ଗଣତି ପୂର୍ବରୁ ଏକାଠି ହେବ ଇଣ୍ଡି ମେଣ୍ଟ, ଜୁନ୍ ୧ରେ ଦିଲ୍ଲୀରେ ସମୀକ୍ଷା ବୈଠକ
Advertisement
Article Detail0/zeeodisha/odisha2265396

ଗଣତି ପୂର୍ବରୁ ଏକାଠି ହେବ ଇଣ୍ଡି ମେଣ୍ଟ, ଜୁନ୍ ୧ରେ ଦିଲ୍ଲୀରେ ସମୀକ୍ଷା ବୈଠକ

ଷଷ୍ଠ ପର୍ଯ୍ୟାୟରେ ଦେଶର ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୮ ଆସନରେ ମତଦାନ ହୋଇଛି । ବିହାର, ଉତ୍ତରପ୍ରଦେଶ, ଜମ୍ମୁକାଶ୍ମୀର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ହରିୟାଣା ଓ ଦିଲ୍ଲୀରେ ଭୋଟ୍ ପଡ଼ିଛି । ଷଷ୍ଠ ପର୍ଯ୍ୟାୟରେ ୬୩.୩୬ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ତଥ୍ୟ ଦେଇଛନ୍ତି । ଜୁନ୍ ୧ରେ ସପ୍ତମ ପର୍ଯ୍ୟାୟ ଲାଗି ମତଦାନ ହେବ ।

ଗଣତି ପୂର୍ବରୁ ଏକାଠି ହେବ ଇଣ୍ଡି ମେଣ୍ଟ, ଜୁନ୍ ୧ରେ ଦିଲ୍ଲୀରେ ସମୀକ୍ଷା ବୈଠକ

ଦିଲ୍ଲୀ: ଦେଶରେ ୬ ପର୍ଯ୍ୟାୟ ନିର୍ବାଚନ ସରିଛି । ଅନ୍ତିମ ବା ସପ୍ତମ ପର୍ଯ୍ୟାୟ ଲାଗି ଜୁନ୍ ୧ରେ ହେବ ମତଦାନ। ଏହା ପରେ ଜୁନ୍ ୪ରେ ଭୋଟ୍ ଗଣତି ହୋଇ ପ୍ରକାଶ ପାଇବ ଫଳାଫଳ। ସ୍ପଷ୍ଟ ହୋଇଯିବ କେନ୍ଦ୍ରରେ କାହାକୁ ମିଳିବ ବହୁମତ, କିଏ ଗଢ଼ିବ ସରକାର ? ତେବେ ଗଣତି ପୂର୍ବରୁ ବିରୋଧୀ ମେଣ୍ଟ ବୈଠକ ଡାକିଛି। ଶେଷ ପର୍ଯ୍ୟାୟ ଭୋଟ୍ ସରିବା ସହ ଇଣ୍ଡି ମେଣ୍ଟର ନେତା ଦିଲ୍ଲୀରେ ଜୁନ୍ ୧ରେ ଏକାଠି ହେବେ। ସମୀକ୍ଷା ବୈଠକରେ ବିରୋଧୀ ନେତା ଲୋକସଭା ନିର୍ବାଚନ ଉପରେ ଚର୍ଚ୍ଚା କରିବେ ।

ସରିଥିବା ଷଷ୍ଠ ପର୍ଯ୍ୟାୟରେ ଇଣ୍ଡି ମେଣ୍ଟର ପ୍ରଦର୍ଶନ କେମିତି ରହିଛି ? ସପ୍ତମ ପର୍ଯ୍ୟାୟରେ ବିରୋଧୀ ମେଣ୍ଟକୁ କେତେ ଆସନ ମିଳିବ ? ଏହା ଉପରେ ଇଣ୍ଡି ମେଣ୍ଟରେ ଥିବା ଦଳଗୁଡ଼ିକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ଏହି ବୈଠକରେ ମେଣ୍ଟର ସମସ୍ତ ପ୍ରମୁଖ ଦଳର ମୁଖ୍ୟଙ୍କୁ ସାମିଲ୍ ହେବା ଲାଗି କୁହାଯାଇଛି । ବୈଠକରେ ତେଜସ୍ୱୀ ଯାଦବ ଏବଂ ଏମକେ ଷ୍ଟାଲିନଙ୍କ ଭଳି ନେତା ଯୋଗ ଦେବେ ।

ସୂଚନାଯୋଗ୍ୟ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଶନିବାର ମତଦାନ ହୋଇଛି । ଦିଲ୍ଲୀର ସମସ୍ତ ୭ଟି ଆସନରେ ବିଜେପି ଏବଂ ବିରୋଧୀ ମେଣ୍ଟର ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି । ଇଣ୍ଡି ମେଣ୍ଟ ପକ୍ଷରୁ ଆପ୍ ଓ କଂଗ୍ରେସ ଦିଲ୍ଲୀରେ ମିଳିତ ପ୍ରାର୍ଥୀ ଦେଇଥିଲେ । ପ୍ରଥମଥର ପାଇଁ ନିର୍ବାଚନରେ ବିଜେପି ବିପକ୍ଷରେ ଆପ୍ ଓ କଂଗ୍ରେସ ମିଳିତ ପ୍ରାର୍ଥୀ ଦେଇଛନ୍ତି । ଦିଲ୍ଲୀର ୪ଟି ଲୋକସଭା ଆସନରେ ଆପ୍ ଲଢ଼ୁଥିବା ବେଳେ କଂଗ୍ରେସ ୩ଟିରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସମସ୍ତ ୭ଟି ଯାକ ଆସନରେ ବିଜୟୀ ହୋଇଥିଲା । ଚଳିତ ନିର୍ବାଚନରେ ବିଜେପି ୬ ସାଂସଦଙ୍କ ଟିକେଟ୍ କାଟି ନୂଆ ଚେହେରାଙ୍କ ଉପରେ ଭରସା କରିଛି ।