ISRO Chief S.Somnath: ଇସ୍ରୋ ମୁଖ୍ୟ (Indian Space Research Organisation) ଏସ୍ ସୋମନାଥଙ୍କୁ କ୍ୟାନସର। ଏହି ଖବର କିଛି ଲୋକଙ୍କୁ ଝଟକା ଦେଇପାରେ। (Aditya-L1) ଆଦିତ୍ୟ ଏଲ୍-୧ ଲଂଚି ଦିନ ହିଁ ଜଣାପଡିଲା ସତ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି । ଏ-ତେ ବଡ଼ ଦୁଃଖ ଖବର ପାଇ ସାରିବା ପରେ ବି ଧୌର୍ଯ୍ୟର ସହକାରେ ପୂରା ଟିମକୁ ସମ୍ଭାଳି ମିଶନକୁ ସଫଳ କରାଇଥିଲେ ଡ. ଏସ୍ ସୋମନାଥ।
Trending Photos

ସୂଚନା ଅନୁସାରେ, ଏକ ସାକ୍ଷାତକାରରେ ଏସ୍. ସୋମନାଥ କହିଥିଲେ ଯେ, ଚନ୍ଦ୍ରାୟନ-୩ (Chandrayaan-3 mission launch) ମିଶନ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିଲା। ଯାହାକୁ ନେଇ ଚିନ୍ତାରେ ରହୁଥିଲେ ସେ । ପରେ ସେ ଏନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ପରେ ଆଦିତ୍ୟ ଏଲ୍-୧ ଲଂଚ ହେବା ଦିନ ରିପୋର୍ଟ ଆସିଥିଲା ଯେ, ତାଙ୍କୁ କ୍ୟାନସର ହୋଇଛ। ଏହି ଖବର ଜାଣିବା ପରେ ସୋମନାଥ ନିଜ ଧୌର୍ଯ୍ୟର ସହକାରେ ପରିସ୍ଥିତିର ସାମ୍ନା କରିଥିଲେ। ସୋମନାଥଙ୍କର ଏକ ରେଗୁଲାର ସ୍ବାସ୍ଥ୍ୟ ପରୀକ୍ଷା ହେବା ସହ ଏକ ଅସ୍ତ୍ରୋପ୍ରଚାର ମଧ୍ୟ ଏହାରି ଭିତରେ ଶେଷ ହୋଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ୍ ଥିବା ବେଳେ ସୋମନାଥ ସମ୍ପୁର୍ଣ୍ଣ ଚିକିତ୍ସା ମଧ୍ୟରେ ରହିଛନ୍ତି।