Drone Strike: ସାମରିକ ଘାଟି ଉପରେ ଡ୍ରୋନ୍ ଆକ୍ରମଣ, ପଲଟା ଜବାବ ଦେଲା ଇରାନ ସେନା
Advertisement

Drone Strike: ସାମରିକ ଘାଟି ଉପରେ ଡ୍ରୋନ୍ ଆକ୍ରମଣ, ପଲଟା ଜବାବ ଦେଲା ଇରାନ ସେନା

Iran Military Base Attack: ଇରାନ ଉପରେ ହୋଇଥିବା ଆକ୍ରମଣ ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଏବଂ ଆମେରିକା ସହିତ ପରମାଣୁ କାର୍ଯ୍ୟକ୍ରମକୁ ନେଇ ତିକ୍ତତା ଦେଖାଦେଇଛି। 

 

Drone Strike: ସାମରିକ ଘାଟି ଉପରେ ଡ୍ରୋନ୍ ଆକ୍ରମଣ, ପଲଟା ଜବାବ ଦେଲା ଇରାନ ସେନା

Drone Attack on Iran Military Base: ଦେଶର ଇସଫାହାନ ସହରସ୍ଥିତ ସାମରିକ ଘାଟି ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ବିଫଳ କରିଦେଇଛି ଇରାନ ସେନା। ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ସ୍ଥାନୀୟ ଗଣମାଧ୍ୟମ ରବିବାର କହିଛି ଯେ ଡ୍ରୋନ୍ ଆକ୍ରମଣ ବିଫଳ କରିବା ବେଳେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ କେହି ମୃତାହତ ହୋଇନାହାଁନ୍ତି। 

ଇରାନ ସମ୍ବାଚାର ଏଜେନ୍ସି ଆଇଆରଏନଏ ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ ଇରାନ ସେନାବାହିନୀ ଗୋଟିଏ ଡ୍ରୋନ ଉପରେ ଗୁଳି ଚଳାଇ ଏହାକୁ ଖସାଇ ଦେଇଥିଲେ। ହେଲେ ଅନ୍ୟ ୨ ଡ୍ରୋନ ଗୁଳି ମାଡ଼ ହେବା ପରେ ଫେରି ଯାଇଥିଲେ। ଏହି ଅସଫଳ ଆକ୍ରମଣରେ କାହାର ମୃତ୍ୟୁ ହୋଇନାହିଁ। ହେଲେ ସାମରିକ ଘାଟି ଛାତ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଇରାନ ନ୍ୟୁଜ୍ ଏଜେନ୍ସି ପ୍ରଥମେ ଜୋରଦାର ବିସ୍ଫୋରଣ ହୋଇଥିବା ନେଇ ଜଣାଇଥିଲା। ଯାହାର ଭିଡିଓ ମଧ୍ୟ ପ୍ରକାଶିତ ହୋଇଥିଲା। ଯେଉଁ ସ୍ଥାନରେ ଏହି ବିସ୍ଫୋରଣ ଘଟିଥିଲା ​​ତାହା ଏକ ଗୋଳାବାରୁଦ କାରଖାନା ବୋଲି କୁହାଯାଉଥିଲା। ପ୍ଲାଣ୍ଟ ବାହାରେ ଜରୁରୀକାଳୀନ ଗାଡ଼ିର ଭିଡିଓ ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। 

ଏହା ପୂର୍ବରୁ ଗତ ଜୁଲାଇରେ ଇରାନ ଇସ୍ରାଏଲ ଲାଗି କାର୍ଯ୍ୟ କରୁଥିବା କୁର୍ଦ୍ଦ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀକୁ ଗିରଫ କରିଥିଲା। ଏହି କୁର୍ଦ୍ଦ ଆତଙ୍କୀ ଗୋଷ୍ଠୀ ଇସଫାହାନ ସହରରେ ଅବସ୍ଥିତ ଏକ ସମ୍ବେଦନଶୀଳ ପ୍ରତିରକ୍ଷା ଶିଳ୍ପ କେନ୍ଦ୍ରକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଯୋଜନା କରିଥିଲେ।

Also Read: ଇସ୍ରାଏଲ ଆକ୍ରମଣରେ ଥରହର ଇରାନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ପରମାଣୁ କେନ୍ଦ୍ର ଏବଂ ମିସାଇଲ ବେସ

 

ଆଣବିକ କାର୍ଯ୍ୟକ୍ରମକୁ ନେଇ  ଶତ୍ରୁ ଇସ୍ରାଏଲ ସହିତ ବଢୁଥିବା ତିକ୍ତତା ମଧ୍ୟରେ ଉପରୋକ୍ତ ଘୋଷଣା କରିଥିଲା ଇରାନ। ଅନ୍ୟପଟେ ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଇରାନ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ ଚାହୁଁଛି। ହେଲେ ଇରାନ ଏହାକୁ ଅସ୍ୱୀକାର କରିଆସୁଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏହି ଆକ୍ରମଣ ଆମର ଅଭିଯାନକୁ ପ୍ରଭାବିତ କରି ନାହିଁ। ଏହି ଆକ୍ରମଣର ପ୍ରଭାବ ଦେଶର ପ୍ରଗତି ଉପରେ ପଡ଼ିବ ନାହିଁ। ଗତ କିଛି ବର୍ଷ ମଧ୍ୟରେ ଇରାନସ୍ଥିତ ସାମରିକ, ଆଣବିକ ଏବଂ ଶିଳ୍ପାନୁଷ୍ଠାନରେ ଅନେକ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ଘଟିଛି।

ଇରାନ ଉପରେ ହୋଇଥିବା ଆକ୍ରମଣ ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଏବଂ ଆମେରିକା ସହିତ ପରମାଣୁ କାର୍ଯ୍ୟକ୍ରମକୁ ନେଇ ତିକ୍ତତା ଦେଖାଦେଇଛି। ଗତ ୨୦୧୫ ବର୍ଷରେ ହୋଇଥବା ପରମାଣୁ ଚୁକ୍ତି ଉଲ୍ଲଂଘନ କରି ଇସ୍ରାଏଲ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଛି।