Maharashtra Politics: ଆକ୍ସନରେ ଏକନାଥ ସିନ୍ଦେ, ଉଦ୍ଧବ ସରକାରଙ୍କ ଏସବୁ ବଡ଼ ନିଷ୍ପତ୍ତି ଉପରେ ଲଗାଇଲେ ରୋକ୍
Advertisement

Maharashtra Politics: ଆକ୍ସନରେ ଏକନାଥ ସିନ୍ଦେ, ଉଦ୍ଧବ ସରକାରଙ୍କ ଏସବୁ ବଡ଼ ନିଷ୍ପତ୍ତି ଉପରେ ଲଗାଇଲେ ରୋକ୍

Maharashtra Politics: ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (CBI) ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ନିକଟ ଅତୀତରେ ନେଇଥିବା ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି । କାରଣ ପୂର୍ବ ଶିବସେନା (Shiv Sena) ନେତୃତ୍ୱାଧୀନ ଏମଭିଏ ସରକାର ତଦନ୍ତ ଏଜେନ୍ସି ଠାରୁ ସାଧାରଣ ଅନୁମୋଦନ ପ୍ରତ୍ୟାହାର କରିନେଇ କହିଥିଲେ ଯେ, ଏହାର ରାଜନୈତିକ ଲାଭ ଓ କ୍ଷତି ପାଇଁ ଅପବ୍ୟବହାର କରାଯାଉଛି । 

Maharashtra Politics: ଆକ୍ସନରେ ଏକନାଥ ସିନ୍ଦେ, ଉଦ୍ଧବ ସରକାରଙ୍କ ଏସବୁ ବଡ଼ ନିଷ୍ପତ୍ତି ଉପରେ ଲଗାଇଲେ ରୋକ୍

Maharashtra Politics: ମହାରାଷ୍ଟ୍ରର ଏକନାଥ ସିନ୍ଦେ (Eknath Shinde) ଓ ଭାରତୀୟ ଜନତା ପାର୍ଟି (BJP) ର ମେଣ୍ଟ ସରକାର ପୂର୍ବତନ ଉଦ୍ଧବ ସରକାରଙ୍କ ଅନେକ ନିଷ୍ପତ୍ତି ଉପରେ ରୋକ୍ ଲଗାଦେଇଛନ୍ତି । ସିନ୍ଦେ ସରକାର (Shinde Government)  ଆରେ ମେଟ୍ରୋ କାର ଶୋଡ ସ୍ଥାନାନ୍ତର ଓ ରାଜ୍ୟ ମାମଲାର ତଦନ୍ତ ପାଇଁ ସିବିଆଇକୁ ଅନୁମତି ସମେତ ମହା ବିକାଶ ଅଘାଡ଼ି ସରକାର (MVA Govt) ଙ୍କ ଅତିକମରେ ଦେଢ଼଼ ଡଜନ ନିଷ୍ପତ୍ତିକୁ ସ୍ଥଗିତ କିମ୍ୱା ପଲଟାଇ ଦେଇଛନ୍ତି । ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (CBI) ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ନିକଟ ଅତୀତରେ ନେଇଥିବା ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି । କାରଣ ପୂର୍ବ ଶିବସେନା (Shiv Sena) ନେତୃତ୍ୱାଧୀନ ଏମଭିଏ ସରକାର ତଦନ୍ତ ଏଜେନ୍ସି ଠାରୁ ସାଧାରଣ ଅନୁମୋଦନ ପ୍ରତ୍ୟାହାର କରିନେଇ କହିଥିଲେ ଯେ, ଏହାର ରାଜନୈତିକ ଲାଭ ଓ କ୍ଷତି ପାଇଁ ଅପବ୍ୟବହାର କରାଯାଉଛି । ବର୍ତ୍ତମାନର ସରକାର ଚଳିତ ମାସ ଆରମ୍ଭରେ ୧୦୦ ଦିନ ପୂରଣ କରିଛି । 

ଏକନାଥ ସିନ୍ଦେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ (Uddhav Thackeray) ଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପରେ ଦଳର ୫୫ ଜଣ ବିଧାୟକଙ୍କ ସହ ଏକ ପୃଥକ ଗୋଷ୍ଠୀ କରିଥିଲେ । ଯାହା ଫଳରେ ପରେ MVA ସରକାରର ପତନ ଘଟିଥିଲା । ଏହାପରେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କରିଥିଲେ । ଚଳିତ ବର୍ଷ ଜୁନରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ବିଜେପିରୁ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ନଭେମ୍ବର ୨୦୧୯ରେ କ୍ଷମତାକୁ ଆସିବା ପରେ ଶିବସେନା (Shiv Sena), କଂଗ୍ରେସ (Congress) ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP) ର ମିଳିତ MVA ସରକାର ଏହା ପୂର୍ବର ବିଜେପି-ଶିବସେନା ସରକାରଙ୍କ କିଛି ନୀତିଗତ ନିଷ୍ପତ୍ତିକୁ ପଲଟାଇ ଦେଇଥିଲେ ।

ବିଜେପି-ଶିବସେନା ସରକାରରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଥିଲେ । ସିନ୍ଦେ ସରକାର ସେହି ନୀତିଗତ ନିଷ୍ପତ୍ତିକୁ ଫେରାଇ ଆଣିବାର କାର୍ଯ୍ୟ କରିଛନ୍ତି, ଯାହାକୁ ୨୦୧୪-୨୦୧୯ ମଧ୍ୟରେ ଫଡନାଭିସ୍ ସରକାର ଦ୍ୱାରା ଗ୍ରହଣ କରାଥିଲା କିନ୍ତୁ ପରେ MVA ସରକାର ଏହାକୁ ରଦ୍ଦ କରିଦେଇଥିଲେ । ଏହି ନିଷ୍ପତ୍ତିଗୁଡ଼ିକରେ କୃଷି ଉତ୍ପାଦନ ମାର୍କେଟିଂ କମିଟି ବଜାରରେ କୃଷକଙ୍କ ମତାଧିକାର ଲାଗୁ କରିବା, ଜରୁରୀକାଳୀନ ସମୟରେ ଜେଲ ରଖାଯାଇ ଥିବା ବ୍ୟକ୍ତିଙ୍କ ପାଇଁ ପେନସନ୍‌ ପୁନଃ ଆରମ୍ଭ କରିବା, ଲୋକମାନଙ୍କ ଦ୍ୱାରା ଗ୍ରାମ ମୁଖିଆ ଓ ନିଗମ ପରିଷଦ ଅଧ୍ୟକ୍ଷଙ୍କ ନିର୍ବାଚନ ସାମିଲ ରହିଛି ।

ଅଧିକ ପଢ଼ନ୍ତୁ:-ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର, ଏଣିକି ବିଦେଶୀ ଫଣ୍ଡ ନେଇପାରିବ ନାହିଁ କଂଗ୍ରେସର ସଂଗଠନ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ବିପକ୍ଷରେ ଖେଳୁଥିବାର ଦେଖବାକୁ ମିଳିବ ନାହିଁ ଏହି ବଡ଼ ମ୍ୟାଚ୍ ୱିନର! ସମ୍ଭାବ୍ୟ ଏକାଦଶରେ କରିପାରିଲେନି ନିଜ ସ୍ଥାନ

ଅଧିକ ପଢ଼ନ୍ତୁ:-କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର, କେବଳ OTT ନୁହେଁ ଏଠାରେ ବି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍

 

ମହାରାଷ୍ଟ୍ର କୃଷି ଉତ୍ପାଦନ ଓ ମାର୍କେଟିଂ (ବିକାଶ ଏବଂ ନିୟାମକ) ଅଧିନିୟମ, ୧୯୬୩ରେ କେବଳ ଗ୍ରାମ ପଞ୍ଚାୟତ, କୃଷି କ୍ରେଡିଟ୍ ସୋସାଇଟି ଏବଂ ବହୁମୁଖୀ ସୋସାଇଟିର ସଦସ୍ୟଙ୍କୁ କମିଟିର ସଦସ୍ୟ ଚୟନ କରିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ଅଗଷ୍ଟ ୨୦୧୭ରେ ବିଜେପି-ଶିବସେନା ସରକାର ସେହି ଆଇନରେ ସଂଶୋଧନ କରି ଚାଷୀଙ୍କୁ ମତାଧିକାର ଦେଇଥିଲେ । ଜାନୁଆରୀ ୨୦୨୦ MVA ସରକାର ଏହାକୁ ରଦ୍ଦ କରିଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ ଯାଇଥିବା ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ପେନସନ୍‌କୁ ମଧ୍ୟ ସିନ୍ଦେ ସରକାର ପୁନଃ ଲାଗୁ କରିଛନ୍ତି । ୨୦୧୭ ମସିହାରେ ପ୍ରଥମ ଥର ପାଇଁ ଏହି ନିଷ୍ପତ୍ତି ଫଡନାଭିସ୍ ସରକାର ଗ୍ରହଣ କରିଥିଲେ । ଯାହାକି ୨୦୨୦ରେ MVA ସରକାର ଦ୍ୱାରା ପଲଟା ଯାଇଥିଲା । କାରଣ ସେହି ସମୟର ସରକାର ଦାବି କରିଥିଲେ ଯେ, ଅଧିକାଂଶ ହିତାଧିକାରୀ ହେଉଛନ୍ତି ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର କର୍ମୀ ।