Indian Railway: ରେଳବାଇ ପକ୍ଷରୁ ଜାରି ହେଲା କଠୋର ଚେତାବନୀ, ପଥର ମାଡ଼ କଲେ ମିଳିବ କାରାଦଣ୍ଡ
Advertisement
Article Detail0/zeeodisha/odisha1633002

Indian Railway: ରେଳବାଇ ପକ୍ଷରୁ ଜାରି ହେଲା କଠୋର ଚେତାବନୀ, ପଥର ମାଡ଼ କଲେ ମିଳିବ କାରାଦଣ୍ଡ

Railway News: ପଥର ମାଡ଼ ଭଳି ଘଟଣାକୁ ରୋକିବା ପାଇଁ ଆରପିଏଫ୍ ପକ୍ଷରୁ ସଚେତନତା ଅଭିଯାନ କାର୍ଯ୍ୟକାରୀ କରାଯିବା ସହ ଏବଂ ରେଳ ଧାରଣ ନିକଟରେ ରହିଥିବା ଗ୍ରାମର ମୁଖିଆଙ୍କ ସହ ଯୋଗାଯୋଗ କରିବା ସହିତ ସେମାନଙ୍କୁ ଗ୍ରାମ ମିତ୍ର କରିବା ଭଳି ଅନେକ ପଦକ୍ଷେପ ନେଉଛି। ଏହା ବ୍ୟତୀତ ପଥର ମାଡ଼ କରାଯାଉଥିବା ସମସ୍ତ ସ୍ଥାନରେ ରେଳବାଇ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। 

Indian Railway: ରେଳବାଇ ପକ୍ଷରୁ ଜାରି ହେଲା କଠୋର ଚେତାବନୀ, ପଥର ମାଡ଼ କଲେ ମିଳିବ କାରାଦଣ୍ଡ

Stone Pelting On Trains: ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ହାଇ ସ୍ପୀଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ କରିବା ଘଟଣା ଦେଶର ଅନେକ ରାଜ୍ୟରେ ଘଟୁଛି। ଏହି ନେଇ ରେଳବାଇ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଅଧୀନସ୍ଥ ରେଳ ସୁରକ୍ଷା ବଳ ଚଳିତ ବର୍ଷ ଟ୍ରେନ ଉପରକୁ ପଥର ମାଡ଼ କରିବା ଅଭିଯୋଗରେ ୩୯ ଜଣଙ୍କୁ ଗିରଫ କରି ଜେଲ ପଠାଇଛି।

ମଙ୍ଗଳବାର ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ପକ୍ଷରୁ କୁହାଯାଇଛି ବିଗତ ୨ ମାସ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ୧୦ ଥର ପଥର ମାଡ଼ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଧରାପଡିଥିବା ୬ ଜଣ ନାବାଳକଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି। ପଥର ଫିଙ୍ଗିବା ଘଟଣାରେ ୫ ଜଣ ରେଳଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏଭଳି ସାମାଜ ବିରୋଧୀ କାର୍ଯ୍ୟରେ ଜଡ଼ିତ ନ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛି ରେଳବାଇ।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ ଉପରକୁ ପଥର ଫିଙ୍ଗିବା ଭଳି କାର୍ଯ୍ୟ ଆରପିଏଫ ଆକ୍ଟ ଅନୁଯାୟୀ ଦଣ୍ଡନୀୟ ଅପରାଧ। ରେଳବାଇ ଅଧିନିୟମ ଧାରା ୧୫୩ ଅନୁଯାୟୀ ଏହି କାର୍ଯ୍ୟରେ ଜଡ଼ିତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରେଳବାଇ ଚେତାବନୀ ଦେଇଛି। ଏହି ଅଧିନିୟମ ଅନୁସାରେ ୫ ବର୍ଷର ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। 

ଏନେଇ ପ୍ରତିକ୍ରିୟା ରଖି ଏସଆରସି ଜେନେରାଲ ମ୍ୟାନେଜର ଅରୁଣ କୁମାର ଜୈନ ସାଧାରଣ ଜନତାଙ୍କୁ ଏପରି ବେଆଇନ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି। ଯାହା ଦ୍ୱାରା ଜାତୀୟ ସମ୍ପତ୍ତି କ୍ଷତିଗ୍ରସ୍ତ ହେବା ସହ ରେଳଯାତ୍ରୀ ଗୁରୁତର ଆହତ ହେଉଛନ୍ତି। ଏକ ବିବୃତ୍ତିରେ ଏସଆରସି ଜେନେରାଲ ମ୍ୟାନେଜର ଅଭିଭାବକଙ୍କ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି ଯେ ସେମାନଙ୍କ ପିଲାଙ୍କୁ ପରାମର୍ଶ ଦିଅନ୍ତୁ ଏବଂ ସେମାନଙ୍କୁ ସେମାନଙ୍କର ପିଲାଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟର ଗୁରୁତର ପ୍ରଭାବ ବିଷୟରେ ଶିକ୍ଷା ଦିଅନ୍ତୁ।

ଏସଆରସି କହିବା ଅନୁଯାୟୀ ଏଭଳି ଘଟଣା କାରଣରୁ ଟ୍ରେନ ଚଳାଚଳର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ଯାହା ଦ୍ୱାରା ରେଳଯାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଏସଆରସି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏହା ମଧ୍ୟ ଧ୍ୟାନ ଦେବା ଜରୁରୀ ଯେ ପଥର ମାଡ଼ ଘଟଣାରେ ୬ ବର୍ଷରୁ ୧୭ ବର୍ଷ ବୟସ ପିଲା ମଧ୍ୟ ସାମିଲ ଅଛନ୍ତି। ପିଲାଙ୍କୁ ଏପରି କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ପରାମର୍ଶ ଦେବା, ଶିକ୍ଷିତ କରିବା ଏବଂ ମାର୍ଗଦର୍ଶନ କରିବା ସମାଜର ପ୍ରତ୍ୟେକ ପିତାମାତା, ଶିକ୍ଷକ ଏବଂ ଅଭିଭାବକଙ୍କ ଦାୟିତ୍ୱ। 

ଏଭଳି ଘଟଣାକୁ ରୋକିବା ପାଇଁ ଆରପିଏଫ୍ ପକ୍ଷରୁ ସଚେତନତା ଅଭିଯାନ କାର୍ଯ୍ୟକାରୀ କରାଯିବା ସହ ଏବଂ ରେଳ ଧାରଣ ନିକଟରେ ରହିଥିବା ଗ୍ରାମର ମୁଖିଆଙ୍କ ସହ ଯୋଗାଯୋଗ କରିବା ସହିତ ସେମାନଙ୍କୁ ଗ୍ରାମ ମିତ୍ର କରିବା ଭଳି ଅନେକ ପଦକ୍ଷେପ ନେଉଛି। ଏହା ବ୍ୟତୀତ ପଥର ମାଡ଼ କରାଯାଉଥିବା ସମସ୍ତ ସ୍ଥାନରେ ରେଳବାଇ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଯାହା ଦ୍ୱାରା ଏପରି ଘଟଣା ଘଟିଲେ ତତକ୍ଷଣାତ ଅବଗତ କରାଯାଇ ପାରିବ। ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଯେଉଁମାନେ ଏଭଳି ଘଟଣା ଦେଖନ୍ତି ସେମାନେ ତୁରନ୍ତ ରେଳବାଇ ସୁରକ୍ଷା ବଳକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୧୩୯ ନମ୍ବର ଡାଏଲ୍ କରି ରିପୋର୍ଟ କରନ୍ତୁ।