Gas Price hike: ଖାଉଟିଙ୍କୁ ଝଟକା! ପୁଣି ବଢିଲା ଗ୍ୟାସ ଦର, ଜାଣନ୍ତୁ ନୂଆ ରେଟ୍
Advertisement

Gas Price hike: ଖାଉଟିଙ୍କୁ ଝଟକା! ପୁଣି ବଢିଲା ଗ୍ୟାସ ଦର, ଜାଣନ୍ତୁ ନୂଆ ରେଟ୍

CNG Price hike: ଦୀପାବଳି ପୂର୍ବରୁ ଖାଉଟିଙ୍କୁ ଶକ୍ତ ଝଟକା ଲାଗିଛି। ସରକାର ଉଭୟ ସିଏନଜି ଓ ପିଏନଜି ଦର ବୃଦ୍ଧି କରିଛନ୍ତି। ଫଳରେ ରୋଷେଇ ଘରେ ମହଙ୍ଗା ନିଆଁ ଲାଗିଛି। ଲୋକଙ୍କ ଯାତାୟତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ଅଛି।

Gas Price hike: ଖାଉଟିଙ୍କୁ ଝଟକା! ପୁଣି ବଢିଲା ଗ୍ୟାସ ଦର, ଜାଣନ୍ତୁ ନୂଆ ରେଟ୍

CNG Price hike, ନୂଆଦିଲ୍ଲୀ: ଶୁକ୍ରବାର ଖାଉଟିଙ୍କୁ ଏକ ଶକ୍ତ ଝଟକା ଲାଗିଛି। ପୁଣି ଥରେ ପ୍ରାକୃତିକ ଗ୍ୟାସ ମହଙ୍ଗା ହୋଇଛି। ରାଜଧାନୀ ଦିଲ୍ଲୀରେ Indraprastha Gas Limited (IGL) କିଲୋଗ୍ରାମ ପ୍ରତି Compressed Natural Gas (CNG) ଦରରେ ୩ ଟଙ୍କା ବୃଦ୍ଧି କରିଛି। କେବଳ CNG ନୁହଁ Domestic Piped Natural Gas (PNG) ମଧ୍ୟ ମହଙ୍ଗା ହୋଇଛି। ନୂଆ ଦର ଶନିବାର ଠାରୁ ଲାଗୁ ହେବ ବୋଲି ଗ୍ୟାସ ବିତରଣ କମ୍ପାନୀ IGL ସୂଚନା ଦେଇଛି।

ପ୍ରାବଣ ଋତୁରେ ଲଗାତର ଗ୍ୟାସ ଦର ବୃଦ୍ଧି ପାଇବାରେ ଲାଗିଛି। ଅକ୍ଟୋବର ୮ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଉଭୟ CNG ଏବଂ PNG ମୂଲ୍ୟ ତିନି ଟଙ୍କା ଲେଖାଏ ବୃଦ୍ଧି କରାଯାଇଛି। ଚାରି ମାସ ପରେ ପ୍ରଥମ ଥର CNG ଓ ଦୁଇ ମାସ ପରେ PNG ତିନି ଟଙ୍କା ମହଙ୍ଗା ହୋଇଛି। IGL ଅନୁସାରେ, ଶନିବାର ଠାରୁ ଦିଲ୍ଲୀରେ CNG ବର୍ତ୍ତମାନ କିଲୋଗ୍ରାମ ପ୍ରତି ୭୮.୬୧ ଟଙ୍କା ହୋଇଛି। ସେହିପରି ଏକ କ୍ୱିବିକ୍ ମିଟର PNG ପାଇଁ ରାଜଧାନୀବାସୀଙ୍କୁ ୫୩.୫୯ ଟଙ୍କା ଦେବାକୁ ପଡିବ।

CNG ଦର ମାର୍ଚ୍ଚ ସାତ ଠାରୁ ୧୪ ଥର ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ ଏପ୍ରିଲ୍ ୨୦୨୧ ଠାରୁ CNG ମୂଲ୍ୟ କିଲୋଗ୍ରାମ ପିଛା ୮୦% ତଥା ୩୫.୨୧ ଟଙ୍କା ମହଙ୍ଗା ହୋଇଛି। ସେହପରି ୧୪ ମାସରେ PNG ମୂଲ୍ୟ ୧୦ ଥରରେ ୯୧% ବୃଦ୍ଧି ପାଇଛି। ଅଗଷ୍ଟ ୨୦୨୧ରେ ଯେଉଁ PNG କ୍ୱିବିକ୍ ମିଟର ୩୪ ଟଙ୍କାରେ ମିଳୁଥିଲା ତାହା ଏବେ ସାଢେ ୫୩ ଟଙ୍କା ହୋଇଛି। ଅର୍ଥାତ ଏହି ସମୟ ମଧ୍ୟରେ PNG ୨୯.୯୩ ଟଙ୍କା ମହଙ୍ଗା ହୋଇଛି। ଯେଉଁଥିପାଇଁ ଖାଉଟି ହସ୍ତସନ୍ତ ହେଉଛନ୍ତି।

ଗତ ବର୍ଷ ଅକ୍ଟୋବରରୁ ଘରୋଇ ତଥା ଆନ୍ତର୍ଜାତୀୟ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସହରର ଗ୍ୟାସ ବିତରକମାନେ ପର୍ଯ୍ୟାୟକ୍ରମେ ମୂଲ୍ୟ ବୃଦ୍ଧି କରିଆସୁଛନ୍ତି। ବିଶେଷ କରି CNG ଗାଡିରେ ଇନ୍ଧନ ଭାବେ ବ୍ୟବହାର ହେଉଛି। ଆଉ PNGକୁ ଘରେ ରୋଷେଇ କରିବା, ବିଦ୍ୟୁତ ଉତ୍ପାଦନ ଓ ସାର ଉତ୍ପାଦନରେ ବ୍ୟବହାର କରାଯାଇଥାଏ।