Vladimir Putin: ଭୟଙ୍କର ରୋଗରେ ପୀଡ଼ିତ ପୁଟିନ ! ଅଧିକାରୀ କହିଲେ ଯୁଦ୍ଧ ଶେଷ ବେଳକୁ...
Advertisement

Vladimir Putin: ଭୟଙ୍କର ରୋଗରେ ପୀଡ଼ିତ ପୁଟିନ ! ଅଧିକାରୀ କହିଲେ ଯୁଦ୍ଧ ଶେଷ ବେଳକୁ...

Vladimir Putin Diseases and Conditions: ପ୍ରକୃତରେ ୟୁକ୍ରେନର ସାମରିକ ଗୁପ୍ତଚର ମୁଖ୍ୟ କିରିଲୋ ବୁଡାନୋଭ ଦାବି କରିଛନ୍ତି ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁତର ଅସୁସ୍ଥ ଅଛନ୍ତି ଏବଂ ଶୀଘ୍ର ତାଙ୍କର ମୃତ୍ୟୁ ହେବାକୁ ଯାଉଛି । ଏହାର କାରଣ ମଧ୍ୟ ସେ କହିଛନ୍ତି । ତାଙ୍କ ପରେ ଋଷ ଦେଶକୁ କିଏ ଶାସନ କରିବ ସେ କଥା ବି କହିଛନ୍ତି ୟୁ୍କ୍ରେନର ଜଣେ ବରିଷ୍ଠ ଅଧିକାରୀ। 

Vladimir Putin: ଭୟଙ୍କର ରୋଗରେ ପୀଡ଼ିତ ପୁଟିନ ! ଅଧିକାରୀ କହିଲେ ଯୁଦ୍ଧ ଶେଷ ବେଳକୁ...

Vladimir Putin: ଋଷ ୟୁକ୍ରେନ ଯୁଦ୍ଧ (Russia Ukraine War) ହେବାର ଦଶ ମାସରୁ ଅଧିକ ସମୟ ବିତିଯାଇଛି ଏବଂ ଏହା ଏବେ ବି ଜାରି ରହିଛି। ଏହି ଯୁଦ୍ଧରେ ଭ୍ଲାଦିମିର ପୁଟିନଙ୍କୁ ନାଟୋ ଦେଶ ତଥା ପାଶ୍ଚାତ୍ୟ ଗଣମାଧ୍ୟମ ଦ୍ୱାରା ପାଲଟିଯାଇଛନ୍ତି ଭିଲେନ । ଏହି ସମୟରେ ଭ୍ଲାଦିମିର ପୁଟିନ ଗୁରୁତର ଅସୁସ୍ଥ ହୋଇ କର୍କଟ ରୋଗରେ ପୀଡିତ ଥିବା ଦାବି କରାଯାଉଛି। ୟୁକ୍ରେନ ବିରୋଧରେ ଯୁଦ୍ଧ ଶେଷ ହେବା ପୂର୍ବରୁ ଭ୍ଲାଦିମିର ପୁଟିନଙ୍କର (Vladimir Putin)  ମୃତ୍ୟୁ ହେବ ବୋଲି ୟୁକ୍ରେନ ଇଣ୍ଟେଲିଜେନ୍ସ ରିପୋର୍ଟ (Ukraine Intelligence Report) ଏକଥା ଦାବି କରିଛି।

ପ୍ରକୃତରେ ୟୁକ୍ରେନର ସାମରିକ ଗୁପ୍ତଚର ମୁଖ୍ୟ କିରିଲୋ ବୁଡାନୋଭ ଦାବି କରିଛନ୍ତି ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁତର ଅସୁସ୍ଥ ଅଛନ୍ତି ଏବଂ ଶୀଘ୍ର ତାଙ୍କର ମୃତ୍ୟୁ ହେବାକୁ ଯାଉଛି । ତେବେ ସେ ଏହାର କୌଣସି ଔପଚାରିକ ପ୍ରମାଣ ଦେଇନାହାଁନ୍ତି। ବୁଡାନୋଭ କହିଛନ୍ତି ଯେ ସେ ଜାଣିଥିଲେ ଯେ କର୍କଟ ରୋଗରେ (Cancer) ପୀଡିତ ଋଷର ଏକଛତ୍ରବାଦୀ ଶାସକର ମୃତ୍ୟୁ ଖୁବ ଜଲଦି ଆସୁଛି ଏବଂ ସେ ଯେକୌଣସି ମୁହୂର୍ତ୍ତରେ ମଧ୍ୟ ମୃତ୍ୟୁ ମୁଖକୁ ଯାଇପାରନ୍ତି ।

ୟୁକ୍ରେନ ଗୁପ୍ତଚର ଅଧିକାରୀ ବୁଡାନୋଭ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୁଟିନଙ୍କ ମୃତ୍ୟୁ ପରେ କ୍ଷମତା ହସ୍ତାନ୍ତର ଋଷର ସହଯୋଗୀ ହେବ। ଏଠାରେ କହି ରଖୁଛୁ ଯେ ୟୁକ୍ରେନରେ ପ୍ରତିରକ୍ଷା ମନ୍ତ୍ରଣାଳୟର (Defence Ministrey) ମୁଖ୍ୟ ଗୁପ୍ତଚର ନିର୍ଦ୍ଦେଶକ ବୁଡାନୋଭ ଅଛନ୍ତି।  ଏଠାରେ କହିରଖୁଛୁ ଯେ, ପୁଟିନଙ୍କ ସ୍ୱାସ୍ଥ୍ୟ ବିଷୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା ଯେତେବେଳେ ସାକ୍ଷାତକାରକାରୀ ବ୍ରିଟ କ୍ଲେନେଟ ବୁଡାନୋଭଙ୍କୁ ପଚାରିଥିଲେ ଏ ବିଷୟରେ କିଛି ପଚାରିଥିଲେ। ତାଙ୍କୁ ପଚରା ଯାଇଥିଲା ଯେ, ଋଷର ଶାସକ ଗୁରୁତର ଅସୁସ୍ଥ ଅଛନ୍ତି କି? ତାଙ୍କ ପ୍ରଶ୍ନର ଉତ୍ତର ଦେଇ ୟୁକ୍ରେନର ଗୁପ୍ତଚର ମୁଖ୍ୟ ଏହାକୁ ଠିକ୍ ଖବର ବୋଲି କହିଛନ୍ତି।

ବୁଡାନୋଭ କହିଛନ୍ତି ଯେ ପୁଟିନ ଭୟଙ୍କର କର୍କଟ ରୋଗରେ ପୀଡ଼ିତ ଆଉ ସେ ଏହି ରୋଗରୁ ମୁକ୍ତି ନପାଇ ମୃତ୍ୟୁମୁଖକୁ ଯିବେ। ଏଠାରେ ସୂଚନାନୁଯାୟୀ ଯେ ବିଶ୍ୱର ବୃହତ୍ତମ ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ(Vladimir Putin) ଏବେ ୭୦ ବର୍ଷ ବୟସ ହେଲାଣି। ସେ କର୍କଟ ଏବଂ ପାର୍କିନ୍ସନ୍ ରୋଗ ଭଳି ଅନେକ ରୋଗରେ ପୀଡିତ ଅଛନ୍ତି ।  ପୁଟିନଙ୍କ ମୃତ୍ୟୁ ପରେ ବୁଡାନୋଭଙ୍କୁ ମଧ୍ୟ ଏକଥା ପଚାର ଯାଇଥିଲା ଯେ, ପୁଟିନଙ୍କ ପରେ ଦେଶ କିଏ ସମ୍ଭାଳିବ। ବୁଡାନୋଭ କହିଛନ୍ତି ଯେ ପୁଟିନଙ୍କ ମୃତ୍ୟୁ ପରେ ପ୍ରକୃତରେ କ୍ଷମତା ହସ୍ତାନ୍ତର ହେବ ଏବଂ ପରବର୍ତ୍ତୀ ଋଷର ଶାସ ପୁଟିନଙ୍କ ସହଯୋଗୀ (Putins Friend)  ହେବେ ବୋଲି ପରାମର୍ଶ ଦେଇଛନ୍ତି। ପୁଟିନଙ୍କ ମୃତ୍ୟୁ ପୂର୍ବରୁ ଏହି ଯୁଦ୍ଧ ଶେଷ ହେବା ଉଚିତ ବୋଲି ବୁଡାନୋଭ କହିଛନ୍ତି।