Mithali Sharma: ଜାଣନ୍ତୁ କିଏ ଏହି ମିତାଲି ଶର୍ମା? ମାତ୍ର ୨୧ ବର୍ଷରେ ଅଫିସର ହେବା ପରେ କାହିଁକି ବାନ୍ଧିଲା ଏସିବି
Advertisement

Mithali Sharma: ଜାଣନ୍ତୁ କିଏ ଏହି ମିତାଲି ଶର୍ମା? ମାତ୍ର ୨୧ ବର୍ଷରେ ଅଫିସର ହେବା ପରେ କାହିଁକି ବାନ୍ଧିଲା ଏସିବି

Mithali Sharma: ମିତାଲି ଶର୍ମା (Mithali Sharma )ମାତ୍ର ୨୧ ବର୍ଷ ବୟସରେ JPSC ପରୀକ୍ଷାରେ (Jharkhand Public Service Commission) ସଫଳତା ହାସଲ କରିଥିଲେ । ତେବେ ପ୍ରଥମ ପୋଷ୍ଟିଂରେ ୧୦, ୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଏସିବି ଟିମ୍ ହାତରେ ଧରା ପଡ଼ି ସେ ବନ୍ଧା ହୋଇଥିଲେ ।

ସୌ(ସୋସିଆଲ ମିଡିଆ)

Mithali Sharma: ନିଲମ୍ବିତ ଆଇଏଏସ୍ ଅଧିକାରୀ ପୂଜା ସିଙ୍ଗଲଙ୍କ (Pooja Singhal) ଅପେକ୍ଷା ମିତାଲି ଶର୍ମା ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ରହିଛନ୍ତି। ମିତାଲି ଶର୍ମା (Mithali Sharma )ମାତ୍ର ୨୧ ବର୍ଷ ବୟସରେ JPSC ପରୀକ୍ଷାରେ (Jharkhand Public Service Commission) ସଫଳତା ହାସଲ କରିଥିଲେ । ତେବେ ପ୍ରଥମ ପୋଷ୍ଟିଂରେ ୧୦, ୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଏସିବି ଟିମ୍ ହାତରେ ଧରା ପଡ଼ି ସେ ବନ୍ଧା ହୋଇଥିଲେ ।

ଜାଣନ୍ତୁ କ'ଣ ରହିଛି ପୂରା ମାମଲା

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଝାଡଖଣ୍ତର ନିଲମ୍ବିତ ଆଇଏଏସ ଅଧିକାରୀ ପୂଜା ସିଂଘଲଙ୍କୁ (Pooja Singhal) ନେଇ ଚର୍ଚ୍ଚା ଲାଗି ରହିଛି । ଜଣେ ଅଧିକାରୀଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ ହେବା ସମସ୍ତଙ୍କୁ ତାଜୁବ କରିଥିଲା । ତେବେ ଏସବୁ ଭିତରେ ଏବେ ଆଉ ଜଣେ ଅଫିସରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ନିଜର ପ୍ରଥମ ପୋଷ୍ଟିରେ ଲାଞ୍ଚ ନେବା ବେଳେ ଏସିବି ଟିମ୍ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି ଅଫିସର ମିତାଲି ଶର୍ମା । ପ୍ରକାଶ ଥାଉ କି, ମାତ୍ରା ୨୧ ବର୍ଷ ବୟସରେ ମିତାଲି ଶର୍ମା ଝାଡ଼ଖଣ୍ତ ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା (Jharkhand Public Service Commission ଦେଇଥିଲେ ।  ଏଥିରେ ସେ ୧୦୮ ସ୍ଥାନରେ ରହିଥିଲେ । ନିଯୁକ୍ତି ପତ୍ର ମିଳିବା ପରେ ମିତାଲି ଶର୍ମା (Mithali Sharma) କୋଡରମା ଜିଲ୍ଲାରେ ତାଙ୍କର ପ୍ରଥମ ପୋଷ୍ଟିଂ ମିଳିଥିଲା । ଏଠାରେ ସେ ସବ-ରେଜିଷ୍ଟ୍ରାର (sub registrar) ଭାବେ କାର୍ଯ୍ୟ କରୁଥିଲେ । ମଧ୍ୟବତ୍ତି ପରିବାରରେ ଜନ୍ମ ଗ୍ରହଣ କରିଥିବା ମିତାଲାଙ୍କ ପିତାଙ୍କ ନାମ ମୁକେଶ ଶର୍ମା ଅଟେ । ତେବେ ପ୍ରଥମ ପୋଷ୍ଟିଂ (first posting )ପରେ ମିତାଲି ଶର୍ମା ୧୦ ହଜାର ଟଙ୍କା ଲାଞ୍ଚ (Bribe) ନେଉଥିବା ବେଳେ ଏସିବି (Anti-Corruption Bureau) ଟିମ୍ ହାତରେ ଧରାପଡ଼ିଥିଲେ।

Also Read-Road Accident: ଇସକନ୍ ବିଜ୍ରରେ ଭିଡ଼ ଭିତରକୁ ହଠାତ୍ ମାଡ଼ିଗଲା କାର: ୯ ମୃତ, ୧୫ରୁ ଅଧିକ ଆହତ

Also Read-Indian Railways: ସାଧାରଣ କୋଚରେ ମିଳିବ ଇକୋନମିକ ମିଲ୍, ସାମିଲ ରହିଛି ଓଡ଼ିଶାର ଏହି ୨ଟି ଷ୍ଟେସନ୍

ପ୍ରକାଶ ଥାଉ କି, କୋଡରମା ବ୍ୟାପର ମଣ୍ତଳ ସହଯୋଗ ସମିତି ସଦସ୍ୟ ରମେଶ୍ବର ପ୍ରସାଦ ଏସିବିରେ ମିତାଲି ଶର୍ମାଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଥିଲେ ।  ରମେଶ୍ବରଙ୍କ କହିବା ଅନୁଯାୟୀ,  ୧୬ ଜୁନ୍ ୨୦୨୩ରେ ସମବାୟ ବିଭାଗର ସହକାରୀ ରେଜିଷ୍ଟାର ମିତାଲି ଶର୍ମା କୋଡ଼ରମା ବାଣିଜ୍ୟ ବୋର୍ଡ଼ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ ସେ କିଛି ତ୍ରୁଟି ଦେଖିଥିଲେ । ଏହାପରେ ସେ କୋଡ଼ରମା ବ୍ୟାପାର ମଣ୍ତଳ ସହଯୋଗ ସମିତି ଲିମିଟେଡ଼ର ସଦସ୍ୟମାନଙ୍କୁ ସ୍ପଷ୍ଟୀକରଣ ଦେବାକୁ କହିଥିଲେ । ଏଥିପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଡିଲ ଫାଇନାଲ ହୋଇଥିବା  ସୂଚନା ମିଳିଥିଲା । ଏହାପରେ ତାଙ୍କୁ ଗିରଫ କରିବା ନେଇ ଏସିବିର ଏକ ଟିମ୍ ହଜାରିବାଗ ଯାଇଥଲ । ସେଠାରେ ଲାଞ୍ଚ (Bribe) ନେବା ସମୟରେ ଏସିବି(Anti-Corruption Bureau) ଟିମ୍ ମିତାଲି ଶର୍ମାଙ୍କୁ ଗିରଫ କରିଥିଲା ।

Also Read-ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ସମ୍ଭାବନା, ସତର୍କ କଲା ବିଭାଗ

Also Read--Seema Haider ଙ୍କ ଖରାପ ସମୟ ଆରମ୍ଭ, ଏହି କାରଣ ପାଇଁ ପାକିସ୍ତାନକୁ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କଲା ପୋଲିସ