Vande Bharat Express: ଥମୁନି ରେଳ ଦୁର୍ଘଟଣା! ବନ୍ଦେ ଭାରତ ନେଲା ଯୁବକଙ୍କ ଜୀବନ
Advertisement

Vande Bharat Express: ଥମୁନି ରେଳ ଦୁର୍ଘଟଣା! ବନ୍ଦେ ଭାରତ ନେଲା ଯୁବକଙ୍କ ଜୀବନ

Vande Bharat Express:  ପୁଣି ଚର୍ଚ୍ଚାରେ ବନ୍ଦେ ଭାରତ ଟ୍ରେନ୍ । ଟ୍ରାକ୍ ଅତିକ୍ରମ କରୁଥିବା ସମୟରେବନ୍ଦେ ଭାରତ ଟ୍ରେନ୍ ସହ ଧକ୍କା ହୋଇ ଚାଲିଗଲା ଯୁବକଙ୍କ ଜୀବନ  ।

 

ସୌ(ସୋସିଆଲ ମିଡିଆ)

Vande Bharat Express: ବନ୍ଦେ ଭାରତ ଟ୍ରେନ୍ ନେଲା ଜୀବନ (Vande Bharat Express) । ଗତକାଲି ବାରଣାସୀରୁ ଦିଲ୍ଲୀ (varanasi to delhi) ଆସୁଥିବା ସମୟରେ ଉତ୍ତରପ୍ରଦେଶ ତୁଣ୍ଡଲା ନିକଟ ଜଳେସର ଓ ପୋରା ମଧ୍ୟରେ ଜଣଙ୍କୁ ଧକ୍କା ଦେଇଥିଲା ବନ୍ଦେ ଭାରତ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଟ୍ରାକ୍ (railway track) ଅତିକ୍ରମ କରୁଥିବା ସମୟରେ ବନ୍ଦେ ଭାରତ ସାମ୍ନାରେ ଆସିଯିବାରୁ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଥିଲା ।

ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଛି ବନ୍ଦେ ଭାରତ ଏକ୍ସପ୍ରେସ

ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ସାମ୍ନାକୁ ଆସିଥାଏ । କିଛିଦିନ ତଳେ ସାମାନ୍ୟ ଦୁର୍ଘଟଣାରେ ଟ୍ରେନର ଆଗ ଭାଗ ନଷ୍ଟ ହୋଇଥିବାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ସେହିପରି ନିକଟରେ ପୁରୀରୁ ହାୱଡା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ କାଳବୈଶାଖି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ଟ୍ରେନ୍ ବିଳମ୍ୱ ହେବା ସହ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ସେହିପରି ଅନ୍ୟ ଏକ ଚର୍ଚ୍ଚାର କାରଣ ହେଉଛି ଯେ, ଜଣେ ବ୍ୟକ୍ତି ବିନା ଟିକେଟରେ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ରେଳ ଅଧିକାରୀ ଏ ବିଷୟରେ ଜାଣିବା ପରେ ବ୍ୟକ୍ତିଙ୍କୁ ଟ୍ରେନରୁ ତଳକୁ ଯିବାକୁ କହିବା ପରେ ବ୍ୟକ୍ତି ଜଣଙ୍କ ନାନା ବାହାନା କରିଥିଲେ ।

ପ୍ରକାଶ ଥାଉ କି, ମାସେ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି । ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ମାଲ ଗାଡି଼ ସହ ଧକ୍କା ହେବା (coromandel express accident) ଦୁର୍ଘଟଣା ସମଗ୍ର ବିଶ୍ୱର ଛାତିକୁ ଥରାଇ ଦେଇଥିଲା । ଉକ୍ତ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଏତେ ଥିଲା ଯେ ବାହାନଗା ସ୍କୁଲ୍ ଘର ଶବ ଗୋଦାମ ପାଲଟିଯାଇଥିଲା। ଅନେକ ଆହତ ଏବେ ବି ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରୁ ନେତା ମନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭିକେ ପାଣ୍ଡିଆନ ଘଟଣାସ୍ଥଳରେ ପହଞ୍ଚିଥିଲେ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଓ ପରେ ପିଏମ ମୋଦୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ରେଳ ଦୁର୍ଘଟଣାକୁ ନେଇ ଅନେକ ରାଜନୈତିକ ଉଷ୍ଣତା ମଧ୍ୟ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ-ODI World Cup 2023: ଏହି ଟିମ ସହିତ ପ୍ରଥମ ଓ୍ୱାର୍ମଅପ ମ୍ୟାଚ ଖେଳିବ ଭାରତ

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମଧ୍ୟପ୍ରଦେଶ ଗସ୍ତ କରି ରେଳ ପ୍ରକଳ୍ପ ପାଇଁ ରାଜ୍ୟକୁ କୋଟି କୋଟି ଟଙ୍କା ଉପହାର ଦେଇଛନ୍ତି । ଏଥିସହ ଭୋପାଳର ରାନୀ କମଲାପାଟୀ ରେଳ ଷ୍ଟେସନରୁ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଛନ୍ତି । ଏହି ଅବସରରେ ମଧ୍ୟପ୍ରଦେଶର ସିଏମ୍ ଶିବରାଜ ସିଂ ଚୌହାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ମଧ୍ୟ ଉପସ୍ଥିତ ଥିଲେ। ମୋଦୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଗୁଡିକ ହେଲା- (Five Vande Bharat Express)  ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାଣୀ କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ,ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମାଡଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ।  ବର୍ତ୍ତମାନ ସୁଦ୍ଧା ଭାରତରେ ୧୮ ଟି ବନ୍ଦେ ଭାରତ ଚାଲିଥିବା ବେଳେ ଏହାକୁ ମିଶାଇ ମୋଟ ବନ୍ଦେ ଭାରତ ଏକ୍ସପ୍ରେସର ସଂଖ୍ୟା ୨୩ରେ ପହଁଚିଛି । ଏହି ଟ୍ରେନ ଘଣ୍ଟା ପ୍ରତି ୧୩୦ କିମି ବେଗରେ ଚାଲିବାକୁ ଥିବାବେଳେ ଏବେ ଯାତ୍ରୀମାନେ ଖୁବ୍ କମ୍ ସମୟରେ ନିଜର ଗନ୍ତବ୍ୟସ୍ଥଳରେ ପହଁଚିପାରିବେ । ଯାହା ଯାତ୍ରୀମାନଙ୍କ ପାଇଁ ସୁବିଧା ହେବ।