Congress Pres Election: ଖଡ଼ଗେ ସଭାପତି ହେଲେ କଂଗ୍ରେସ ଲାଭରେ ରହିବ ନା କ୍ଷତିରେ?
Advertisement
Article Detail0/zeeodisha/odisha1399247

Congress Pres Election: ଖଡ଼ଗେ ସଭାପତି ହେଲେ କଂଗ୍ରେସ ଲାଭରେ ରହିବ ନା କ୍ଷତିରେ?

Tharoor vs Kharge today:: କଂଗ୍ରେସ ପାଇଁ ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତ ଦେଉ ଗତି କରୁଛି। ଆଉ ଏହା ମଧ୍ୟରେ ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି। ଏଥିରେ ପ୍ରାୟ ୯୦୦୦ କଂଗ୍ରେସ ସଦସ୍ୟ ଏବଂ ପ୍ରଦେଶ କଂଗ୍ରେସ ସଦସ୍ୟ ଭୋଟ୍ ଦେବେ। ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ତେବେ ଖଡ଼ଗେ ଏବେ ଥରୁରଙ୍କ ଉପରେ ଭାରି ପଡ଼ିଥିବା ବେଳେ, ଯଦି ଖଡ଼ଗେ ସଭାପତି ହୁଅନ୍ତି ତେବେ କଂଗ୍ରେସର ଭାଗ୍ୟ କଣ ହେବ ଜାଣିବାକୁ ପଢନ୍ତୁ ପୂରା ଖବର। 

Congress Pres Election: ଖଡ଼ଗେ ସଭାପତି ହେଲେ କଂଗ୍ରେସ ଲାଭରେ ରହିବ ନା କ୍ଷତିରେ?

ନୂଆଦିଲ୍ଲୀ: କଂଗ୍ରେସର ନୂତନ ରାଷ୍ଟ୍ରୀୟ ସଭାପତିଙ୍କୁ ଭୋଟ୍ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଦେଶର ୬୮ଟି କେନ୍ଦ୍ରରେ ସ୍ଥାପିତ ବୁଥରେ ୯୮୦୦ରୁ ଅଧିକ କଂଗ୍ରେସ ନେତା ଏଥିପାଇଁ ଭୋଟ୍ ଦେଉଛନ୍ତି। ଅକ୍ଟୋବରରେ ନୂତନ ସଭାପତି ଘୋଷଣା କରାଯିବ, କିନ୍ତୁ ଏହି ଲଢ଼େଇରେ ମଲ୍ଲିକାର୍ଜୁନ ଖଡଗେ ଦୁଇ ପାଦ ଆଗରେ ଥିବା କୁହାଯାଉଛି। ଏହାର ବଡ଼ କାରଣ ହେଉଛି ଗାନ୍ଧୀ ପରିବାର। ଖଡ଼ଗେ ଗାନ୍ଧୀ ପରିବାରର ସମର୍ଥିତ ପ୍ରାର୍ଥୀ ବୋଲି ଆଲୋଚନା ହେଉଛି। ରାଜନୈତିକ ବିଶେଷଜ୍ଞଙ୍କର ମଧ୍ୟ ମତ ଏହା ଯେ, ଏଥିରେ ଶଶି ଥରୁରଙ୍କ ଉପରେ ଖଡ଼ଗେ ଭାରିପଡ଼ିବେ ନିଶ୍ଚିତ।  ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଖଡ଼ଗେ ସଭାପତି ହେବା ପରେ କଂଗ୍ରେସ କେତେ ଲାଭ ପାଇବ? ଦଳ ବଦଳିବ କି? କଂଗ୍ରେସ ଦଳରେ ଗାନ୍ଧୀ ପରିବାରର ଦବଦବା ସମାପ୍ତ ହେବ କି? ଆସନ୍ତୁ ଏସବୁ ବିଷୟରେ ଜାଣିବା।

ପ୍ରଥମେ ଜାଣିବା ଖଡଗେ ଅଧ୍ୟକ୍ଷ ହେବା ପରେ ଦଳରେ କି କି ପରିବର୍ତ୍ତନ ହେବ?
ତେବେ ରାଜନୀତି ସମୀକ୍ଷକଙ୍କ ମତରେ କଂଗ୍ରେସ ଏହାର ସବୁଠାରୁ ଡିଜାଷ୍ଟର ସମୟ ଦେଇ ଗତି କରୁଛି। ପୂର୍ବରୁ ଯେଉଁ ଦଳର ପୂରା ଦେଶରେ ସରକାର ଥିଲା ଆଜି ରାଜ୍ୟ ମାନଙ୍କରେ ବି କ୍ଷମତାରେ ଆସିବାପାରୁନି।
ଏଭଳି ସମୟରେ ଜାତୀୟ ସଭାପତି ନିର୍ବାଚନ ଦଳ ପାଇଁ ଏକ ବଡ଼ କଥା। ତଥାପି ଯଦି ଆମେ ଏହାର କିଛି ପଏଣ୍ଟକୁ ଦେଖିବା, ଏହା ଦଳରେ ପରିବର୍ତ୍ତନ ଅପେକ୍ଷା ବିବାଦ ଆଡକୁ ଅଧିକ ଗତି କରୁଥିବା ଭଳି ଲାଗୁଛି।

୧. ଦଳରେ ବିଭାଜନ ହୋଇପାରେ:
ଦଳର ଅନେକ ନେତା ପରିବର୍ତ୍ତନ ଚାହୁଁଛନ୍ତି। ଖାଡ଼ଗେଙ୍କ ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ହାତ ଥିବା କୁହାଯାଉଥିବାବେଳେ ଥରୁର ଏକୁଟିଆ ରହିଛନ୍ତି। ଏଭଳି ପରିସ୍ଥିତିରେ ଦଳ ଭିତରେ ପରିବର୍ତ୍ତନ ଚାହୁଁଥିବା ନେତାମାନେ ନିର୍ବାଚନ ପରେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି। ଯୁବ କଂଗ୍ରେସ ଥରୁରଙ୍କୁ ଅଧିକ ପସନ୍ଦ କରେ। କେରଳ ଏବଂ ଅନ୍ୟାନ୍ୟ ଦକ୍ଷିଣ ରାଜ୍ୟରେ ମଧ୍ୟ ତାଙ୍କର ଭଲ ସଂଗଠନ ମଧ୍ୟ ରହିଛି। ତେଣୁ ଏପରି ହେବାଦ୍ୱାରା ଏହି ସବୁ ରାଜ୍ୟରେ କଂଗ୍ରେସର ବିଭାଜନ ହୋଇପାରେ ଯାହାକି କଂଗ୍ରେସକୁ କ୍ଷତି ପହଞ୍ଚାଇପାରେ।

୨. ଖଡ଼ଗେଙ୍କ ଅପେକ୍ଷା ଗାନ୍ଧୀ ପରିବାର ଅଧିକ ଗୁରୁତ୍ୱ ପାଇବେ:
ରାଜନୀତି ସମୀକ୍ଷକଙ୍କ କହିବାନୁସାରେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାରେ ଥିଲା। ପ୍ରଧାନମନ୍ତ୍ରୀ ମନମୋହନ ସିଂ ହୋଇଥିଲେ ମଧ୍ୟ ସବୁ ପ୍ରମୁଖ ନିଷ୍ପତ୍ତି କେବଳ ଗାନ୍ଧୀ ପରିବାରର ଅନୁମୋଦନ କ୍ରମେ ନିଆଯାଉଥିଲା। ଯାହାର ଉଦାହରଣ ସ୍ୱରୁପ, ଥରେ ମନମୋହନ ସିଂ ସରକାରଙ୍କ ଏକ ଅଧ୍ୟାଦେଶକୁ ରାହୁଲ ଗାନ୍ଧୀ ସଂସଦରେ ଫାଡ଼ିଦେଇଥିଲେ। ଏହାର ଅର୍ଥ ସ୍ପଷ୍ଟ, ଯଦିଓ ମଲ୍ଲିକାର୍ଜୁନ୍ ଖଡ଼ଗେ ରାଷ୍ଟ୍ରପତି ପଦରେ ବସିବେ କିନ୍ତୁ ସମସ୍ତ ପ୍ରମୁଖ ନିଷ୍ପତ୍ତି କେବଳ ଗାନ୍ଧୀ ପରିବାରର ଅନୁମୋଦନ କ୍ରମେ ନିଆଯିବ। ଯଦି ଏପରି ଘଟେ, ତେବେ ଆଗାମୀ ସମୟରେ ଆଶାତିତ ପରିବର୍ତ୍ତନ ହେବ ନାହିଁ। ଅପରପକ୍ଷେ, ଶଶି ଥରୁର ମଧ୍ୟ ନିଜର ମତ ରଖିଛନ୍ତି। ସଭାପତି ପଦ ପାଇଁ ସେ ତାଙ୍କର ମତ ମଧ୍ୟ ପ୍ରକାଶ କରିଛନ୍ତି। ସେ ଗାନ୍ଧୀ ପରିବାର ବାହାରେ ଏବଂ ବିରୋଧରେ ମଧ୍ୟ ନିଷ୍ପତ୍ତି ନେଇପାରନ୍ତି। ଅର୍ଥାତ ଯଦି ଥରୁର ସଭାପତି ହୁଅନ୍ତି, ତେବେ ନିଶ୍ଚିତ ଭାବରେ ଦଳରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। 

୩. ଏଜେଣ୍ଡା ସ୍ପଷ୍ଟ ନୁହେଁ: 
କୁହାଯାଏ ଯେ ଖଡ଼ଗେଙ୍କୁ ଯାହା କୁହାଯାଏ ସେ ତାହା କରନ୍ତି। ଆଉ କଂଗ୍ରେସ ସଭାପତି ପଦ ପାଇଁ ସେ ନାମାଙ୍କନ ମଧ୍ୟ ଶୀଘ୍ର ହିଁ କରିଛନ୍ତି। କାରଣ ପୂର୍ବରୁ ଗାନ୍ଧୀ ପରିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ସଭାପତି ପଦ ପାଇଁ ଆଗକୁ ଆଣିଥିଲେ। କିନ୍ତୁ ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ଆସିବାରୁ ଖାଡ଼ଗେଙ୍କ ନାଁ ସାମ୍ନାକୁ ଆସିଲା। ସେପଟେ ଯଦି ଖାଡଗେଙ୍କ କଥା ଦେଖିବା ସଭାପତି ପଦବୀ ସମ୍ପର୍କରେ ଖଡ଼ଗେଙ୍କ ଏଜେଣ୍ଡା ମଧ୍ୟ ସ୍ପଷ୍ଟ ନୁହେଁ। ଏଭଳି ପରିସ୍ଥିତିରେ, ଯଦିଓ ସେ ଅଧ୍ୟକ୍ଷ ହୁଅନ୍ତି, ତେବେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାର ସମ୍ଭାବନା ବହୁତ କମ୍।

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ:
ଖଡ଼ଗେ କର୍ଣ୍ଣାଟକ ବିଦାର ଜିଲ୍ଲାର ଭରାବତୀ ଅଞ୍ଚଳରେ ଏକ କୃଷି ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଗୁଲବର୍ଗର ନଟନ ବିଦ୍ୟାଳୟରୁ ପାଠପଢ଼ା ସମାପ୍ତ କରିଥିଲେ। ପରେ ସେଠାକାର ସରକାରୀ କଲେଜରୁ ସେ ସ୍ନାତକ ହାସଲ କରିଥିଲେ। କଲେଜରେ ସେ ଛାତ୍ର ସଂଗଠନର ସାଧାରଣ ସମ୍ପାଦକ ମଧ୍ୟ ଥିଲେ। ପରେ ସେ LLB କରିବା ପରେ ସେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ୧୯୬୯ମସିହାରେ ସେ MKS ମିଲ୍ସ କର୍ମଚାରୀ ସଂଘର ଆଇନ ପରାମର୍ଶଦାତା ହୋଇଥିଲେ। ତା’ପରେ ସେ ଶ୍ରମିକମାନଙ୍କ ହକ୍ ପାଇଁ ଲଢ଼େଇ କରିଥିଲେ। ସେ ୟୁନାଇଟେଡ୍ ଟ୍ରେଡ ୟୁନିଅନ ସଂଘର ଜଣେ ପ୍ରଭାବଶାଳୀ ନେତା ଥିଲେ।

ତେବେ  ୧୯୬୯ରେ ଖଡ଼ଗେ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କର ଲୋକପ୍ରିୟତା ଦେଖି ଦଳ ତାଙ୍କୁ ଗୁଲବର୍ଗ କଂଗ୍ରେସ କମିଟିର ସଭାପତି କରାଇଥିଲା। ୧୯୭୨ ମସିହାରେ, ସେ ପ୍ରଥମ ଥର ପାଇଁ କର୍ଣ୍ଣାଟକର ଗୁରୁମିତକଲ ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ଖଡ଼ଗେ ଗୁରୁମିତକାଲ ଆସନରୁ ନଅ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏହି ସମୟ ମଧ୍ୟରେ ସେ ବିଭିନ୍ନ ବିଭାଗରେ ମନ୍ତ୍ରୀ ପଦରେ ରହିଥିଲେ। ୨୦୦୫ରେ ତାଙ୍କୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି କରାଯାଇଥିଲା। ୨୦୦୮ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ। ଏବଂ ୨୦୦୯ରେ ପ୍ରଥମ ଥର ପାଇଁ ସାଂସଦ ଭାବେ ମନୋନୀତ ହୋଇଥିଲେ।
 
ଖଡ଼ଗେ ଗାନ୍ଧୀ ପରିବାରର ଖୁବ ବିଶ୍ୱସ୍ତ ଭାବରେ ବିବେଚନା କରାଯାଏ। ଏଥିପାଇଁ ସେ ସମୟ ସମୟରେ ପୁରସ୍କାର ମଧ୍ୟ ପାଇଛନ୍ତି। ୨୦୧୪ରେ ଖଡ଼ଗେଙ୍କୁ ଲୋକସଭାରେ ଦଳର ନେତା କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ ​​ପରାଜୟ ପରେ କଂଗ୍ରେସ ତାଙ୍କୁ ୨୦୨୦ରେ ରାଜ୍ୟସଭାକୁ ପଠାଇଛି। ଗତ ବର୍ଷ ଯେତେବେଳେ ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା, ସେତେବେଳେ ଖଡ଼ଗେଙ୍କୁ ରାଜ୍ୟସଭାରେ ବିରୋଧୀ ଦଳର ନେତା କରାଯାଇଥିଲା।