Bomb Cyclone: ଆମେରିକାରେ ତାଣ୍ଡବ ରଚିଥିବା ବମ୍ବ ସାଇକ୍ଲୋନ କ'ଣ ଓ ଏହା କେତେ ଭୟଙ୍କର
Advertisement
Article Detail0/zeeodisha/odisha1503314

Bomb Cyclone: ଆମେରିକାରେ ତାଣ୍ଡବ ରଚିଥିବା ବମ୍ବ ସାଇକ୍ଲୋନ କ'ଣ ଓ ଏହା କେତେ ଭୟଙ୍କର

Bomb Cyclone News: ଆମେରିକୀୟ ମାନେ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ଛୁଟିଦିନ ପାଇଁ ବାହାରକୁ ଯିବା ପାଇଁ ଚିନ୍ତା କରୁଥିବା ବେଳେ ଏସବୁ ମଧ୍ୟ ଭାବିବାର ବିଷୟ ପାଲଟିଛି। କାରଣ ଶୀତ ଏପରି ହେବାକୁ ଯାଉଛି ଯେ ସମସ୍ତ ମଜାମସ୍ତି ନଷ୍ଟ ହୋଇଯିବ।  ଚାରିଆଡେ ପ୍ରବଳ ବରଫ ଏବଂ ଶୀତର ପାଗ ହେତୁ ଏହି ଝଡ଼ ସାଧାରଣ ଲୋକଙ୍କ ପାଇଁ ଏକ କାଳ ହୋଇଯାଏ କାରଣ ଏତେ ଦ୍ରୁତ ଗତିରେ ପ୍ରବାହିତ ଥଣ୍ଡା ପବନ ସବୁକିଛି ଫ୍ରିଜ୍ କରିଦିଏ ।

 

Bomb Cyclone: ଆମେରିକାରେ ତାଣ୍ଡବ ରଚିଥିବା ବମ୍ବ ସାଇକ୍ଲୋନ କ'ଣ ଓ ଏହା କେତେ ଭୟଙ୍କର

Bomb Cyclone: ଭୟଙ୍କର ଥଣ୍ଡାରେ ଥରୁଛି ଭାରତ । ତେବେ ଭାରତ ଠାରୁ ବହୁତ ଖରାପ ଅବସ୍ଥାରେ ଅଛି ଆମେରିକା । ପ୍ରବଳ ଥଣ୍ଡାରେ ଆମେରିକା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଲୋକ ମାନଙ୍କୁ ଚେତାବନୀ ଦେଇଛନ୍ତି। ଜୋ ବାଇଡେନ କହିଛନ୍ତି ଯେ, ଯେଉଁଲୋକମାନେ ନିଜ ବନ୍ଧୁ ପରିଜନଙ୍କ ଘରକୁ ଯିବାକୁ ଚାହୁଁଛନ୍ତି ସେମାନେ ଯଥାଶୀଘ୍ର ଯିବା ଉଚିତ୍ । କାରଣ ମାଡ଼ିଆସୁଛି ଏକ ଭୟଙ୍କର ବରଫ ଝଡ଼। ଏହି ବରଫ ଝଡ଼ କୁ Bomb Cyclone ବୋଲି କୁହାଯାଉଛି।  ଆକଳନ କରାଯାଉଛି ଯେ, ଏହି ବରଫ ଝଡ଼ ଆଗକୁ ଖୁବ ଭୟଙ୍କର ରୂପ ନେବାକୁ ଯାଉଛି। ଏହି ବମ୍ବ ସାଇକ୍ଲୋନ ଖୁବ ଭୟଙ୍କର ଓ ଦୁର୍ଲଭ । ଖାସ୍ ଏହାର ଆକଳନ କରି ରାଷ୍ଟ୍ରପତି ମଧ୍ୟ ଭୟଙ୍କର ପରିସ୍ଥିତି ହେବା ନେଇ ଆଶଙ୍କା କରିଛନ୍ତି।

ଏହି ବମ୍ ସାଇକ୍ଲୋନ (Bomb Cyclone)  ଯୋଗୁଁ ଆମେରିକାରେ ଏହି ସପ୍ତାହରେ ପ୍ରବଳ ତୁଷାରପାତ, ପ୍ରବଳରୁ ପ୍ରବଳ ପବନ ବହିବା ସହିତ ଅତ୍ୟଧିକ ଥଣ୍ଡା ହେବାର ଆଶଙ୍କା ରହିଛି । ଆମେରିକୀୟ ମାନେ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ଛୁଟିଦିନ ପାଇଁ ବାହାରକୁ ଯିବା ପାଇଁ ଚିନ୍ତା କରୁଥିବା ବେଳେ ଏସବୁ ମଧ୍ୟ ଭାବିବାର ବିଷୟ ପାଲଟିଛି। କାରଣ ଶୀତ ଏପରି ହେବାକୁ ଯାଉଛି ଯେ ସମସ୍ତ ମଜାମସ୍ତି ନଷ୍ଟ ହୋଇଯିବ । ଏହି ଥଣ୍ଡା ପବନ ଆର୍କଟିକ୍ ଅଞ୍ଚଳରୁ ଆସୁଛି ଏବଂ ଏହା ଆମେରିକାର ଅଧିକାଂଶ ଅଂଶ ଉପରେ ପ୍ରଭାବ ପକାଇବ ବୋଲି ଆକଳନ କରାଯାଇଛି । ଆହୁରି ମଧ୍ୟ, ଏହି ସପ୍ତାହ ଶେଷ ଆଡକୁ ଆମେରିକାର (America) ଅନେକ ଅଞ୍ଚଳରେ ତାପମାତ୍ରା ମାଇନସ୍ ରେ ପହଞ୍ଚିବା ନେଇ ଆକଳନ କରାଯାଉଛି।

Also Read: Pavel Antov Death: ଓଡ଼ିଶାରେ ମିଳିଲା ପୁଟିନଙ୍କ ସମାଲୋଚକ ପାଭେଲ୍ ଆଣ୍ଟୋଭଙ୍କ ମୃତଦେହ, ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଦେଇଥିଲେ ବଡ଼ ବୟାନ

ତେବେ ଜାଣନ୍ତୁ କଣ ଏହି ବମ୍ବ ସାଇକ୍ଲୋନ (Bomb Cyclone) 
ଏହା ଏକ ପ୍ରକାରର ଝଡ଼। ଏଥିରେ ତାପମାତ୍ରା ବହୁତ କମ୍ ହୋଇଯାଏ ଏବଂ ଥଣ୍ଡା ପ୍ରବଳ ଅନୁଭୂତ ହୋଇଥାଏ।ବାସ୍ତବରେ, ଏଥିରେ ଅତି କମରେ ୨୪ ଘଣ୍ଟା ପାଇଁ ବାୟୁମଣ୍ଡଳର ଚାପ ବହୁତ କମ୍ ହୋଇଯାଏ । ଏହି ଚାପ ପ୍ରତି ଘଣ୍ଟାରେ ପ୍ରାୟ ଏକ ମିଲିବାର ହାରରେ କମିଯାଏ । ଏହି ଚାପ ଯେତେ କମ୍ ହୋଇଥାଏ, ଝଡ଼ର ଗତି ଶୀଘ୍ର ହୋଇଯାଏ । ଚାରିଆଡେ ପ୍ରବଳ ବରଫ ଏବଂ ଶୀତର ପାଗ ହେତୁ ଏହି ଝଡ଼ ସାଧାରଣ ଲୋକଙ୍କ ପାଇଁ ଏକ କାଳ ହୋଇଯାଏ କାରଣ ଏତେ ଦ୍ରୁତ ଗତିରେ ପ୍ରବାହିତ ଥଣ୍ଡା ପବନ ସବୁକିଛି ଫ୍ରିଜ୍ କରିଦିଏ ।

Also Read: Priyanka Gandhi Vadra: ୨୦୨୪ ଲୋକସଭା ନିର୍ବାଚନରେ ଏହି ଆସନରୁ ନିର୍ବାଚନ ଲଢ଼ିବେ ​​ପ୍ରିୟଙ୍କା ଗାନ୍ଧୀ! କଂଗ୍ରେସ ପ୍ରସ୍ତୁତ କଲା ଖାସ୍ ପ୍ଲାନ୍

ଅନେକ ପ୍ରକାରର ପବନ ଏକାଠି ହେଲେ ଏହା ବମ୍ବ ସାଇକ୍ଲୋନ ସୃଷ୍ଟି ହୁଏ । ଏଥିରେ କିଛି ପବନ ଥଣ୍ଡା ଏବଂ କିଛି ଗରମ ଅଟେ । ଉଷ୍ମ ପବନ ହେବା ସହିତ ଚାପ କମିଯାଏ ଏବଂ ମେଘ ପରି ସଂରଚନା ଗଠନ ହେବାକୁ ଲାଗେ । ଏହିପରି ଅବସ୍ଥା ଘଟିବା ମାତ୍ରେ ଏକ ଝଡ଼ ସୃଷ୍ଟି ହୁଏ ଏବଂ ଏହା ଠିକ୍ ଘଣ୍ଟା ଦିଗ ପରିବର୍ତ୍ତନ କରି ଓଲଟା ଆଡକୁ ଘୂର୍ଣ୍ଣନ କରେ। ଏହା ନିମ୍ନ ଚାପର ଏକ କ୍ଷେତ୍ର ସୃଷ୍ଟି କରେ । ଶୀତ ଋତୁରେ ଯେତେବେଳେ ଏପରି ପରିସ୍ଥିତି ଘଟେ, ସେତେବେଳେ ବରଫ ଝଡ଼ (Ice Cyclone) ହୋଇଥାଏ। ଆମେରିକାର ଜାତୀୟ ପାଣିପାଗ ସେବା ଆକଳନ କରିଛି ଯେ ଏହି ଝଡ଼ ଯୋଗୁଁ ତାପମାତ୍ରା -11 ଡିଗ୍ରୀକୁ ଖସିଯିବ। ଯଦିଓ ଏହା କେବଳ କିଛି ଘଣ୍ଟା ପାଇଁ ରହିବ, କିନ୍ତୁ ଏହା ଅନେକ କ୍ଷତି ମଧ୍ୟ କରିପାରେ । ଆକଳନ କରାଯାଇଛି ଯେ ବାୟୁ ଚାପ ୧୦୦୩ ମିଲିବାରରୁ ୯୬୮ ମିଲିବାରକୁ ଖସିଯିବ । ଏତେ କମ୍ ତାପମାତ୍ରା ହେତୁ, ଆପଣ ଏକ ମିନିଟ୍ ମଧ୍ୟରେ ପୁରା ବରଫରେ ପରିଣତ ହୋଇଯାଇପାରିବେ।