପରକୁ ଆକ୍ରମଣ କଲେ ଉଗ୍ରବାଦୀ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ କାରକେଡ ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳ ଜିରିବାମ ଜିଲ୍ଲାକୁ ଯାଉଥିଲା। କିନ୍ତୁ  ହଠାତ୍ ବାଟରେ ଉଗ୍ରବାଦି ମାନେ ଗୁଳି ଚଳାଇଥିଲା। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ତୁରନ୍ତ ଏହାର ଜବାବ ଦେବା ଆରମ୍ଭ କଲେ। ଏବେ କୋଟଲେନ୍ ଗାଁ ନିକଟରେ ଗୁଳି ବିନିମୟ ଜାରି ରହିଥିବା ସାମ୍ନାକୁ ଆସିଛି।

ତେବେ ଶନିବାର ଜିରିବାମର ଦୁଇଟି ପୁଲିସ୍ ପୋଷ୍ଟ, ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ଏବଂ ୫୦ରୁ ଅଧିକ ଘରେ ଉଗ୍ରବାଦୀମାନେ ନିଆଁ ଲଗାଇ ଦେଇଥିଲେ। ଉଗ୍ରବାଦୀମାନେ ୫୯ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ମଣିପୁରର ଜିରିବାମରେ ହିଂସା ଆରମ୍ଭ ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ, ସୋଏବମ୍ ସରତକୁମାର ସିଂ ନାମକ ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଯିବା ପରେ ନିଖୋଜ ହୋଇଯାଇଥିଲେ। ଏହା ପରେ ତାଙ୍କର ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ହିଂସା ଆରମ୍ଭ ହୋଇଥିବା ବେଳେ ସ୍ଥିତି ବିଷୟରେ ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ସେଠାକୁ ଯିବାକୁ ଯୋଜନା କରୁଥିଲେ।