Pakistani Candy: ଦେଶରେ ବିକ୍ରି ହେଉଛି ପାକିସ୍ତାନ ନିର୍ମିତ ଟଫି, ଯାଞ୍ଚ ପରେ ହଙ୍ଗାମା
Advertisement
Article Detail0/zeeodisha/odisha1487018

Pakistani Candy: ଦେଶରେ ବିକ୍ରି ହେଉଛି ପାକିସ୍ତାନ ନିର୍ମିତ ଟଫି, ଯାଞ୍ଚ ପରେ ହଙ୍ଗାମା

Made in Pakistan Candy: ପାକିସ୍ତାନ ନିର୍ମିତ ଟଫି ପ୍ୟାକେଟ ଉପରେ ବିଫ ଜେଲାଟିନ ମଧ୍ୟ ଲେଖାଯାଇଛି। ଯେତେବେଳେ ଲୋକେ ଏହି ଘଟଣା ବିଷୟରେ ଜାଣିଲେ, ସେତେବେଳେ ଏହାକୁ ନେଇ ଏକ ବିବାଦ ଆରମ୍ଭ ହୋଇଥିଲା। ଏହି ଟଫି ପ୍ୟାକେଟ ମଧ୍ୟରେ ପାକିସ୍ତା ବେଲୁଚିସ୍ତାନ ଠିକଣା ଲେଖାଯାଇଛି। ପିଲାଙ୍କୁ ଧ୍ୟାନରେ ରଖି ଏହି ଟଫି ପ୍ରସ୍ତୁତ କରାଯାଇଛି। ଯାହାର ନାଁ ହେଉଛି "ଚିଲି-ମିଲି"। 

Pakistani Candy: ଦେଶରେ ବିକ୍ରି ହେଉଛି ପାକିସ୍ତାନ ନିର୍ମିତ ଟଫି, ଯାଞ୍ଚ ପରେ ହଙ୍ଗାମା

Pakistani Toffee: ସଦ୍ୟ ରାଜସ୍ଥାନର ଉଦୟପୁର ସହରରେ ପାକିସ୍ତାନ ନିର୍ମିତ ଟଫି ବିକ୍ରି ହେଉଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ବିକ୍ରି ହେଉଥିବା ଏହି ଟଫି ପ୍ୟାକେଟ ଉପରେ ବିଫ ଜେଲାଟିନ ମଧ୍ୟ ଲେଖାଯାଇଥିବା କୁହାଯାଉଛି। ଯେତେବେଳେ ଲୋକେ ପାକିସ୍ତାନୀ ଟଫି ବିକ୍ରି ହେବା ନେଇ ଅଭିଯୋଗ କରିଥିଲେ, ସେତେବେଳେ ଖାଦ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ଘଟଣାରେ ଫୁଡ୍ ଇନ୍ସପେକ୍ଟର ଦେହଲି ଫାଟକସ୍ଥିତ ଏକ ଦୋକାନ ଉପରେ ଚଢାଉ କରି ଟଫି ପ୍ୟାକେଟ୍ ଜବତ କରିଥିଲେ। ଖାଦ୍ୟ ବିଭାଗ ଯାଞ୍ଚ ପାଇଁ ବିକ୍ରି ହେଉଥିବା ଟଫି ନମୁନାକୁ ପରୀକ୍ଷାଗାରକୁ ପଠାଇଛି।

ଏନେଇ କୁହାଯାଉଛି ଯେ, ପାକିସ୍ତାନ ନିର୍ମିତ ଟଫି ପ୍ୟାକେଟ ଉପରେ ବିଫ ଜେଲାଟିନ ମଧ୍ୟ ଲେଖାଯାଇଛି। ଯେତେବେଳେ ଲୋକେ ଏହି ଘଟଣା ବିଷୟରେ ଜାଣିଲେ, ସେତେବେଳେ ଏହାକୁ ନେଇ ଏକ ବିବାଦ ଆରମ୍ଭ ହୋଇଥିଲା। ଏହା ଉପରେ ଫୁଡ୍ ଇନ୍ସପେକ୍ଟର ଉଦୟପୁର ସହରର ଦେହଲି ଗେଟ୍ ଛକ ଠାରେ ରହିଥିବା ଚକୋଲେଟ୍ ଏବଂ ଜନ୍ମଦିନ ସାଜସଜ୍ଜା ଆଇଟମ୍ ବିକ୍ରି ହେଉଥିବା ଏକ ଦୋକାନ ଉପରେ ଚଢାଉ କରିଥିଲେ। ଯେଉଁଠାରେ ଖାଦ୍ୟ ବିଭାଗ ତିନୋଟି ବଡ ପ୍ୟାକେଟ୍ ପାଇଥିଲା। ଯାହାକୁ ଜବତ କରିଥିଲା ବିଭାଗ। ଜବତ ହୋଇଥିବା ଦୁଇଟି ପ୍ୟାକେଟ ମଧ୍ୟରେ ୨୪-୨୪ ଟଫି ରହିଥିଲା। ଅନ୍ୟ ଏକ ଖୋଲା ପ୍ୟାକେଟ ମଧ୍ୟରେ ୨୩ ଟଫି ରହିଥିବାର ଜଣାପଡ଼ିଥିଲା।

ଯେତେବେଳେ ଖାଦ୍ୟ ବିଭାଗ ଏହି ଘଟଣାରେ ଅନୁସନ୍ଧାନ କରିଥିଲା ସେତେବେଳେ ଜଣାପଡିଥିଲା ଯେ ଏହି ଦୋକାନରୁ ସହରର ଅନ୍ୟ ଦୋକାନକୁ ପାକିସ୍ତାନ ନିର୍ମିତ ଟଫି ଯୋଗାଇ ଦିଆଯାଉଛି। ଯେଉଁଠାରେ ଖାଦ୍ୟ ବିଭାଗ ଟିମ୍ ଅନୁସନ୍ଧାନ କରୁଛନ୍ତି। ଏନେଇ ଜଣେ ଦୋକାନୀ କହିଛନ୍ତି ଯେ ସେ ମୁମ୍ବାଇରୁ ଟଫି ଆଣିଥିଲେ, ହେଲେ ଏଥିପାଇଁ ତାଙ୍କୁ ବିଲ୍ ମିଳିନଥିଲା। ସହରରେ ପାକିସ୍ତାନ ନିର୍ମିତ ଟଫି ବିକ୍ରୟ ହେବା ଏବଂ ଏଥିରେ ଗୋମାଂସ ଜେଲାଟିନ୍ ରହିବାକୁ ନେଇ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ତୁରନ୍ତ ବନ୍ଦ କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଫୁଡ ଇନ୍ସପେକ୍ଟର ଅଶୋକ ଗୁପ୍ତା କହିଛନ୍ତି ଯେ ଜବତ ହୋଇଥିବା ଟଫି ପରୀକ୍ଷା ପାଇଁ ଲ୍ୟାବ ପଠାଯାଇଛି। ଏହାର ରିପୋର୍ଟ ଆସିବା ପରେ ଟଫି ବିଷୟରେ ଆହୁରି ଅଧିକ ତଥ୍ୟ ଉପଲବ୍ଧ ହେବ। ଏହାକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜବତ ହୋଇଥିବା ପ୍ୟାକେଟ ମଧ୍ୟରେ ପାକିସ୍ତା ବେଲୁଚିସ୍ତାନ ଠିକଣା ଲେଖାଯାଇଛି। ପିଲାଙ୍କୁ ଧ୍ୟାନରେ ରଖି ଏହି ଟଫି ପ୍ରସ୍ତୁତ କରାଯାଇଛି। ଯାହାର ନାଁ ହେଉଛି "ଚିଲି-ମିଲି"। ଏହାର ଗୋଟିଏ ପ୍ୟାକଟ୍ ମଧ୍ୟରେ ୨୪ ଟଫି ରହିଛି, ଯାହାର ମୂଲ୍ୟ ହେଉଛି ୨୦ ଟଙ୍କା। ରଙ୍ଗୀନ ପ୍ୟାକେଟ ସହ ଉପଲବ୍ଧ ହୋଇଥିବା ଏହି ଟଫି ଉପରେ 'ମେଡ୍ ଇନ୍ ପାକିସ୍ଥାନ' ସ୍ପଷ୍ଟ ଭାବେ ଲେଖାଯାଇଛି। ଏହା ସହିତ ଠିକଣା ଭାବେ ମ୍ୟାନୁଫ୍ୟାକଚରଡ୍ ବାଇଇ ଇସମାଇଲ ଇଣ୍ଡଷ୍ଟ୍ରି ଲିମିଟେଡ୍ C-230, HITE Hub, ବେଲୁଚିସ୍ତାନ, ପାକିସ୍ଥାନ ଲେଖାଯାଇଛି। ଏହା ସହିତ ଟଫି ଉପରେ ଏକ ଲାଲ୍ ଚିହ୍ନ ମଧ୍ୟ ଅଛି। ଯାହା ନନ୍-ଭେଜ୍ ଆଇଟମ୍ ପାଇଁ ବ୍ୟବହୃତ ହୋଇଥାଏ।