ସାଧାରଣ ଜନତାଙ୍କୁ ବଡ଼ ଝଟକା: ପୁଣି ବଢ଼ିଲା LPG ର ଦାମ୍, ଜାଣନ୍ତୁ ଆଜି କେତେ ଟଙ୍କା ମହଙ୍ଗା ହେଲା ସିଲିଣ୍ଡର
Advertisement

ସାଧାରଣ ଜନତାଙ୍କୁ ବଡ଼ ଝଟକା: ପୁଣି ବଢ଼ିଲା LPG ର ଦାମ୍, ଜାଣନ୍ତୁ ଆଜି କେତେ ଟଙ୍କା ମହଙ୍ଗା ହେଲା ସିଲିଣ୍ଡର

LPG Gas Cylinder Price Hike: ସେପଟେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ପୁଣି ଥରେ ହ୍ରାସ କରାଯାଇଛି । ଏହାପୂର୍ବରୁ ଜୁଲାଇ ୧ରେ ତୈଳ କମ୍ପାନୀଗୁଡିକ ଦ୍ୱାରା ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ୧୯୮ ଟଙ୍କା ହ୍ରାସ କରାଯାଇଥିଲା । ଯାହା ପରେ ଆଗାମୀ ସମୟରେ ଘରୋଇ ଗ୍ୟାସ ସିଲିଣ୍ଡର ମଧ୍ୟ ଶସ୍ତା ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀମାନେ ମୂଲ୍ୟ ବୃଦ୍ଧି କରି ସାଧାରଣ ଜନତାଙ୍କୁ  ଝଟକା ଦେଇଛନ୍ତି ।

 

ସାଧାରଣ ଜନତାଙ୍କୁ ବଡ଼ ଝଟକା: ପୁଣି ବଢ଼ିଲା LPG ର ଦାମ୍, ଜାଣନ୍ତୁ ଆଜି କେତେ ଟଙ୍କା ମହଙ୍ଗା ହେଲା ସିଲିଣ୍ଡର

ନୂଆଦିଲ୍ଲୀ: LPG Gas Cylinder Price Hike: ତୈଳ କମ୍ପାନୀଗୁଡିକ ତରଫରୁ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି କରାଯାଇଛି । କମ୍ପାନୀଗୁଡିକ ଜୁଲାଇ ୬ ତାରିଖ ସକାଳରୁ ଘରୋଇ ଗ୍ୟାସ ସିଲିଣ୍ଡରରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏହା ସହ ରାଜଧାନୀ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୦୫୩ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ କୋଲକାତାରେ ୧,୦୭୯ ଟଙ୍କା, ଭୁବନେଶ୍ୱରରେ ୧,୦୭୯ ଟଙ୍କା,  ମୁମ୍ବାଇରେ ୧,୦୫୨.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୦୬୮.୫୦ ଟଙ୍କା ହୋଇଯାଇଛି ।

ସେପଟେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ପୁଣି ଥରେ ହ୍ରାସ କରାଯାଇଛି । ଏହାପୂର୍ବରୁ ଜୁଲାଇ ୧ରେ ତୈଳ କମ୍ପାନୀଗୁଡିକ ଦ୍ୱାରା ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ୧୯୮ ଟଙ୍କା ହ୍ରାସ କରାଯାଇଥିଲା । ଯାହା ପରେ ଆଗାମୀ ସମୟରେ ଘରୋଇ ଗ୍ୟାସ ସିଲିଣ୍ଡର ମଧ୍ୟ ଶସ୍ତା ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀମାନେ ମୂଲ୍ୟ ବୃଦ୍ଧି କରି ସାଧାରଣ ଜନତାଙ୍କୁ  ଝଟକା ଦେଇଛନ୍ତି ।

ଜୁଲାଇ ୧ରେ ଦିଲ୍ଲୀର ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ଘଟି ୨୦୨୧ ଟଙ୍କା ହୋଇଯାଇଥିଲା । ବର୍ତ୍ତମାନ ଜୁଲାଇ ୬ରେ ମୂଲ୍ୟରେ ୮.୫୦ ଟଙ୍କାର ହ୍ରାସ ପରେ ଏହା ୨୦୧୨.୫୦ ଟଙ୍କା ହୋଇଛି । ସେହିଭଳି କୋଲକାତାରେ ୨,୧୩୨ ଟଙ୍କାରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମିଳିବ । ଏହାସହ ୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମୁମ୍ବାଇରେ ୧୯୭୨.୫୦ ଟଙ୍କା ଓ ଚେନ୍ନାଇରେ ୨୧୭୭.୫୦ ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଗତ ମେ' ୧୯ରେ ପରିବର୍ତ୍ତନ କରାଯାଇଥିଲା । 

ଏହା ବି ପଢ଼ନ୍ତୁ:-ସର୍ଭେ: ମୁଖ୍ୟମନ୍ତ୍ରୀ ହେବା ପରେ ଏକନାଥ ସିନ୍ଦେଙ୍କୁ କେତେ ଲୋକ କରୁଛନ୍ତି ସମର୍ଥନ ଓ କେତେ ବିରୋଧ, ଜାଣନ୍ତୁ ମହାରାଷ୍ଟ୍ରବାସୀଙ୍କ ମତ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ଶିବସେନା, ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଦଳର ସାଂସଦ

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ର୍ମୁର୍ମୁ ନା ଯଶୱନ୍ତ ସିହ୍ନା, କାହାକୁ ସମର୍ଥନ କରିବ JMM; ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଲେ ଟ୍ୱିଟ୍

ଜୁଲାଇ ୧ ପୂର୍ବରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ଜୁନ ୧ରେ ୧୩୫ ଟଙ୍କା ହ୍ରାସ କରାଯାଇଥିଲା । ଏହିପରି ଗତ ୩୫ ଦିନ ମଧ୍ୟରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ୩୦୦ ଟଙ୍କାରୁ ଅଧିକ ହ୍ରାସ କରାଯାଇଛି । ଏଠାରେ କହି ରଖୁଛୁ ଯେ, ମୁଦ୍ରାସ୍ଫୀତିରୁ ଲୋକଙ୍କୁ ରିହାତି ଦେବା ପାଇଁ ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଘୋଷଣା କରିଥିଲେ । ଏହି ସବସିଡି ବାର୍ଷିକ କେବଳ ୧୨ ସିଲିଣ୍ଡର ପର୍ଯ୍ୟନ୍ତ ଉପଲବ୍ଧ ହେବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ୯ କୋଟିରୁ ଅଧିକ ଗ୍ରାହକ ଉପକୃତ ହୋଇଛନ୍ତି ।

ବର୍ତ୍ତମାନ ସମଗ୍ର ଦେଶରେ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କା ପାର କରିଛି । ଆପଣଙ୍କୁ କହି ରଖୁଛୁ ଯେ, ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡର ୧,୦୦୩ରୁ  ୧,୦୫୩ ଟଙ୍କାକୁ ପହଞ୍ଚିଯାଇଛି । ବର୍ତ୍ତମାନ ସମୟରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର କୋଲକାତାରେ ୧,୦୭୯ ଟଙ୍କା, ଭୁବନେଶ୍ୱରରେ ୧,୦୭୯ ଟଙ୍କା,  ମୁମ୍ବାଇରେ ୧,୦୫୨.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୦୬୮.୫୦ ଟଙ୍କା ଟଙ୍କାରେ ମିଳୁଛି ।