Aditya L1: ନୂଆ ବର୍ଷରେ ଖୁସି ଖବର ଦେବ ଇସ୍ରୋ, ଏହି ଦିନ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ-୧
Advertisement
Article Detail0/zeeodisha/odisha2034433

Aditya L1: ନୂଆ ବର୍ଷରେ ଖୁସି ଖବର ଦେବ ଇସ୍ରୋ, ଏହି ଦିନ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ-୧

Aditya L1: ଖୁସି ଖବର ଦେବ ଇସ୍ରୋ । କାରଣ ୧ ସଫଳ ହେବାକୁ ଯାଉଛି ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-। ଜାନୁଆରୀ ପ୍ରଥମ ସପ୍ତାହରେ ନିଜ କକ୍ଷପଥରେ ଅବସ୍ଥାପିତ ହେବ । ଏନେଇ ଇସ୍ରୋ ଅଧ୍ଯକ୍ଷ ସୂଚନା ଏସ୍ ସୋମନାଥ ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୬ରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ । 

ସୌ(ସୋସିଆଲ ମିଡିଆ)

Aditya L1: ନୂଆ ବର୍ଷରେ ଖୁସି ଖବର ଦେବ ଇସ୍ରୋ । କାରଣ ୧ ସଫଳ ହେବାକୁ ଯାଉଛି ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-। ଜାନୁଆରୀ ପ୍ରଥମ ସପ୍ତାହରେ ନିଜ କକ୍ଷପଥରେ ଅବସ୍ଥାପିତ ହେବ । ଏନେଇ ଇସ୍ରୋ ଅଧ୍ଯକ୍ଷ ସୂଚନା ଏସ୍ ସୋମନାଥ ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୬ରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ପ୍ରଥମ ଅପରାହ୍ନ ୪ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ-୧ ।  ସେହି ସ୍ଥାନରୁ ସୂର୍ଯ୍ୟ ଉପରେ ଅଧ୍ଯୟନ କରିବ ଆଦିତ୍ୟ ଏଲ-୧ । ଲେଙ୍ଗରେଜ୍ ପଏଣ୍ଟ ପୃଥିବୀ ପୃଷ୍ଠରୁ ପ୍ରାୟ ୧.୫ ମିଲିୟନ କିଲୋମିଟର ।

ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀରିକୋଟର ସତିଶ ଧବନ ସ୍ପେସ୍ ସେଣ୍ଟରରୁ ପୋଲାର୍ ସାଟେଲାଇଟ୍ ଲଞ୍ଚ ବେହିକିଲକୁ ଉତକ୍ଷେପଣ କରାଯାଇଥିଲା ।  ଏଥିରେ ୬ଟି ପେଲୋଡ଼ ବ୍ୟବହାର କରାଯାଇଥିଲା । ଏହି ସମସ୍ତ ପେଲୋଡ଼ ନିଜ ନିଜର ଭୂମି ସକ୍ରିୟ ଭାବେ ନିର୍ବାହ କରୁଥିବା ସୂଚନା ମିଳିଛି । ଏଲ-୧ ନିଜର ଲକ୍ଷ୍ୟ ପଥରେ ପହଁଞ୍ଚିବା ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟ ପାଖରେ ହେଉଥିବା ସମସ୍ତ ଘଟଣାବଳୀ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସାଙ୍ଗକୁ ତଥ୍ୟ ପ୍ରଦାନ କରିବ ।

ଏହା ପୂର୍ବରୁ ଡିସେମ୍ବର ୨ରେ ଇସ୍ରୋ ଆଦିତ୍ୟ ଏଲ-୧କୁ ନେଇ ଦେଇ କହିଥିଲା, ଆଦିତ୍ୟ ଏଲ-୧ରେ ଲାଗିଥିବା ପେଲୋଡ଼ ଆଦିତ୍ୟ ସୋଲାର ୱିଣ୍ତ ପାର୍ଟିକ୍ଲ ଏକ୍ସପେରିମେଣ୍ଟ କାମ କରିବା ଆରମ୍ଭ କରିଦେଇଛି । ଏହି ଉପକରଣ ସୌର ପବନରେ ଆୟନ, ମୁଖ୍ୟ ରୂପେ ପ୍ରୋଟନ ଓ ଆଲଫା କଣିକାକୁ ସଫଳତା ପୂର୍ବକ ମାପିଥିଲା । ଆଦିତ୍ୟ ସୋଲାର ୱିଣ୍ତ ପାର୍ଟିକ୍ଲ ଏକ୍ସପେରିମେଣ୍ଟ ଦୁଇଟି ଅତ୍ୟାଧୁନିକ ଉପକରଣ ସୋଲରୱିଣ୍ତ ଆୟୋନ ସ୍ପେକ୍ଟ୍ରୋମିଟର ସୁ୍ପ୍ରାଥର୍ମଲ ଆଣ୍ତ ଏନର୍ଜେଟିକ୍ ପାର୍ଟିକ୍ଲ ସ୍ପେକ୍ଟ୍ରୋମିଟର ରହିଛି ।

Also Read-Pegasus Spyware: ପୁଣି ବ୍ୟବହାର ହେଲା ପେଗାସସ୍‍, ଆମ୍ନେଷ୍ଟି କହିଲା ୨ ସାମ୍ବାଦିକଙ୍କ ଫୋନ୍‍ ହୋଇଛି ଟାର୍ଗେଟ

ଏହି ଦୁଇ ଉପକରଣ ସୌର ପବନ, ସୂର୍ଯ୍ୟ ପୃଷ୍ଠର ପରିବେଶ ଓ ଏଥି ଯୋଗୁଁ ଉପରେ ପଡୁଥିବା ପ୍ରଭାବର ଅଧ୍ୟୟନ କରିବ । ଆଦିତ୍ୟ ଏଲ-୧ ଲାଗିଥିବା ପେଲୋଡ଼ ଦ୍ବାରା ଇସ୍ରୋଙ୍କୁ ବାୟୁ ସମ୍ପର୍କରେ ବେଶ ସୂଚନା ମିଳିଛି । ଏହି ମିଶନ ମାଧ୍ୟମରେ ଇସ୍ରୋ ବୈଜ୍ଞାନିକଙ୍କୁ ସୌର ବାୟୁ ଯୋଗୁଁ ପୃଥିବୀ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଜଣାପଡିବ । ଏଥିରେ ମହାକାଶ ପାଗକୁ ନେଇ ମଧ୍ଯ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି ।