Indian Railway: ଏହା ହେଉଛି ଦେଶର ଗନ୍ଧିଆ ଟ୍ରେନ୍, ଭୁଲରେ ମଧ୍ୟ ଏଥିରେ କରନ୍ତୁ ନାହିଁ ଟିକେଟ୍ ବୁକିଂ
Advertisement

Indian Railway: ଏହା ହେଉଛି ଦେଶର ଗନ୍ଧିଆ ଟ୍ରେନ୍, ଭୁଲରେ ମଧ୍ୟ ଏଥିରେ କରନ୍ତୁ ନାହିଁ ଟିକେଟ୍ ବୁକିଂ

Dirtiest Train of India: ଆମେ ଆପଣଙ୍କୁ ସେହି ୧୦ ଟ୍ରେନ୍ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ରେଳବାଇ ଅପରିଷ୍କାର ଉପରେ ସର୍ବାଧିକ ସଂଖ୍ୟକ ଅଭିଯୋଗ ଗ୍ରହଣ କରିଛି। ଯଦି ଆପଣ ମଧ୍ୟ ଏହି ଟ୍ରେନ ଯୋଗେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତାହେଲେ ପୁଣି ଥରେ ଚିନ୍ତା କରନ୍ତୁ।

Indian Railway: ଏହା ହେଉଛି ଦେଶର ଗନ୍ଧିଆ ଟ୍ରେନ୍, ଭୁଲରେ ମଧ୍ୟ ଏଥିରେ କରନ୍ତୁ ନାହିଁ ଟିକେଟ୍ ବୁକିଂ

Most Dirty Trains in India: ଯଦିଓ ବିଗତ କିଛି ବର୍ଷ ମଧ୍ୟରେ ରେଳବାଇ ପକ୍ଷରୁ ପ୍ରଦାନ ସେବାରେ ଅନେକ ସୁଧାର ଆସିଛି, ହେଲେ ପରିଷ୍କାର ପରିଛନ୍ନତା ଦୃଷ୍ଟିକୋଣରୁ ଅନେକ ଅନେକ କିଛି କରିବାକୁ ବାକି ଅଛି। ରାଜଧାନୀ ଏକ୍ସପ୍ରେସ, ଗରିବ ରଥ ଏବଂ ଅନ୍ୟାନ୍ୟ ଏକ୍ସପ୍ରେସ ଟ୍ରେନ ଯୋଗେ ଯାତ୍ରା କରୁଥିବା ରେଳଯାତ୍ରୀ ଅନେକ ପରିଷ୍କାର ପରିଛନ୍ନତାକୁ ନେଇ ଅସନ୍ତୁଷ୍ଟ ରହିଥାନ୍ତି। ଟ୍ୱିଟର ବ୍ୟତୀତ ଲୋକ ରେଳ ମଦଦ ଆପ ଯୋଗେ ଏହି ଘଟଣା ସମ୍ପର୍କରେ ଭାରତୀୟ ରେଳବାଇ ପାଖରେ ନିଜର ଅଭିଯୋଗ ଦାଖଲ କରିଥାନ୍ତି। ଆମେ ଆପଣଙ୍କୁ ସେହି ୧୦ ଟ୍ରେନ୍ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ରେଳବାଇ ଅପରିଷ୍କାର ଉପରେ ସର୍ବାଧିକ ସଂଖ୍ୟକ ଅଭିଯୋଗ ଗ୍ରହଣ କରିଛି। ଯଦି ଆପଣ ମଧ୍ୟ ଏହି ଟ୍ରେନ ଯୋଗେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତାହେଲେ ପୁଣି ଥରେ ଚିନ୍ତା କରନ୍ତୁ।

ରେଳ ମଦଦ ଆପ ମାଧ୍ୟମରେ ମିଳିଥିବା ଅଭିଯୋଗ ଅନୁଯାୟୀ ଅପରିଷ୍କାର ଟ୍ରେନ ତାଲିକାରେ ସହରସା-ଅମୃତସର ଗରିବ ରଥ ପ୍ରଥମ ସ୍ଥାନରେ ରହିଛି। ଏହି ଟ୍ରେନ୍ ପଞ୍ଜାବ ଅମୃତସର ଠାରୁ ବିହାର ସହରସା ପର୍ଯ୍ୟନ୍ତ ଚଳାଚଳ କରିଥାଏ। ଏହି ଟ୍ରେନ୍ ସବୁବେଳେ ଯାତ୍ରୀଙ୍କ ଖଚା ଖଚ ଭିଡ଼ ଦ୍ୱାରା ଯାତ୍ରା କରିଥାଏ। ଏହି ଟ୍ରେନ ବିରୋଧରେ ସର୍ବାଧିକ ୮୧ ଅଭିଯୋଗ ଗ୍ରହଣ କରିଛି ରେଳବାଇ। କୋଚ ଠାରୁ ନେଇ ସିଙ୍କ ଏବଂ ଟଏଲେଟ କ୍ୟାବିନ ପର୍ଯ୍ୟନ୍ତ ମଇଳା ବିସ୍ତାର ହେଉଥିବାର ଯାତ୍ରୀ  ଅଭିଯୋଗ କରିଛନ୍ତି। ଏହି ଟ୍ରେନ୍ ଦେଶର ସବୁଠାରୁ ଖରାପ ରେଳଗାଡ଼ି ମଧ୍ୟରେ ଗଣାଯାଏ।

ଏହା ପରେ ଜୋଗବାନୀ-ଆନନ୍ଦ ବିହାର ସୀମାଞ୍ଚଳ ଏକ୍ସପ୍ରେସ ବିରୋଧରେ ୬୭, ଶ୍ରୀ ମାତା ବୈଷ୍ଣୋ ଦେବୀ-ବାନ୍ଦ୍ରା ସ୍ୱରାଜ ଏକ୍ସପ୍ରେସ ବିରୋଧରେ ୬୪, ବାନ୍ଦ୍ରା-ଶ୍ରୀ ମାତା ବୈଷ୍ଣୋ ଦେବୀ ସ୍ୱରାଜ ଏକ୍ସପ୍ରେସ ବିରୋଧରେ ୬୧ ଏବଂ ଫିରୋଜେପୁର-ଅଗରତାଲା ତ୍ରିପୁରା ସୁନ୍ଦର ଏକ୍ସପ୍ରେସ ବିରୋଧରେ ୫୭ ଅଭିଯୋଗ ଗ୍ରହଣ କରିଛି ରେଳବାଇ। ରେଳଯାତ୍ରୀ ଏହି ଟ୍ରେନ ବିରୋଧରେ ଅପରିଷ୍କାରତା ଏବଂ ସ୍ୱଚ୍ଛତା ଅଭାବ ସମ୍ପର୍କିତ ଅଭିଯୋଗ କରିଛନ୍ତି।

ସେହିପରି ଦିଲ୍ଲୀ ଠାରୁ ବିହାର ପର୍ଯ୍ୟନ୍ତ ଚଳାଚଳ କରୁଥିବା ଆନନ୍ଦ ବିହାର-ଜୋଗବାନୀ ସୀମାଞ୍ଚଳ ଏକ୍ସପ୍ରେସ ବିରୋଧରେ ୫୨, ଅମୃତସର କ୍ଲୋନ ସ୍ପେଶାଲ ଟ୍ରେନ ବିରୋଧରେ ୫୦, ଆଜମେର-ଜାମ୍ମୁ ତାୱି ପୂଜା ଏକ୍ସପ୍ରେସ ବିରୋଧରେ ୪୦, ନୂଆଦିଲ୍ଲୀ-ଡିବ୍ରୁଗଡ଼ ରାଜଧାନୀ ଏକ୍ସପ୍ରେସ ବିରୋଧରେ ୩୫ ଅଭିଯୋଗ ଗ୍ରହଣ କରାଯାଇଛି। ଏହି ୧୦ ଟ୍ରେନ ବିରୋଧରେ ରେଳବାଇ ବିଗତ ଏକ ମାସ ମଧ୍ୟରେ ମୋଟ ୧୦୭୯ ଅଭିଯୋଗ ଗ୍ରହଣ କରିଛି। ଯେଉଁଥିରେ ମଇଳା, ଜଳର ଅନୁପସ୍ଥିତି, ଛିଣ୍ଡା ଫଟ କମ୍ବଳ ଏବଂ ସିଟ୍ ସମ୍ପର୍କିତ ଅଭିଯୋଗ ଅନ୍ତର୍ଭୂକ୍ତ ରହିଛି। 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅପରିଷ୍କାରତାକୁ ନେଇ ଆସିଥିବା ଅଧିକାଂଶ ଅଭିଯୋଗ ପୂର୍ବ ଭାରତ ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ବିରୋଧରେ ଆସିଛି। ମଇଳା ଦୃଷ୍ଟିକୋଣରୁ ସର୍ବାଗ୍ରେ ରହିଥିବା ୧୦ ଟ୍ରେନ ମଧ୍ୟରୁ ୭ ଟ୍ରେନ୍ ଦେଶର ଉତ୍ତର ଏବଂ ପୂର୍ବ ଭାରତ ଭାଗକୁ ସଂଯୋଗ କରୁଛି। ମୁମ୍ବାଇ ଠାରୁ ମାତା ବୈଷ୍ଣୋ ଦେବୀ କଟରା ଯାଉଥିବା ଟ୍ରେନ୍ ମଧ୍ୟ ମଇଳା ହୋଇଥିବା ଦେଖିବାକୁ ମିଳିଥିଲା। ଏକ୍ସପ୍ରେସ ଟ୍ରେନ ସହିତ ଲୋକେ ରାଜଦାନୀ ଏକ୍ସପ୍ରେସ ବିରୋଧରେ ଅପରିଷ୍କାରତା ହୋଇଥିବାର ଅଭିଯୋଗ କରିଥିଲେ। ରେଳ ଅଧିକାରୀ କହିଛନ୍ତି ଯେ ମଇଳା ହଟାଇବା ପାଇଁ ବର୍ତ୍ତମାନ ଟ୍ରେନ ବୋର୍ଡ ହାଉସ ରକ୍ଷଣାବେକ୍ଷଣ ସେବା ଆରମ୍ଭ ହୋଇଛି। ଏହା ଅଧୀନରେ ଅଭିଯୋଗ ଗ୍ରହଣ ହେବା ମାତ୍ରେ ଏହାକୁ ତୁରନ୍ତ ଟ୍ରେନ ମଧ୍ୟରୁ ହଟାଇ ଦିଆଯାଏ।