King Charles III diagnosed with Cancer: ବିଟ୍ରେନ୍ ରାଜା ଚାର୍ଲ୍ସ ତୃତୀୟ କ୍ୟାନସରରେ ପୀଡ଼ତ ଅଛନ୍ତି । ୭୫ ବର୍ଷିୟ ଚାର୍ଲ୍ସ ତୃତୀୟଙ୍କ ନିୟମିତ ଚିକିତ୍ସା ସମୟରେ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଏନେଇ ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି ।
Trending Photos
King Charles III diagnosed with Cancer: ବିଟ୍ରେନ୍ ରାଜା ଚାର୍ଲ୍ସ ତୃତୀୟ କ୍ୟାନସରରେ ପୀଡ଼ତ ଅଛନ୍ତି । ୭୫ ବର୍ଷିୟ ଚାର୍ଲ୍ସ ତୃତୀୟଙ୍କ ନିୟମିତ ଚିକିତ୍ସା ସମୟରେ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଏନେଇ ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି ।
ବକିଙ୍ଗକମ୍ ପ୍ୟାଲେସ ଦ୍ବାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, କିଙ୍ଗ ଚାର୍ଲ୍ସ ତୃତୀୟ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ପ୍ରୋଷ୍ଟେଟ ଗ୍ରନ୍ଥି ପରୀକ୍ଷା କରାଯିବା ସମୟରେ ସେ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ତେବେ କର୍କଟ ରୋଗର ପ୍ରକାର ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଲଣ୍ଡନର ଏକ କ୍ଲିନିକ୍ ରେ ୧ ମାସ ତଳେ ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ରୋଗ ବିଷୟରେ ଜାନୁଆରି ୧୭ ତାରିଖରେ ଜଣାପଡ଼ିଛି। ସେ ତାଙ୍କ ଚିକିତ୍ସା ବିଷୟରେ ସମ୍ପୂର୍ଣ୍ଣ ସକାରାତ୍ମକ ରହିଛନ୍ତି ଏବଂ ଯଥାଶୀଘ୍ର ନିଜ କର୍ତ୍ତବ୍ୟ ପୂରା କରିବାକୁ ଫେରିବାକୁ ଅପେକ୍ଷା କରିଛନ୍ତି ବୋଲି ଏଥିରେ କୁହାଯାଇଛି। ଏହି ଖବର ଆସିବା ମାତ୍ରେ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଖବର ଶୁଣିବା ପରେ ପ୍ରିନ୍ସ ହ୍ୟାରି ମଧ୍ୟ ଲଣ୍ଡନକୁ ଫେରୁଛନ୍ତି ।
ଏନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ଯେ ମୋର କୌଣସି ସନ୍ଦେହ ନାହିଁ ଯେ, ସେ ଶୀଘ୍ର ପୂର୍ଣ୍ଣ ଶକ୍ତି ସହିତ ଫେରିବେ । ମୁଁ ଜାଣେ ସମଗ୍ର ଦେଶ ତାଙ୍କର ଶୀଘ୍ର ସୁସ୍ଥତା ପାଇଁ ଇଚ୍ଛା କରୁଛି’ ।
Wishing His Majesty a full and speedy recovery.
I have no doubt he’ll be back to full strength in no time and I know the whole country will be wishing him well. https://t.co/W4qe806gmv
— Rishi Sunak (@RishiSunak) February 5, 2024
ସେହିପରି ଆରୋଗ୍ୟ କାମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଏକ୍ସ ପୋଷ୍ଟ୍ କରିଛନ୍ତି। ମୋଦୀ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି। ‘‘ଭାରତବାସୀଙ୍କ ପକ୍ଷରୁ ମୁଁ ରାଜା ଚାର୍ଲ୍ସ-୩ଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।’’
I join the people of India in wishing speedy recovery and good health to His Majesty King Charles III. https://t.co/86mKg9lE1q
— Narendra Modi (@narendramodi) February 6, 2024