ଶିବରାଜଙ୍କ ମୁଣ୍ଡରେ Ladli Behna Yojana ପିନ୍ଧାଇଲା ବିଜୟ ମୁକୁଟ ! ଜାଣନ୍ତୁ ଏହି ଯୋଜନାରେ କଣ ମିଳେ ଲାଭ?
Advertisement
Article Detail0/zeeodisha/odisha1992564

ଶିବରାଜଙ୍କ ମୁଣ୍ଡରେ Ladli Behna Yojana ପିନ୍ଧାଇଲା ବିଜୟ ମୁକୁଟ ! ଜାଣନ୍ତୁ ଏହି ଯୋଜନାରେ କଣ ମିଳେ ଲାଭ?

Ladli Behna Yojana: ଶିବରାଜ ସରକାର ପ୍ରତି ମାସର ୧୦ ତାରିଖରେ ଏହି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଟଙ୍କା ପଠାନ୍ତି। ତେବେ ସରକାର ଗଢିବା ପରେ ବି ଏହି ଯୋଜନା ସେମିତି ପୂର୍ବ ପରି ଚାଲିବ ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ସରକାର। ଜାଣନ୍ତୁ ଏହି ସ୍କିମ୍ ବିଷୟରେ ସବୁ କିଛି...

 

ଶିବରାଜଙ୍କ ମୁଣ୍ଡରେ Ladli Behna Yojana ପିନ୍ଧାଇଲା ବିଜୟ ମୁକୁଟ ! ଜାଣନ୍ତୁ ଏହି ଯୋଜନାରେ କଣ ମିଳେ ଲାଭ?

Ladli Behna Yojana: ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ସିଟ୍ ରେ ବିଜେପି ବହୁମତ ହାସଲ କରିଛି। କଂଗ୍ରେସକୁ ପଛରେ ପକାଇ ବିଜେପି ଏଠାରେ ବହୁମତ ହାସଲ କରିଛି। ୨୦୧୮ରେ ରାଜ୍ୟରେ ଗଢିଥିବା କଂଗ୍ରେସ ସରକାରକୁ ଚିତପଟାଙ୍ଗ କରି ବିଜେପି ସରକାର ଗଢିବାକୁ ଯାଉଛି। ତେବେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ 'ମାମା' ବା ମାମୁଁ ଭାବେ ବିବେଚନା କରାଯାଏ। ତେବେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ରାଜ୍ୟରେ କାର୍ଯ୍ୟକାରୀ କରିଥିଲେ ଲାଡଲୀ ବେହେନା ଯୋଜନା (Ladli Behna Yojana)। ସେପଟେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବି କହିଛନ୍ତି ଯେ, ରାଜ୍ୟରେ ଏହି ଯୋଜନା ନିର୍ବାଚନରେ ଗେମ ଚେଞ୍ଜର ଭାବେ ଉଭା ହୋଇଛି ଆଉ ଏହାର ଶ୍ରେୟ ଶିବରାଜ ସିଂ ଚୌହାନଙ୍କୁ ଦିଆଯାଉଛି।

ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ କିଛି ଖାସ୍ କଥା-;
ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ରାଜ୍ୟର ପ୍ରତି ମହିଳାଙ୍କ ଆକାଉଣ୍ଟ କୁ ୧୨୫୦ ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ଡିପୋଜିଟ୍ କରାଯାଏ। ଅର୍ଥାତ୍ ପ୍ରତିବର୍ଷ ମହିଳାଙ୍କ ଆକାଉଣ୍ଟକୁ ୧୫ ହଜାର ଟଙ୍କା ପଠାଇବେ ସରକାର । ଏହି ଯୋଜନାକୁ ନେଇ ସାରା ରାଜ୍ୟରେ ଶିବରାଜ ସିଂ ଚୌହାନଙ୍କୁ(Shivraj Singh Chouhan) ଖୁବ ପ୍ରଂଶସା କରାଯାଇଛି।  ଶିବରାଜ ସରକାର ପ୍ରତି ମାସର ୧୦ ତାରିଖରେ ଏହି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଟଙ୍କା ପଠାନ୍ତି। ତେବେ ସରକାର ଗଢିବା ପରେ ବି ଏହି ଯୋଜନା ସେମିତି ପୂର୍ବ ପରି ଚାଲିବ ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ସରକାର। 

ମହିଳା ମାନେ କେମିତି ପାଉଛନ୍ତି ଲାଭ-: 
1-ଏହି ଯୋଜନାରେ ସେଠାକାର ସ୍ଥାୟୀ ନିବାସୀ ମହିଳା ମାନେ ହିଁ ଆବେଦନ କରିପାରିବେ।  

2-ଏଥିରେ ୧ ଜାନୁଆରୀ ୧୯୬୩ ରୁ ୧ ଜାନୁଆରୀ ୨୦୦୦ ମଧ୍ୟରେ ଜନ୍ମ ହୋଇଥିବା ମଧ୍ୟ ପ୍ରଦେଶର(Madhya Pradesh) ସ୍ଥାୟୀ ନିବାସୀ ତଥା ବିବାହିତ ମହିଳା (ବିଧବା, ଛାଡପତ୍ର ପାଇଥିବା ମହିଳା ଓ ସ୍ୱାମୀ ପରିତ୍ୟକ୍ତା ମହିଳା) ବର୍ଷ ୨୦୨୩ ରେ ଆବେଦନ ହେତୁ ହିତାଧିକାରୀ ହୋଇ ରହିବେ। ଅର୍ଥାତ୍ ଏହି ମହିଳାଙ୍କ ଆୟୁ ବା ବୟସ ସୀମା ୨୧ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ନହେବା ଉଚିତ୍ । 

3-ଏହି ମହିଳା କୌଣସି ସ୍କୁଲ ବା କଲେଜରେ ଯେପରି ପଢୁନଥିବେ।

4- ହିତାଧିକାରୀ ମହିଳା ନିଜେ କିମ୍ବା ତାଙ୍କ ପରିବାରରୁ କେହି ଟ୍ୟାକ୍ସ ଭରୁନଥିବେ ଏହା ସହ ପରିବାରର ଆୟ ବର୍ଷକୁ ଅଢେଇ ଲକ୍ଷରୁ କମ୍ ହେଉଥିବା ଉଚିତ୍। 

5- ଏହି ଯୋଜନାର ଲାଭ ଉଠାଇବାକୁ ସାମାନ୍ୟ, ପଛୁଆ ବର୍ଗ, ଅନୁସୂଚିତ ଜାତି, ଜନଜାତି ପରି ସବୁ ବର୍ଗର ମହିଳା ଆବେଦନ କରିପାରିବେ। 

6-ଯୋଜନାରେ କେବଳ ବିବାହିତ, ବିବାହ ବିଚ୍ଛେଦ ପାଇଥିବା ମହିଳା, ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ସାମିଲ କରାଯାଇଛି। 

7- ଏହି ଯୋଜନାରେ କୌଣସି ଅବିବାହିତ ମହିଳା ସାମିଲ ହୋଇପାରିବେ ନାହିଁ।

8- ଏହାସହ ଏହି ମହିଳା ବା ହିତାଧିକାରୀ ରାଜ୍ୟ ସରକାରଙ୍କ ଅନ୍ୟ କୌଣସି ଯୋଜନାରେ ଟଙ୍କା ପାଉଥିବେ, ଆଉ ଏହି ରାଶି ୧୦୦୦ ରୁ କମ ଥିବ ତେବେ ତାଙ୍କୁ ଏହି ଯୋଜନା ଆଧାରରେ ମାତ୍ର ୧୦୦୦ ଟି ଟଙ୍କା ହିଁ ମିଳିବ ।  

Also Read: କାମ ଦେଲା ପ୍ରଧାନମନ୍ତ୍ରୀଙ୍କ 'ସବକା ସାଥ୍, ସବକା ବିଶ୍ୱାସ, ସବକା ପ୍ରୟାସ' ମନ୍ତ୍ର