ଖୁସି ଖବର! ପାର୍ବଣ ଋତୁରେ ରେଲୱେ କଲା ବଡ଼ ଘୋଷଣା, ଓଡ଼ିଶା ସମେତ ଏସବୁ ରାଜ୍ୟର ଯାତ୍ରୀମାନଙ୍କୁ ମିଳିବ ବଡ଼ ସୁବିଧା
Advertisement
Article Detail0/zeeodisha/odisha1331681

ଖୁସି ଖବର! ପାର୍ବଣ ଋତୁରେ ରେଲୱେ କଲା ବଡ଼ ଘୋଷଣା, ଓଡ଼ିଶା ସମେତ ଏସବୁ ରାଜ୍ୟର ଯାତ୍ରୀମାନଙ୍କୁ ମିଳିବ ବଡ଼ ସୁବିଧା

Indian Railways: ଏହାପୂର୍ବରୁ ଭାରତୀୟ ରେଳବାଇ ଘୋଷଣା କରିଥିଲା ​​ଯେ, ଭାରତୀୟ ରେଳ ମଥୁରା-ବୃନ୍ଦାବନ ଯାଉଥିବା ରେଳ ଯାତ୍ରୀଙ୍କ ପାଇଁ ହାଇ ସ୍ପିଡ୍ ଟ୍ରେନ୍ ସେବା ପ୍ରଦାନ କରିବ । ଭାରତୀୟ ରେଳ ଅନୁଯାୟୀ, ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା-ବୃନ୍ଦାବନକୁ ଯାଉଥିବା ଭକ୍ତମାନେ ଆସନ୍ତା ବର୍ଷ ଠାରୁ ହାଇ ସ୍ପିଡ୍ ଟ୍ରେନ୍ ଯୋଗେ ଯାତ୍ରା କରିପାରିବେ । 

ଖୁସି ଖବର! ପାର୍ବଣ ଋତୁରେ ରେଲୱେ କଲା ବଡ଼ ଘୋଷଣା, ଓଡ଼ିଶା ସମେତ ଏସବୁ ରାଜ୍ୟର ଯାତ୍ରୀମାନଙ୍କୁ ମିଳିବ ବଡ଼ ସୁବିଧା

ନୂଆଦିଲ୍ଲୀ: Indian Railways: ଭାରତୀୟ ରେଳ (Indian Railways) ସବୁବେଳେ ଯାତ୍ରୀମାନଙ୍କ ସୁବିଧା ପାଇଁ ତତ୍ପର ରହିଥାଏ । ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ଯାତ୍ରୀମାନଙ୍କୁ ଏକ ନୂତନ ସୁବିଧା ଦେବାକୁ ଯାଉଛି । ରେଳବାଇ ଦୁର୍ଗା ପୂଜା ଠାରୁ ଛଠ୍ ପୂଜା ପର୍ଯ୍ୟନ୍ତ ବିହାର, ପଶ୍ଚିମ ବଙ୍ଗ, ଓଡ଼ିଶା, ପୂର୍ବ ଉତ୍ତରପ୍ରଦେଶ ପାଇଁ ପୂଜା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଛି । ଏଥି ସହିତ ପାର୍ବଣ ଋତୁରେ ଘରକୁ ଯାଉଥିବା ଲୋକଙ୍କ ପାଇଁ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ଲଗାଯିବ । ଯାହାଦ୍ୱାରା ଅଧିକ ଯାତ୍ରୀ ବର୍ଥ ପାଇପାରିବେ ।

ରେଲୱେ ମେରଟ-ଲକ୍ଷ୍ନୌ ମଧ୍ୟରେ ଚାଲୁଥିବା ରାଜାରାଣୀ ଏକ୍ସପ୍ରେସରେ ସେପ୍ଟେମ୍ବର ୨ରୁ ଡିସେମ୍ବର ୩୧ ମଧ୍ୟରେ ଅତିରିକ୍ତ କୋଚ୍ ଲଗାଇବାକୁ ଯାଉଛି । ଏହା ବ୍ୟତୀତ ବିହାର, ପଶ୍ଚିମ ବଙ୍ଗ ଏବଂ ପୂର୍ବ ଉତ୍ତରପ୍ରଦେଶକୁ ଯାଉଥିବା ପଞ୍ଜାବ ମେଲ, ତପ୍ତି ଗଙ୍ଗା ଏକ୍ସପ୍ରେସ, ହିମଗିରି ଏକ୍ସପ୍ରେସ, ଡୁନ ଏକ୍ସପ୍ରେସ, କୁମ୍ବ ଏକ୍ସପ୍ରେସ, ଉପସାନା ଏକ୍ସପ୍ରେସ, ସିଆଲଦା ଏକ୍ସପ୍ରେସ, ଅକାଲ ତଖ୍ତ ଏକ୍ସପ୍ରେସ, ମାଲଦା ଟାଉନ ଏକ୍ସପ୍ରେସ ପରି ଅନେକ ଟ୍ରେନ ସେପ୍ଟେମ୍ବର ୧୫ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଏକରୁ ଦୁଇଟି ଅତିରିକ୍ତ କୋଚ୍ ଲଗାଯିବ ।

ଏହାପୂର୍ବରୁ ଭାରତୀୟ ରେଳବାଇ ଘୋଷଣା କରିଥିଲା ​​ଯେ, ଭାରତୀୟ ରେଳ ମଥୁରା-ବୃନ୍ଦାବନ ଯାଉଥିବା ରେଳ ଯାତ୍ରୀଙ୍କ ପାଇଁ ହାଇ ସ୍ପିଡ୍ ଟ୍ରେନ୍ ସେବା ପ୍ରଦାନ କରିବ । ଭାରତୀୟ ରେଳ ଅନୁଯାୟୀ, ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା-ବୃନ୍ଦାବନକୁ ଯାଉଥିବା ଭକ୍ତମାନେ ଆସନ୍ତା ବର୍ଷ ଠାରୁ ହାଇ ସ୍ପିଡ୍ ଟ୍ରେନ୍ ଯୋଗେ ଯାତ୍ରା କରିପାରିବେ । ଉତ୍ତର କେନ୍ଦ୍ରୀୟ ରେଳବାଇର ପରିଚାଳନା ନିର୍ଦ୍ଦେଶକ ପ୍ରମୋଦ କୁମାର ନିକଟ ଅତୀତରେ ଆଗ୍ରା ଅଞ୍ଚଳକୁ ନିରୀକ୍ଷଣ କରିଥିଲେ । ତା’ପରେ ସେ ଏହା ମଧ୍ୟ କହିଛନ୍ତି ଯେ, ଆସନ୍ତା ବର୍ଷ ସୁଦ୍ଧା ମଥୁରା-ବୃନ୍ଦାବନ ମଧ୍ୟରେ ହାଇ ସ୍ପିଡ୍ ଟ୍ରେନ୍ ସେବା ଆରମ୍ଭ କରିବାକୁ ରେଳ ଯୋଜନା କରୁଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ସୁବିଧା ପାଇଁ ଆଉ କିଛି ଟ୍ରେନ୍ ଚଳାଉଥିଲା ।

ଏହା ବି ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଯିବାର ଭବିଷ୍ୟବାଣୀ କଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ

ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ବର୍ବାଦ କଲା ଚୀନ! ବାକି କାମ କରୁଛି ପାଣିପାଗ...

ଏହା ବି ପଢ଼ନ୍ତୁ:-ଏହି ୫ଟି ଖାଦ୍ୟ ଖାଇବା ଦ୍ୱାରା ପୁରୁଷମାନଙ୍କର ବଢ଼ିବ 'ଶକ୍ତି', ଦାମ୍ପତ୍ୟ ଜୀବନ ହେବ ସୁଖମୟ

୨୦୯୫୮ ନୂଆଦିଲ୍ଲୀ - ଇନ୍ଦୌର ସୁପରଫାଷ୍ଟ ଏକ୍ସପ୍ରେସ - ଏହି ଟ୍ରେନ୍ ଅଗଷ୍ଟ ୨୫ରୁ ଚଳାଚଳ କରୁଛି । ଏହି ନୂଆଦିଲ୍ଲୀରୁ ଇନ୍ଦୌର ସୁପରଫାଷ୍ଟ ଟ୍ରେନ୍ ପ୍ରତ୍ୟେକ ଗୁରୁବାର, ଶନିବାର ଓ ସୋମବାର ସନ୍ଧ୍ୟା ୭.୧୫ରେ ନୂଆଦିଲ୍ଲୀ ଛାଡି ପରଦିନ ସକାଳ ୬.୦୫ରେ ଇନ୍ଦୌରରେ ପହଞ୍ଚିବ । ଏହି ଟ୍ରେନ୍ ଫତେହାବାଦ, ରତ୍ଲାମ ଏବଂ ନାଗଦା ଦେଇ ଯାତ୍ରା କରେ । ୨୦୯୫୭ ଇନ୍ଦୌର-ନୂଆଦିଲ୍ଲୀ ସୁପରଫାଷ୍ଟ ଏକ୍ସପ୍ରେସ- ଏହି ଟ୍ରେନ୍ ଅଗଷ୍ଟ ୨୪ରୁ ଚଳାଚଳ କରୁଛି । ଏହି ଟ୍ରେନ୍ ପ୍ରତ୍ୟେକ ବୁଧବାର, ଶୁକ୍ରବାର ଏବଂ ରବିବାର ସନ୍ଧ୍ୟା ୧୬.୪୫ ରେ ଇନ୍ଦୌର ରେଳ ଷ୍ଟେସନ ଛାଡି ପରଦିନ ସକାଳ ୫.୦୫ରେ ନୂଆଦିଲ୍ଲୀରେ ପହଞ୍ଚିବ । ଏହି ଟ୍ରେନ୍ ଫତେହାବାଦ, ରତ୍ଲାମ ଏବଂ ନାଗଦା ଦେଇ ଯାତ୍ରା କରିଥାଏ ।