World's Number 1 App: ଫେସବୁକ୍ କି ଟିକଟକ୍ ନୁହେଁ, ବିଶ୍ବର ନଂ-୧ ଆପ ହେଲା...
Advertisement

World's Number 1 App: ଫେସବୁକ୍ କି ଟିକଟକ୍ ନୁହେଁ, ବିଶ୍ବର ନଂ-୧ ଆପ ହେଲା...

World's Number 1 App: ଦୁନିଆର ନଂ ୧ ଆପ୍ କଥା ପଚାରିଲେ ଲୋକଙ୍କ ମନରେ ପ୍ରାୟତଃ ଫେସବୁକ୍ କିମ୍ବା ଟିକଟକ୍ କଥା ଆସେ । କିନ୍ତୁ ଏହି ଦୁଇଟି ସୋସିଆଲ ମିଡ଼ିଆ ଆପ ଏବେ ଲୋକପ୍ରିୟତା ତାଲିକାରେ ପଛରେ ପଡ଼ିଛନ୍ତି । ଆଜ୍ଞା ହିଁ, ଏବେ ସୋସିଆଲ ମିଡ଼ିଆର ନଂ୧ ଆପ ତାଲିକାର ଶୀର୍ଷରେ ରହିଛି ଇନଷ୍ଟାଗ୍ରାମ । ଆସନ୍ତୁ ଜାଣିବା କିପରି ଓ କଣ ପାଇଁ ଦୁନିଆର ୧ନଂ ଆପ୍ ହେଲା ଇନଷ୍ଟାଗ୍ରାମ ।

ଖବର ଅନୁଯାୟୀ, ବର୍ତ୍ତମାନ ଇନଷ୍ଟଗ୍ରାମ ଲୋକପ୍ରିୟତା ଆପ ତାଲିକାରେ ଫେସବୁକ ଓ ଟିକଟକ୍ କୁ ଟପିଯାଇ ୧ନଂ ସ୍ଥାନରେ ରହିଛି । ବାସ୍ତବରେ, କେତେକ ଦେଶରେ ଟିକଟକ୍ ବ୍ୟାନ ହେବା ପରେ ଇନଷ୍ଟାଗ୍ରାମକୁ ଏହାର ଫାଇଦା ମିଳିଛି । ଏହା ବ୍ୟତୀତ, ଟିକଟକ୍ ବ୍ୟାନ୍ ହେବା ପଛରେ ଅନ୍ୟ କାରଣ ମଧ୍ଯ ରହିଛି । ସେନ୍ସର ଟାୱରର ରିପୋର୍ଟ ଅନୁଯାୟୀ, ଇନଷ୍ଟାଗ୍ରାମର ଡାଉନଲୋଡ ବିଶ୍ୱରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୩ ମସିହାରେ ଇନଷ୍ଟାଗ୍ରାମ ଆପ୍‍ ୭୬.୭ କୋଟି ଥର ଡାଉନଲୋଡ କରାଯାଇଛି । ଯାହାକି ୨୦୨୨ ତୁଳନାରେ ୨୦ ପ୍ରତିଶତ ଅଧିକ ଅଟେ । ସେହିପରି ଟକଟକ୍ ଆପ ୭୩.୩କୋଟି ଥର ଡାଉନଲୋଡ ହୋଇଥିବା ସୂଚନା ମିଳିଛି । ଏହି ଚାଇନିଜ୍‍ ଆପ୍ କୁ ଭାରତ ସମେତ ଆମେରିକାରେ ବ୍ୟାନ୍ କରଯାଇଛି । ୨୦୨୦ ଠାରୁ ଇନଷ୍ଟାଗ୍ରାମର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଇନଷ୍ଟାଗ୍ରାମ ରିଲ୍ସ ଲଞ୍ଚ କରିବା ପରେ ଏହାର ଲୋକପ୍ରିୟତା ବେଶ ବଢିଛି । ଇନଷ୍ଟାଗ୍ରାମ ରିଲ୍ସ ହେଉଛି ଏକ ଏଭଳି ଫିଚର ଯେଉଁଥିରେ ୟୁଜର୍ସ ମାନେ ସର୍ଟ କ୍ଲିପ୍‍ ପ୍ରସ୍ତୁତ କରି ଏହି ପ୍ଲାଟଫର୍ମରେ ସେୟାର କରିପାରିବେ । ରିଲ୍ସ ଫିଚର ଯୋଗୁଁ ଯୁବପୀଢି ମାନେ ଇନଷ୍ଟାଗ୍ରାମକୁ ଅଧିକ ପସନ୍ଦ କରୁଛନ୍ତି । ଏହାସହ ଅଧିକାଂଶ ଲୋକେ ଏହି ରିଲ୍ସ ମାଧ୍ୟମରେ ଭିନ୍ନ ଭିନ୍ନ କନଣ୍ଟେଟର ଭିଡ଼ିଓ ତିଆରି କରି ରୋଜଗାର କରୁଥିବା ମଧ୍ଯ ଦେଖିବାକୁ ମିଳିଛି ।

ଡାଉନଲୋଡ୍ ଦୃଷ୍ଟିରୁ ଇନଷ୍ଟାଗ୍ରାମ ବିଶ୍ବର ୧ ନମ୍ବର ଆପ୍ ହୋଇଥିଲେ ମଧ୍ଯ ଅତ୍ୟାଧିକ ସମୟ ଅତିବାହିତ ଦୃଷ୍ଟିକୋଣରୁ ଟିକଟକ୍ ଏବେ ବି ଆଗରେ ରହିଛି । ଗତ ବର୍ଷର ଆକଳନରୁ ଜଣାପଡିଛି ଯେ, ଉପଭୋକ୍ତାମାନେ ଟିକଟକ୍ ରେ ହାରାହାରି ୯୫ ମିନିଟ୍ ବିତାଇଥିବାବେଳେ ଇନଷ୍ଟାଗ୍ରାମରେ ୬୨ ମିନିଟ୍, ଏକ୍ସ (X) ରେ ୩୦ ମିନିଟ୍ ଓ ସ୍ନାପଚାଟରେ ୧୯ ମିନିଟ୍ ସମୟ ବିତାଇଥିଲେ ।