ISRO: ପୁଣି ଇତିହାସ ରଚିଲା ଇସ୍ରୋ, ଇଣ୍ଟରନେଟ ଦୁନିଆରେ ଆସିବ ବଡ଼ ପରିବର୍ତ୍ତନ
Advertisement
Article Detail0/zeeodisha/odisha1628995

ISRO: ପୁଣି ଇତିହାସ ରଚିଲା ଇସ୍ରୋ, ଇଣ୍ଟରନେଟ ଦୁନିଆରେ ଆସିବ ବଡ଼ ପରିବର୍ତ୍ତନ

ISRO  News:  ଇସ୍ରୋ ଗତ ବର୍ଷ ୨୩ ଅକ୍ଟୋବରରେ ୨୩ ଉପଗ୍ରହ ଉତକ୍ଷେପଣ କରିସାରିଛି। ରବିବାର ଅବଶିଷ୍ଟ ୨୩ ଉପଗ୍ରହକୁ ପୃଥିବୀର କକ୍ଷପଥରେ ସ୍ଥାପନ କରାଯାଇଛି। 

ISRO: ପୁଣି ଇତିହାସ ରଚିଲା ଇସ୍ରୋ, ଇଣ୍ଟରନେଟ ଦୁନିଆରେ ଆସିବ ବଡ଼ ପରିବର୍ତ୍ତନ

Indian Space Research Organisation: ପୁଣି ଏକ ବିରାଟ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ। ମାର୍ଚ୍ଚ ୨୬ ତାରିଖ ରବିବାର ମହାକାଶ ଅଭିମୁଖେ ଏକ କାଳୀନ ୩୬ ଉପଗ୍ରହ ଉତକ୍ଷେପଣ କରିଛି ଇସ୍ରୋ। ବ୍ରିଟିଶ କମ୍ପାନୀ ଉପଗ୍ରହକୁ ନେଇ ଇସ୍ରୋ LVM3 ପ୍ରକ୍ଷେପଣ ଯାନ ରବିବାର ସକାଳ ନଅଟା ସମୟରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶ ଅଭିମୁଖେ ଉଡ଼ାଣ ଭରିଥିଲା।

ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର (Indian Space Research Organisation) ଏକ ରକେଟ, ଯାହାର ଲମ୍ବା ହେଉଛି ପ୍ରାୟ ସାଢେ ୪୩ ମିଟର, ତାହା ବ୍ରିଟିଶ କମ୍ପାନୀ ଦ୍ୱାରା ପରିଚାଳିତ ୩୬ ଉପଗ୍ରହକୁ ନେଇ ଉଡ଼ାଣ ଭରିଥିଲା। ଯେଉଁ ଉପଗ୍ରହକୁ ନେଇ LVM3 ପ୍ରକ୍ଷେପଣ ଯାନ (LVM3 Launch Vehicle) ଉଡ଼ାଣ ଭରିଥିଲା ତାହାର ମୋଟ ଓଜନ ହେଉଛି ୫ ହଜାର ୮୦୫ ଟନ୍। ଇସ୍ରୋ (ISRO) ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନର ନାଁ LVM3-M3/OneWeb India-2। ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ଅଭିଯାନ ସମ୍ପର୍କରେ ସୂଚନା ଦିଆଯାଇଥିଲା।

LVM3 ହେଉଛି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର ସବୁଠାରୁ ଭାରୀ ଉତକ୍ଷେପଣ ଯାନ। ଯାହା ଚନ୍ଦ୍ରାୟନ-୨ ମିଶନ ସହିତ ଏ ପର୍ଯ୍ୟନ୍ତ ପାଞ୍ଚଟି ସଫଳ ଉଡ଼ାଣ ସମାପ୍ତ କରିଛି। ବ୍ରିଟେନ (Britain) ଭିତ୍ତିକ ୱାନୱେବ କମ୍ପାନୀ (OneWeb Company) ଏହାର ୭୨ ଉପଗ୍ରହ ଉତକ୍ଷେପଣ କରିବା ପାଇଁ ଇସ୍ରୋ ବାଣିଜ୍ୟିକ ଶାଖା (ISRO Commercial Unit) ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (New Space India Limited) ସହିତ ଏକ ଚୁକ୍ତି କରିଥିଲା।

Also Read: Broadband Internet Service: ମହାକାଶରୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା, ଜାଣନ୍ତୁ କିପରି

ଏହା ମାଧ୍ୟମରେ ଇସ୍ରୋ ଗତ ବର୍ଷ ୨୩ ଅକ୍ଟୋବରରେ ୨୩ ଉପଗ୍ରହ ଉତକ୍ଷେପଣ କରିସାରିଛି। ରବିବାର ଅବଶିଷ୍ଟ ୨୩ ଉପଗ୍ରହକୁ ପୃଥିବୀର କକ୍ଷପଥରେ ସ୍ଥାପନ କରାଯାଇଛି। ଇସ୍ରୋ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଉତକ୍ଷେପଣ ସହିତ ପୃଥିବୀର କକ୍ଷପଥରେ ୱେବ୍ ୱାନ୍ ସଂସ୍ଥାର ମୋଟ ଉପଗ୍ରହ ସଂଖ୍ୟା ୬୧୬ ହୋଇଛି। ଏହା ସହିତ ଇସ୍ରୋ ପାଇଁ ଏହା ଚଳିତ ବର୍ଷର ଦ୍ୱିତୀୟ ଉପଗ୍ରହ ପ୍ରକ୍ଷେପଣ ଅଭିଯାନ। 

ଇସ୍ରୋ କହିବା ଅନୁସାରେ ଯଦି ଏହି ଉତକ୍ଷେପଣ ଅଭିଯାନ ସଫଳ ହୋଇଯାଏ, ତାହେଲେ ୱାନୱେବ ଇଣ୍ଡିଆ-୨ ମହାକାଶରେ ୬ ଶହରୁ ଅଧିକ ପୃଥିବୀର କକ୍ଷପଥର ନିମ୍ନ ଭାଗରେ ରହୁଥିବା ଉପଗ୍ରହକୁ ସ୍ଥାପନ କରାଯାଇ ପାରିବ। ଏହା ସହିତ ଏହା ବିଶ୍ୱର ପ୍ରତ୍ୟେକ ଭାଗରେ ମହାକାଶ ଭିତ୍ତିକ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା (Space Based Broadband Internet Service) ଯୋଗାଇବାରେ ସହାୟକ ହେବ।