Vande Bharat: ଖୁବଶୀଘ୍ର ଗଡ଼ିବ ସ୍ଲିପର୍ ଓ ମେଟ୍ରୋ ବନ୍ଦେ ଭାରତ, ଜାଣନ୍ତୁ କେବେ?
Advertisement
Article Detail0/zeeodisha/odisha1873919

Vande Bharat: ଖୁବଶୀଘ୍ର ଗଡ଼ିବ ସ୍ଲିପର୍ ଓ ମେଟ୍ରୋ ବନ୍ଦେ ଭାରତ, ଜାଣନ୍ତୁ କେବେ?

Vande Bharat: ଦେଶରେ ଦେଶରେ ଗଡିବ ସିପ୍ଲର ବନ୍ଦେ ଭାରତ ଓ ମେଟ୍ରୋ । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି । ଏନେଇ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଜେନେରାଲ୍ ମ୍ୟାନେଜର ବି.ଜି ମାଲ୍ୟାଙ୍କ ( General Manager of ICF BG Mallya) ସୂଚନା ଦେଇ କହିଛନ୍ତି, ଚଳିତ ଆର୍ଥିକ୍ ବର୍ଷରେ ବନ୍ଦେ ଭାରତ ସ୍ଲିପର୍ ଭର୍ସନ ଓ ମେଟ୍ରୋ ଲଞ୍ଚ ହେବ। 

ସୌ(ସୋସିଆଲ ମିଡିଆ)

Vande Bharat: ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । କାରଣ ଖୁବଶୀଘ୍ର ଦେଶରେ ଦେଶରେ ଗଡିବ ସିପ୍ଲର ବନ୍ଦେ ଭାରତ ଓ ମେଟ୍ରୋ । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି । ଏନେଇ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଜେନେରାଲ୍ ମ୍ୟାନେଜର ବି.ଜି ମାଲ୍ୟାଙ୍କ ( General Manager of ICF BG Mallya) ସୂଚନା ଦେଇ କହିଛନ୍ତି, 'ଚଳିତ ଆର୍ଥିକ୍ ବର୍ଷରେ ବନ୍ଦେ ଭାରତ ସ୍ଲିପର୍ ଭର୍ସନ ଓ ମେଟ୍ରୋ ଲଞ୍ଚ ହେବ'। ସେ ଆଉ ମଧ୍ଯ କହିଛନ୍ତି, 'ଅଣ-ଶୀତତାପ ନିୟନ୍ତ୍ରିତ ଯାତ୍ରୀଙ୍କ ପାଇଁ 'ନନ-ଏସି ପୁସ୍-ପଲ୍ ଟ୍ରେନ୍ ନାମକ ଟ୍ରେନ୍ ଲଞ୍ଚ ହେବ । ଯେଉଁଥିରେ ୨୨ଟି କୋଚ୍ ଓ ଗୋଟିଏ ଲୋକୋମୋଟିଭ୍ (Locomotive) ରହିବ। ଆସନ୍ତା ବର୍ଷ ଅର୍ଥାତ୍ ମାର୍ଚ୍ଚ ମାସରେ ଏହାକୁ ଲଞ୍ଚ କରିବା ନେଇ ଲକ୍ଷ୍ୟ ରଖାଯାଇଛି' ।

ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ୍ ବର୍ଷ ଶେଷ ସୁଦ୍ଧା ବନ୍ଦେ ଭାରତର ସ୍ଲିପର୍ ଭର୍ସନ ଓ ମେଟ୍ରୋ ଲଞ୍ଚ ହେବାକୁ ଯାଉଛି । ରେଳବାଇ ପକ୍ଷରୁ ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ କାରଖାନା (ICF) ଠାରେ ଏନେଇ କାର୍ଯ୍ୟ ଜାରି ରହିଛି । ଆଇସିଏଫ୍ ପରିଦର୍ଶନ କରିବା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ (Railway Minister Ashwini Vaishnaw) କହିଛନ୍ତି, ବନ୍ଦେ ଭାରତ ମେଟ୍ରୋ ଓ ସିପ୍ଲର କୋଚ୍ ତିଆରି ନେଇ ପ୍ରକ୍ରିୟା ଜାରି ରହିଛି । ୫୫୦ କିଲୋମିଟରରୁ ଅଧିକ କିଲୋମିଟର ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ସିପ୍ଲର କୋଚ୍ ବ୍ୟବସ୍ଥା କରାଯିବ । ଏହି ସୁପରଫାଷ୍ଟ ଟ୍ରେନ୍ ରାଜଧାନୀ ଓ ଦୁରନ୍ତ ଟ୍ରେନ୍ ର ସ୍ଥାନ ନେବ । ସେହିପରି ବନ୍ଦେ ଭାରତ ମେଟ୍ରୋ ୧୦୦ କିଲୋମିଟରରୁ କମ୍ ଦୂରତାରେ ମଧ୍ଯରେ ଚାଲିବ । ଅନ୍ୟପଟେ ଦେଶର ସମସ୍ତ ଲୋକାଲ ଟ୍ରେନ୍ ରେ ସିପ୍ଲର ବ୍ୟବସ୍ଥା କରିବା ନେଇ ରେଳବାଇ (Indian railways )ପକ୍ଷରୁ ଯୋଜନା କରାଯାଉଛି ।

ବନ୍ଦେ ଭାରତ ଏକ୍ସପ୍ରେସ କ'ଣ?

ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) । ବର୍ତ୍ତମାନ ସମୟରେ ଏହି ଟ୍ରେନ ରେଳଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ପ୍ରଥମ ପସନ୍ଦ ପାଲଟିଛି। ପ୍ରଥମ ରେଟ୍ ଯାତ୍ରୀ ସୁବିଧା ସହିତ ଏହା ଦେଶର ପ୍ରଥମ ସେମି ହାଇସ୍ପୀଡ୍ ଟ୍ରେନ୍ ଅଟେ। ଏହାର ସର୍ବୋଚ୍ଚ ବେଗ ୧୮୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ତଥାପି ସୁରକ୍ଷା ଗତ କାରଣରୁ ଏହାର ସର୍ବୋଚ୍ଚ ବେଗ ୧୩୦ କିଲୋମିଟର ମଧ୍ୟରେ ସୀମିତ ରଖାଯାଇଛି। ବନ୍ଦେ ଭାରତ ଟ୍ରେନ ଯାତ୍ରା ସମୟକୁ ୨୫ ପ୍ରତିଶତରୁ ୪୫% ହ୍ରାସ କରିଥାଏ।

ସମଗ୍ର ଦେଶରେ ୨୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରୁଛି  ।

୧. ନୂଆଦିଲ୍ଲୀ-ବାରଣାସୀ ବନ୍ଦେ ଭାରତ ଏକ୍ସପ୍ରେସ

୨. ନୂଆଦିଲ୍ଲୀ-ମାତା ବୈଷ୍ଣୋଦେବୀ କଟରା ବନ୍ଦେ ଭାରତ ଏକ୍ସପ୍ରେସ

୩. ଗାନ୍ଧୀ ନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ

୪. ନୂଆଦିଲ୍ଲୀ-ଆମ୍ବ ଆନ୍ଦୌରା ବନ୍ଦେ ଭାରତ ଏକ୍ସପ୍ରେସ

୫. ନାଗପୁର-ବିଳାସପୁର ବନ୍ଦେ ଭାରତ ଏକ୍ସପ୍ରେସ

୬. ହାୱାଡ଼ା-ନୂଆ ଜଳପାଇରିଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସ

୭. ସିକନ୍ଦରାବାଦ-ବିଶାଖାପଟ୍ଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ

୮. ମୁମ୍ବାଇ-ସୋଲାପୁର ବନ୍ଦେ ଭାରତ ଏକ୍ସପ୍ରେସ

୯. ମୁମ୍ବାଇ-ଶିରିଡ଼ି ବନ୍ଦେ ଭାରତ ଏକ୍ସପ୍ରେସ

୧୦. ଦିଲ୍ଲୀ ହଜରତ ନିଜାମୁଦ୍ଦିନ-ଭୋପାଳ ରାଣୀ କମଳାପତି ବନ୍ଦେ ଭାରତ ଏକ୍ସପ୍ରେସ 

୧୧. ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ

୧୨. ଚେନ୍ନାଇ-କୋଏାମ୍ବାଟୁର ବନ୍ଦେ ଭାରତ ଏକ୍ସପ୍ରେସ

୧୩. ଆଜମେର-ଦିଲ୍ଲୀ କ୍ୟାଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ

୧୪. ତିରୁଭାଅନନ୍ତପୁରମ୍-କାସୋରଗଡ଼ ବନ୍ଦେ ଭାରତ ଏକ୍ସପ୍ରେସ

୧୫.ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଇତ୍ୟାଦି....

​ଏହା ବି ପଢନ୍ତୁ-ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା, ବାତିଲ ରହିବ ଏହିସବୁ ଟ୍ରେନ୍‍