ଦୀର୍ଘ ୧୦ ଘଣ୍ଟା ପରେ କାର୍ଯ୍ୟକ୍ଷମ ହେଲା IRCTC ୱେବସାଇଟ୍: ଆରମ୍ଭ ହେଲା ଟିକେଟ୍ ବୁକିଂ
Advertisement
Article Detail0/zeeodisha/odisha1795083

ଦୀର୍ଘ ୧୦ ଘଣ୍ଟା ପରେ କାର୍ଯ୍ୟକ୍ଷମ ହେଲା IRCTC ୱେବସାଇଟ୍: ଆରମ୍ଭ ହେଲା ଟିକେଟ୍ ବୁକିଂ

IRCTC: ବୈଷୟିକ ତ୍ରୁଟି କାରଣରୁ ଟିକେଟ୍ ସେବା ଉପଲବ୍ଧ ନାହିଁ ବୋଲି ଆଇଆରସିଟିସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ରକାଶଥାଉ କି, IRCTC ୱେକସାଇଡ଼ ଖୋଲୁନଥିବା ବେଳେ ଏହାର ଆପ୍ ମଧ୍ଯ ଚାଲୁ ନାହିଁ । ଏମିତିକି ଟିକେଟ୍ ବୁକ୍ କଲେ ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକେଟ୍ ବୁକ ହୋଇପାରୁନଥିବା ଅନେକ ୟୁଜର ଅଭିଯୋଗ କରିଛନ୍ତି ।

ସୌ(ସୋସିଆଲ ମିଡିଆ)

IRCTC: ଦେଶର ଅଧିକାଂଶ ଲୋକ ପରିବହନ ପାଇଁ ଟ୍ରେନ ଉପରେ ନିର୍ଭର କରିଥାଆନ୍ତି । ରେଳ ଟିକେଟ୍ ବୁକ୍ କରିବା ପାଇଁ ଆଇଆରସିଟିସି ସାଇଟ୍ କିମ୍ବା ଆପ୍ ମାଧ୍ୟମରେ କୋଟି କୋଟି ଲୋକ ଟିକେଟ୍ ବୁକିଂ କରିଥାଆନ୍ତି । କିନ୍ତୁ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ସକାଳୁ ଲକ୍ଷ ଲକ୍ଷ ଲୋକେ ଟିକେଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ ୧୦ ଘଣ୍ଟା ପରେ IRCTC ସାଇଟ୍ କାର୍ଯ୍ୟକ୍ଷମ ହୋଇଛି । ଏହାପରେ ବର୍ତ୍ତମାନ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଅନେକ ଲୋକ ସାଇଟରେ ଥିବା ତ୍ରୁଟି ନେଇ ଟ୍ୱିଟ୍ କରି ରେଳବାଇକୁ ଜଣାଇଥିଲେ। 

ସୂଚନା ଅନୁଯାୟୀ, ଆଜି ଭାରତୀୟ ରେଳ କ୍ୟାଟରିଂ ଆଣ୍ତ ଟୁରିଜିମ୍ କର୍ପୋରେସନ୍ (IRCTC)ର ୱେବସାଇଟ୍ (IRCTC website not working) ଡ଼ାଉନ ହୋଇଥିଲା । IRCTC ୱେବସାଇଟରେ ଟେକ୍ନିକାଲ ତ୍ରୁଟି ଦେଖାଦେଇଥିଲା । ଫଳରେ ହଜାର ହଜାର ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି । ସକାଳ ପ୍ରାୟ ୯ ଟାରୁ ଲୋକମାନେ ଟିକେଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବୈଷୟିକ ତ୍ରୁଟି କାରଣରୁ ଟିକେଟ୍ ସେବା ଉପଲବ୍ଧ ନାହିଁ ବୋଲି ଆଇଆରସିଟିସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ରକାଶଥାଉ କି, IRCTC ୱେବସାଇଡ଼ ଖୋଲୁନଥିବା ବେଳେ ଏହାର ଆପ୍ ମଧ୍ଯ ଚାଲୁ ନାହିଁ । ଏମିତିକି ଟିକେଟ୍ ବୁକ୍ କଲେ ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକେଟ୍ ବୁକ ହୋଇପାରୁନଥିବା ଅନେକ ୟୁଜର ଅଭିଯୋଗ କରିଛନ୍ତି ।

IRCTC ପକ୍ଷରୁ କୁହାଯାଇଛି କି, ଟେକ୍ନିକାଲ ତ୍ରୁଟି କାରଣରୁ ଏହାର ସେବା ଉପଲବ୍ଧ ନାହିଁ । ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରାଯାଉଛି। ତେବେ ଏହି ସମୟରେ ବି ଟୁ ସି ପରି ପ୍ଲାଟଫର୍ମ ଆମାଜନ୍, ମେକ୍ ମାଇଁ ଟ୍ରିପ୍ ପରି ଆପ୍ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି । ଯଦି କେହି ଯାତ୍ରୀ ନିଜର ଟିକେଟ୍ ବାତିଲ କରିବାକୁ ଚାହୁଁଛନ୍ତି, ତାହାଲେ କଷ୍ଟମର କେୟାର ନମ୍ବର 14646, 0755-6610661 & 0755 4090600କୁ ଫୋନ କରି ଯୋଗାଯୋଗ କରିପାରିବେ ।  ଏହା ବ୍ୟତିତ eticktes@irctc.co. ରେ ମେଲ କରିବାକୁ ପରାମର୍ଶ ଦିଆଯାଇଛି ।

ତତକାଲ୍ ବୁକିଂ ପାଇଁ ରିଜର୍ଭ ସମୟରେ ଡାଉନ ହେଲା ୱେବସାଇଟ୍

ତତକାଲ୍ ବୁକିଂ ହେଇଥିବା ସମୟରେ IRCTC ୱେବସାଇଟ୍ ଡାଉନ ହୋଇଥିଲା । ସାଧାରଣତଃ AC କ୍ଲାସ୍ (2A / 3A / CC / EC / 3E) ପାଇଁ ତତକାଳ୍ ବୁକିଂ ସକାଳ ୧୦ଟାରୁ ଓ ନନ୍-ଏସି କ୍ଲାସ୍ (SL / FC / 2S) ପାଇଁ ଦିନ ୧୧ଟାରୁ ଆରମ୍ଭ ହୋଇଥାଏ ।

ଥର ଟଙ୍କା କଟିବା ସତ୍ତ୍ବେ ବୁକ୍ ହେଲାନି ଟିକେଟ୍

IRCTC ୱେବସାଇଟ ଡ଼ାଉନ ହେବା ପରେ ବହୁ ଉପଭୋକ୍ତା ସୋସିଆଲ ମିଡିଆରେ ଏନେଇ ସ୍କ୍ରିନସଟ୍ ସେୟାର କରିଥିବା ଦେଖିବାକୁ ମିଳିଛି । ଜଣେ ଉପଭୋକ୍ତା ସ୍କ୍ରିନସଟ୍ ସେୟାର ଲେଖିଛନ୍ତି 'ଦୟାକରି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରନ୍ତୁ । ଟିକେଟ୍ ବୁକ୍ କରୁଥିବାବେଳେ ୫ ଥର ଟଙ୍କା କଟିଥିଲେ ମଧ୍ଯ ଟିକେଟ୍ ବୁକ୍ ହୋଇପାରିନାହିଁ ।

ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, "ତତକାଲ୍ ଟିକେଟ୍ ବୁକିଂ ହୋଇପାରୁ ନାହିଁ ... #IRCTC ଆପରେ କିଛି ତ୍ରୁଟି ଅଛି ... ଦୟାକରି କିଛି କରନ୍ତୁ ... ଘରକୁ ଫେରିବା ପାଇଁ ମୋର ଜରୁରୀକାଳୀନ ପରିସ୍ଥିତି ଅଛି।"

ଦୈନିକ ୧୧ ଲକ୍ଷରୁ ଅଧିକ ହୋଇଥାଏ ଟିକେଟ୍ ବୁକିଂ

IRCTC ର FY ୨୦୨୧-୨୨ ରିପୋର୍ଟ ଅନୁଯାୟୀ, IRCTC ମାଧ୍ୟମରେ ପ୍ରତିଦିନ ୧୧.୪୪ ଲକ୍ଷ ଟିକେଟ୍ ବୁକ୍ କରାଯାଇଥାଏ । ବର୍ଷରେ, IRCTC ୱେବସାଇଟ୍ ଓ ଆପ୍ ମାଧ୍ୟମରେ ୪୧ କୋଟିରୁ ଅଧିକ ଟିକେଟ୍ ବୁକ୍ କରାଯାଇଥିଲା। ଏଥି ସହିତ, IRCTC ପୋର୍ଟାଲରେ ୫ କୋଟିରୁ ଅଧିକ ଲୋକ ପଞ୍ଜୀକୃତ ହୋଇଛନ୍ତି।

ଏହା ବି ପଢନ୍ତୁ- Draupadi Murmu: ତିନି ଦିନିଆରେ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ