Marriage dispute: 'ବିବାହକୁ ଖରାପ ବୋଲି ଭାବି, ଲିଭ୍-ଇନ୍‌ରେ ରହିବାକୁ ପସନ୍ଦ କରନ୍ତି ଯୁବ ପିଢି'
Advertisement
Article Detail0/zeeodisha/odisha1330324

Marriage dispute: 'ବିବାହକୁ ଖରାପ ବୋଲି ଭାବି, ଲିଭ୍-ଇନ୍‌ରେ ରହିବାକୁ ପସନ୍ଦ କରନ୍ତି ଯୁବ ପିଢି'

Kerala High Court On Marriage dispute: ଜଷ୍ଟିସ୍ ଏ ମହମ୍ମଦ ମୁସ୍ତାକ୍ ଓ ସୋଫି ଥୋମାସ୍ ଡିଭିଜନ୍ ବେଞ୍ଚ ଗତ ସପ୍ତାହରେ କଥିତ 'ବୈବାହିକ କ୍ରୁରତା' କାରଣରୁ ଛାଡପତ୍ର ପାଇଁ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେବା ସହ ଏହି ଟିପ୍ପଣୀ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Kerala High Court  On Marriage dispute: ବିବାହ ପରି ପବିତ୍ର ବନ୍ଧନକୁ ନେଇ ବର୍ତ୍ତମାନର ଯୁବପିଢ଼ିଙ୍କ ଚିନ୍ତାଧାରା ଉପରେ କେରଳ ହାଇକୋର୍ଟ (Kerala High Court) ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋର୍ଟ ଏକ ଛାଡପତ୍ର ଆବେଦନକୁ (Divorce petition) ଖାରଜ କରି କୋର୍ଟ ଏକ କଡା ଟିପ୍ପଣୀ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ନୂତନ ପିଢ଼ି ବିବାହକୁ (Marriage) 'ମନ୍ଦ' ବୋଲି ଭାବନ୍ତି ଓ ସେମାନେ ଏହାଠାରୁ ନିଜକୁ ଦୁରେଇ ରଖିବାକୁ ଓ ମୁକ୍ତ ଜୀବନ ଉପଭୋଗ କରିବାକୁ ଚାହୁଁଛନ୍ତି । ସମାଜରେ ଲିଭ୍-ଇନ୍ ରିଲେସନସିପି (Live-in Relationships) ମାମଲା ବୃଦ୍ଧି ପାଉଛି ଓ ଏହା ଆମ ସମାଜ ପାଇଁ ଚିନ୍ତାର ବିଷୟ ।

ଜଷ୍ଟିସ୍ ଏ ମହମ୍ମଦ ମୁସ୍ତାକ୍ ଓ ସୋଫି ଥୋମାସଙ୍କ ଏକ ଡିଭିଜନ୍ ବେଞ୍ଚ ଗତ ସପ୍ତାହରେ କଥିତ 'ବୈବାହିକ କ୍ରୁରତା' କାରଣରୁ ଛାଡପତ୍ର ପାଇଁ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ହାଇକୋର୍ଟ କହିଛନ୍ତି ଯେ ଯୁବ ପିଢ଼ି ଭାବନ୍ତି ଯେ ବିବାହ କରିବା ପରେ, ସେମାନଙ୍କର ସ୍ୱାଧୀନତା ଚାଲି ଯିବ । ତେଣୁ, ବିବାହ କରିବା ପରିବର୍ତ୍ତେ, ସେମାନେ ଏକ ଲିଭ-ଇନ୍ ସମ୍ପର୍କରେ ରହିବାକୁ ପସନ୍ଦ କରନ୍ତି । ସମାଜରେ ୟୁଜ ଆଣ୍ଡ ଥ୍ରୋ ଅର୍ଥାତ ବ୍ୟବହାର କର ଓ ଫିଙ୍ଗର ସଂସ୍କୃତି ବଢ଼ି ଚାଲିଛି ।

ହାଇକୋର୍ଟ କହିଛନ୍ତି ଯେ ଆଇନ ଓ ଧର୍ମରେ ବିବାହ ଏକ ଅନୁଷ୍ଠାନ ଭାବରେ ମାନାଯାଏ, ଏଥିପାଇଁ ବିବାହ ପରେ କେହି ଏକପାଖିଆ ସମ୍ପର୍କ ଛାଡି ପାରିବେ ନାହିଁ, ଯେତେବେଳେ ପର୍ଯ୍ୟନ୍ତ ଆଇନଗତ ପ୍ରକ୍ରିୟା ପୂରା ନ ହୋଇଛି । କେବଳ ବୈବାହିକ ସମ୍ପର୍କର ସାମାନ୍ୟ ବିବାଦ, ମନ ଭାଙ୍ଗିବା କିମ୍ବା କିଛି ଭାବପ୍ରବଣତାର ହଠାତ୍ ଉତ୍ତେଜନାକୁ କ୍ରୁରତା ଭାବରେ ଦେଖାଯିବ ନାହିଁ ।

ବାସ୍ତବରେ, ଏହି ଦମ୍ପତି ୨୦୦୬ ରେ ଦିଲ୍ଲୀରେ କାମ କରୁଥିବାବେଳେ ପରସ୍ପରକୁ ଜାଣିଥିଲେ । ସେମାନେ ୨୦୦୯ ରେ ବିବାହ କରିଥିଲେ । ୨୦୧୭ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା, କିନ୍ତୁ ପରେ ପରିସ୍ଥିତି ବଦଳିଗଲା ଓ ପରିସ୍ଥିତି ଆହୁରି ଖରାପ ହେବାକୁ ଲାଗିଲା । ଏହା ପରେ ସ୍ୱାମୀ ପ୍ରଥମେ ଛାଡପତ୍ର ପାଇଁ ଆଲାପୁଝା ଫେମିଲି କୋର୍ଟରେ ପହଞ୍ଚିଥିଲେ କିନ୍ତୁ ତାଙ୍କଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, ତା’ପରେ ସେ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ, ଏଠାରେ ମଧ୍ୟ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ହାଇକୋର୍ଟ କହିଛନ୍ତି ଯେ ଈଶ୍ୱରଙ୍କ ନିଜ ଦେଶ ଭାବରେ ପରିଚିତ କେରଳ ଏକଦା ପାରିବାରିକ ସମ୍ପର୍କ ପାଇଁ ପ୍ରସିଦ୍ଧ ଥିଲା । କିନ୍ତୁ ଏଥିରୁ ଜଣାପଡୁଛି ଯେ ବର୍ତ୍ତମାନ, ତୁଚ୍ଛ କିମ୍ବା ସ୍ୱାର୍ଥ କାରଣରୁ ଓ ଅନ୍ୟ ସମ୍ପର୍କ ପାଇଁ ନିଜ ପିଲାମାନଙ୍କର ଯତ୍ନ ନ ନେଇ ଲୋକମାନେ ବିବାହ ବନ୍ଧନକୁ ଭାଙ୍ଗନ୍ତି । ସେ କହିଛନ୍ତି ଯେ ଏଭଳି ପରିବାରରୁ ଆସୁଥିବା କାନ୍ଦ-ବୋବାଳି ସମଗ୍ର ସମାଜର ବିବେକକୁ ହଲାଇବାକୁ ଯାଉଛି ।

ଏହା ବି ପଢନ୍ତୁ: ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ମୋଦି ସରକାର ବିରୁଦ୍ଧରେ ଗମ୍ଭୀର ଆରୋପ ଲଗାଇଲେ କେଜ୍ରିୱାଲ

ଏହାବି ପଢନ୍ତୁ: ଆମେରିକାରେ PM ମୋଦି, CM ରେଡ୍ଡୀ ଓ ଆଦାନୀଙ୍କ ବିରୋଧରେ ମାମଲା, ଜାରି ହେଲା ସମନ