Unmanned Vehicle Project: ବନ୍ଦ ହେଲା ଭାରତର ସର୍ବ ବୃହତ ମାନବବିହୀନ ବିମାନ ନିର୍ମାଣ ପ୍ରକଳ୍ପ: ଆଉ ଉଡ଼ିବନି ‘ତାପସ’
Advertisement
Article Detail0/zeeodisha/odisha2060259

Unmanned Vehicle Project: ବନ୍ଦ ହେଲା ଭାରତର ସର୍ବ ବୃହତ ମାନବବିହୀନ ବିମାନ ନିର୍ମାଣ ପ୍ରକଳ୍ପ: ଆଉ ଉଡ଼ିବନି ‘ତାପସ’

ନିକଟରେ ଇସ୍ରାଏଲ ସଂସ୍ଥା ସହ ମିଶି ଆଦାନୀ ଡିଫେନ୍ସ ଓ ଏରୋସ୍ପେସ୍‍ ଭାରତୀୟ ନୌସେନାକୁ ଦୃଷ୍ଟି -୧୦ ଷ୍ଟ୍ରେନର ପ୍ରଦାନ କରିବା ଏହି ଚର୍ଚ୍ଚାକୁ ଖୋରାକି ଯୋଗାଇଛି। ଏହା ଦେଶ ପ୍ରଥମ ମେଡ୍‍ ଇନ୍‍ ଇଣ୍ଡଡିଆ ଡ୍ରୋନ୍‍ ଭାବେ ଜଣାଶୁଣା।

Unmanned Vehicle Project: ବନ୍ଦ ହେଲା ଭାରତର ସର୍ବ ବୃହତ ମାନବବିହୀନ ବିମାନ ନିର୍ମାଣ ପ୍ରକଳ୍ପ: ଆଉ ଉଡ଼ିବନି ‘ତାପସ’

Unmanned Vehicle Project: ଭୁବନେଶ୍ୱର: ତେର ବର୍ଷର ଗବେଷଣା ଓ ଉତ୍ପାଦନ ପରେ ଦେଶର ସର୍ବବୃହତ ସାମରିକ ଡ୍ରୋନ୍‍ ନିର୍ମାଣ ପ୍ରକଳ୍ପକୁ ବନ୍ଦ କରାଯାଇଛି। ଆମଦାନୀ କରାଯାଉଥିବା ଇଞ୍ଜିନ୍‍ ଏବଂ ଓଜନ ବୃଦ୍ଧି ଭଳି ସମସ୍ୟାକୁ ଆଖିରେ ରଖି ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଫଳରେ ୧୭୮୬ କୋଟି ଟଙ୍କା ନିବେଶରେ ଭାରତ ପ୍ରସ୍ତୁତ କରିବାକୁ ଥିବା ନିଜସ୍ୱ ମାନବ ରହିତ ବିମାନ ସ୍ୱପ୍ନ ଅପୂରଣୀୟ ହୋଇଯାଇଛି। ଅପରପକ୍ଷେ ଘେରାଇ କମ୍ପାନୀ ଆଦାନୀ ଡିଫେନ୍ସ ଓ ଏରୋସ୍ପେସକୁ ପ୍ରଶ୍ରୟ ଦେବା ଲାଗି ଏପରି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।

୨୦୧୧ ମସିହାରେ ପ୍ରଥମେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଶ ପକ୍ଷରୁ ତାପସ ପ୍ରକଳ୍ପକୁ ଆରମ୍ଭ କରାଯାଇଥିଲା।  ୨୦୧୬ ସୁଦ୍ଧା ଏହା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।  ଏହି ପ୍ରକଳ୍ପରେ ଭାରତର ପ୍ରଥମ ମାନବ ହିତ ସାମରିକ ବିମାନ ବା ଡ୍ରୋନ ନିର୍ମାଣ ଲକ୍ଷ୍ୟ ରହିଥିଲା। ଏଥିଲାଗି ବିଦେଶରୁ ଇଞ୍ଜିନ୍‍ ଆମଦାନୀ କରି ଏଠାରେ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ କାର୍ଯ୍ୟକ୍ରମ ଥିଲା। କିନ୍ତୁ ଯେଉଁ ଡ୍ରୋନ୍‍ ଉଡ଼ାଣ ହୋଇଥିଲା ସେଥିରେ ଭାର ପରିବହନକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳିଥିଲା। ପରୀକ୍ଷଣ ବେଳେ ଦୁଇଟି ବିମାନ ଧକ୍କା ହୋଇଥିଲା। ଏହାର ଉଚିତ ସମାଧାନ ରାସ୍ତା ନମିଳିବାରୁ ଭାରତ ଏହି ବିମାନ ନିର୍ମାଣକୁ ଅଧାରୁ ବନ୍ଦ କରିଛି। 
୧୩ ବର୍ଷର ଏହି ପ୍ରକଳ୍ପରୁ ତାପସ ୨୦୧ ଡ୍ରୋନ ନିର୍ମାଣ କରାଯାଇଥିଲା ଯାହା ୨୦୦ ଥର ଉଡ଼ାଣ ନେଇଛି। କିନ୍ତୁ ସବୁଥର ସମସ୍ୟା ଆଗକୁ ଆସିଥିଲା ଯାହାକୁ ସମାଧାନ କରାଯାଇ ପାରି ନଥିଲା। ଉଚ୍ଚ ପାହାଡ଼ିଆ ଭୂମିରେ ଏହା ଚାଲିବାରେ ବି ସମସ୍ୟା ଦେଖିବାକୁ ମିଳିଥିଲା। ମାତ୍ର ୨୮୦୦୦ ଫୁଟ ଉପରକୁ ଉଠ଼ିବାର କ୍ଷମତା ରଖିଥିବାରୁ ଏହା ଭାରତର ପ୍ରତିରକ୍ଷା ଆହ୍ୱାନକୁ ମୁକାବିଲା କରିବା ଏହାଦ୍ୱାରା ସମ୍ଭବ ହୋଇ ପାରି ନଥିଲା। ପୁଣି ଏହା ସର୍ବାଧିକ ୧୮ ଘଣ୍ଟା ଉଡ଼ିପାରୁ ଥିଲା। ଅତିକମ୍‍ରେ ୨୪ ଘଟଣା ଯାଏ ଏବଂ ୩୦ ହଜାର ଫୁଟ ଉପରକୁ ଯାଇପାରୁଥିବା ଡ୍ରୋନ୍‍ ନିର୍ମାଣକୁ ଏବେ ଡିଆରଡିଓ ଚିନ୍ତା କରୁଛି। 

ହେଲେ ଏହି ନିଷ୍ପତ୍ତିକୁ ନେଇ ସରକାରଙ୍କ ଆଭିମୁଖ୍ୟ ଠିକ୍‍ ନୁହେଁ ବୋଲି ସମାଲୋଚନା କରାଯାଉଛି। କିଛି ଘରୋଇ ଉଦ୍ୟୋଗକୁ ସହାୟତା ଦେବା ଲାଗି ସରକାର ଏହି ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ନିକଟରେ ଇସ୍ରାଏଲ ସଂସ୍ଥା ସହ ମିଶି ଆଦାନୀ ଡିଫେନ୍ସ ଓ ଏରୋସ୍ପେସ୍‍ ଭାରତୀୟ ନୌସେନାକୁ ଦୃଷ୍ଟି -୧୦ ଷ୍ଟ୍ରେନର ପ୍ରଦାନ କରିବା ଏହି ଚର୍ଚ୍ଚାକୁ ଖୋରାକି ଯୋଗାଇଛି। ଏହା ଦେଶ ପ୍ରଥମ ମେଡ୍‍ ଇନ୍‍ ଇଣ୍ଡଡିଆ ଡ୍ରୋନ୍‍ ଭାବେ ଜଣାଶୁଣା।