Indian Railway: ବାତିଲ ଟିକେଟ୍ ହଟିବା ଦ୍ୱାରା ୨୪% ହ୍ରାସ ପାଇଛି ରେଳଯାତ୍ରୀଙ୍କ ସଂଖ୍ୟା
Advertisement
Article Detail0/zeeodisha/odisha1461574

Indian Railway: ବାତିଲ ଟିକେଟ୍ ହଟିବା ଦ୍ୱାରା ୨୪% ହ୍ରାସ ପାଇଛି ରେଳଯାତ୍ରୀଙ୍କ ସଂଖ୍ୟା

Indian Railway Passenger: ରେଳଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୦୨୧-୨୨ ବର୍ଷରେ ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ପ୍ରାୟ ୨୪ ପ୍ରତିଶତ ହ୍ରାସ ଘଟିଛି। 

 

Indian Railway: ବାତିଲ ଟିକେଟ୍ ହଟିବା ଦ୍ୱାରା  ୨୪% ହ୍ରାସ ପାଇଛି ରେଳଯାତ୍ରୀଙ୍କ ସଂଖ୍ୟା

Cancellation Train Ticket: ଗତ ୨୦୧୯-୨୦ ବର୍ଷ ତୁଳନାରେ ୨୦୨୧-୨୨ ବର୍ଷରେ ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ପ୍ରାୟ ୨୪% ହ୍ରାସ ଘଟିଛି। ସୂଚନା ଅଧିକାର ଆଇନ ବଳରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ସାମ୍ନାକୁ ଆସିଛି। ଏନେଇ ରେଲବାଇ ଅଧିକାରୀଙ୍କ ଅନୁଯାୟୀ ଯାତ୍ରୀ ସଖ୍ୟା ହ୍ରାସ ପାଇବାର କାରଣ କୋରୋନା ମହମାରୀର ଦ୍ୱିତୀୟ ଲହର ହୋଇପାରେ। କୋଭିଡ଼୧୯ ସଂକ୍ରମଣ ସମୟରେ ଅଳ୍ପ ସଂଖ୍ୟକ ଲୋକ ରେଳ ଯାତ୍ରା କରୁଥିଲେ। ଏହା ସହିତ ଏହି ସମୟ ମଧ୍ୟରେ ଭାରତୀୟ ରେଳବାଇ ମଧ୍ୟ ବରିଷ୍ଠ ନାଗରିକଙ୍କୁ ଟିକେଟ୍ ଉପରେ ପ୍ରଦାନ କରାଯାଉଥିବା ରିହାତି ଦେବା ବନ୍ଦ କରିଦେଇଥିଲା।

ଭାରତୀୟ ରେଳବାଇ (Indian Railway) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ୭.୧ କୋଟି ବରିଷ୍ଠ ନାଗରିକ (Senior Citizen) ଟ୍ରେନ୍ ଯୋଗେ ଯାତ୍ରା (Train Journey) କରିଥିଲେ। ଯେତେବେଳେ ୨୦୧୯-୨୦ ବର୍ଷରେ ରେଳଯାତ୍ରୀଙ୍କ (Railway Passenger) ସଂଖ୍ୟା ୭.୨ କୋଟିକୁ ବୃଦ୍ଧି ପାଇଥିଲା। କୋରୋନା ମହାମାରୀ (Corona Pandemic) ପ୍ରଭାବିତ ୨୦୨୦-୨୧ ବର୍ଷରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ପ୍ରାୟ ୧.୯ କୋଟି ଲୋକ ରେଳଯାତ୍ରା କରିଥିଲେ। ଏହି କ୍ରମରେ ୨୦୨୧-୨୨ ବର୍ଷରେ ପ୍ରାୟ ୫.୫ କୋଟି ବରିଷ୍ଠ ନାଗରିକ (Senior Citizen) ରେଳଯାତ୍ରା କରିଥିଲେ।

ବରିଷ୍ଠ ନାଗରିକ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହେତୁ ଭାରତୀୟ ରେଳବାଇ ଏହି ବର୍ଗରୁ ରାଜସ୍ୱ (Indian Railway Revenue) କ୍ଷତି ସହିଛି। ଯାହା ବିଭାଗୀୟ ରାଜସ୍ୱକୁ ୧୩ ପ୍ରତିଶତ ହ୍ରାସ କରିଛି। ସୂଚନା ଅଧିକାର ଆଇନ (Right to Information Act) ରିପୋର୍ଟ ଅନୁଯାୟୀ ୨୦୧୮-୧୯ ବର୍ଷରେ ବରିଷ୍ଠ ନାଗରିକ ଯାତ୍ରୀଙ୍କ ପାଖରୁ ମିଳିଥିବା ମୋଟ ରାଜସ୍ୱ ହେଉଛି ୨୯୨୦ କୋଟି ଟଙ୍କା। ୨୦୧୯-୨୦ ବର୍ଷରେ ୩୦୧୦, ୨୦୨୦-୨୧ ବର୍ଷରେ ୮୭୫ ଏବଂ ୨୦୨୧-୨୨ ବର୍ଷରେ ୨୫୯୮ କୋଟି ଟଙ୍କା ଆୟ କରିଛି ରେଳବାଇ। 

ଗତ ୨୦୨୦ ବର୍ଷରେ କୋରୋନା ମହାମାରୀର ପ୍ରଥମ ଲହର (Corona Pandemic First Wave) ସମୟରେ ଲାଗୁ ହୋଇଥିବା କୋଭିଡ଼୧୯ ସମ୍ବନ୍ଧୀୟ ଯାତ୍ରା ପ୍ରତିବନ୍ଧକ ମହାମାରୀର ଦ୍ୱିତୀୟ ଲହର (Corona Pandemic Second Wave) ପର୍ଯ୍ୟନ୍ତ ଜାରି ରହିଥିଲା। ବରିଷ୍ଠ ନାଗରିକ ମହିଳା ଯାତ୍ରୀ ୫୦ ପ୍ରତିଶତ ରିହାତି ପାଇବାକୁ ଯୋଗ୍ୟ ହୋଇଥିବା ବେଳେ ପୁରୁଷ ଏବଂ ତୃତୀୟ ଲିଙ୍ଗ ବର୍ଗର ଲୋକ ୪୦ ପ୍ରତିଶତ ରିହାତି ପାଇପାରିବେ। ମହିଳା ଯାତ୍ରୀଙ୍କ ପାଇଁ ରିହାତି ପାଇବାକୁ ସର୍ବନିମ୍ନ ବୟସ ୫୮ ବର୍ଷ ହୋଇଥିବାବେଳେ ପୁରୁଷଙ୍କ ପାଇଁ ୬୦ ବର୍ଷ ରହିଛି।