Shocking News: ଚଳନ୍ତା ଟ୍ରେନ ଏବଂ ଡବା ଗଣୁଥିଲେ ୨୮ ଲୋକ, ଆଉ ହୋଇଗଲା ୨.୬୭ କୋଟି ଟଙ୍କାର ଠକେଇ!
Advertisement
Article Detail0/zeeodisha/odisha1494356

Shocking News: ଚଳନ୍ତା ଟ୍ରେନ ଏବଂ ଡବା ଗଣୁଥିଲେ ୨୮ ଲୋକ, ଆଉ ହୋଇଗଲା ୨.୬୭ କୋଟି ଟଙ୍କାର ଠକେଇ!

Indian Railways Job Scam: ଦିଲ୍ଲୀ ପୋଲିସ ଅର୍ଥନୈତିକ ଅପରାଧ ଶାଖାରେ ଦାଏର ହୋଇଥିବା ଅଭିଯୋଗ ଅନୁଯାୟୀ, ଠକାମୀର ଶିକାର ହୋଇଥିବା ପ୍ରତ୍ୟେକ ଯୁବକ ରେଳବାଇରେ ଚାକିରି ପାଇବା ପାଇଁ ୨ ଲକ୍ଷରୁ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇଥଲେ। ଏହି ଠକେଇ ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ୭୮ ବର୍ଷୀୟ ପୂର୍ବତନ ସୈନିକ ସବ୍ବୁସାମି ଦିଲ୍ଲୀ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ। ସବ୍ବୁସାମି ପୀଡ଼ିତଙ୍କୁ ଅଭିଯୁକ୍ତ ଠକଙ୍କ ସହିତ ଯୋଗାଯୋଗରେ ରଖିଥିଲେ। ସେ ଦାବି କରିଛନ୍ତି ଯେ ସେ ଜାଣି ନଥିଲେ ଯେ ଏହି ସମଗ୍ର ଘଟଣା ଏକ ଠକେଇ ଆଉ ସେମାନେ ଠକଙ୍କ ଜାଲରେ ପଡ଼ିଯାଇଛନ୍ତି।  

Shocking News: ଚଳନ୍ତା ଟ୍ରେନ ଏବଂ ଡବା ଗଣୁଥିଲେ ୨୮ ଲୋକ, ଆଉ ହୋଇଗଲା ୨.୬୭ କୋଟି ଟଙ୍କାର ଠକେଇ!

Railway Job Scam: ସଦ୍ୟ ଦିଲ୍ଲୀ ପୋଲିସ ରେଳବାଇ ନିଯୁକ୍ତ ସମ୍ପର୍କିତ ଏକ ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ୨୮ ଜଣ ବେକାର ଯୁବକଙ୍କ ପାଖରୁ ୨.୫ କୋଟିରୁ ଅଧିକ ଟଙ୍କା ଠକେଇ କରାଯାଇଥିବାର ଅଭିଯୋଗ ହୋଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ ତାମିଲନାଡୁର ୨୮ ଜଣ ଯୁବକ ଏହି ରେଳବାଇ ନିଯୁକ୍ତ ଠକେଇର ଶୀକାର ହୋଇଛନ୍ତି। ଠକେଇ ଶୀକାର ହୋଇଥିବା ଅଧିକାଂଶ ଯୁବକ ଇଞ୍ଜିନିୟରିଂ ଏବଂ ବୈଷୟିକ ଶିକ୍ଷାଗତ ଯୋଗ୍ୟତା ରହିଥିବା ସ୍ନାତକ ଛାତ୍ର। ଏହି ଦୁର୍ନୀତି ଚଳିତ ବର୍ଷ ଜୁନ ମାସରୁ ଜୁଲାଇ ମଧ୍ୟରେ ନୂଆଦିଲ୍ଲୀ ରେଳ ଷ୍ଟେସନ ଠାରେ ଘଟିଥିବା ଜଣାପଡ଼ିଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ ୨.୫ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଠକ ପ୍ରଲୋଭନ ଦେଖାଇ ତାମିଲନାଡୁର ୨୮ ଜଣ ଯୁବକ ଭୂଆଁ ବୁଲାଇ ଦେଇଥିଲେ। ଏହି ଠକ ପୀଡ଼ିତ ଯୁବକଙ୍କୁ ପ୍ରଲୋଭନ ଦେଖାଇ କହିଥିଲେ ଯେ, ଯଦି ସେମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ଜମା କରନ୍ତି ଏବଂ ଦିଲ୍ଲୀ ରେଳ ଷ୍ଟେସନ ଠାରେ ଏକ ମାସର ତାଲିମ ସମାପ୍ତ କରନ୍ତି, ତାହେଲେ ସେମାନଙ୍କୁ ରେଳବାଇରେ ନିଯୁକ୍ତି ମିଳିଯିବ। ତାମିଲନାଡୁର ଏହି ୨୮ ଜଣ ଯୁବକ ନୂଆଦିଲ୍ଲୀ ରେଳ ଷ୍ଟେସନର ବିଭିନ୍ନ ପ୍ଲାଟଫର୍ମରେ ପ୍ରତିଦିନ ୮ ଘଣ୍ଟା ପାଇଁ ବିଭିନ୍ନ ଟ୍ରେନର ଆଗମନ ଏବଂ ପ୍ରସ୍ଥାନ ସମୟ ଗଣନା କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେମାନେ ଯାତ୍ରା ଟିକେଟ୍ ପରୀକ୍ଷକ, ଯାତାୟତ ସହାୟକ ଏବଂ କିରାଣୀ ପଦବୀ ପାଇଁ ସେମାନେ ପ୍ରଶିକ୍ଷଣ ନେବାରେ ଲାଗିଥିଲେ। ଏହା ତାଙ୍କ ନିଯୁକ୍ତିର ଏକ ଅଂଶ ବୋଲି ସେମାନଙ୍କୁ କୁହାଯାଇଥିଲା।

ଦିଲ୍ଲୀ ପୋଲିସ ଅର୍ଥନୈତିକ ଅପରାଧ ଶାଖାରେ ଦାଏର ହୋଇଥିବା ଅଭିଯୋଗ ଅନୁଯାୟୀ, ଠକାମୀର ଶିକାର ହୋଇଥିବା ପ୍ରତ୍ୟେକ ଯୁବକ ରେଳବାଇରେ ଚାକିରି ପାଇବା ପାଇଁ ୨ ଲକ୍ଷରୁ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇଥଲେ। ଏହି ଠକେଇ ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ୭୮ ବର୍ଷୀୟ ପୂର୍ବତନ ସୈନିକ ସବ୍ବୁସାମି ଦିଲ୍ଲୀ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ। ସବ୍ବୁସାମି ପୀଡ଼ିତଙ୍କୁ ଅଭିଯୁକ୍ତ ଠକଙ୍କ ସହିତ ଯୋଗାଯୋଗରେ ରଖିଥିଲେ। ସେ ଦାବି କରିଛନ୍ତି ଯେ ସେ ଜାଣି ନଥିଲେ ଯେ ଏହି ସମଗ୍ର ଘଟଣା ଏକ ଠକେଇ ଆଉ ସେମାନେ ଠକଙ୍କ ଜାଲରେ ପଡ଼ିଯାଇଛନ୍ତି।  

ଠକଙ୍କ ଏକ ଦଳ ଗତ ଜୁନରୁ ଜୁଲାଇ ମଧ୍ୟରେ ଏକ ମାସର ତାଲିମ ପାଇଁ  ୨.୬୭ କୋଟି ଟଙ୍କା ଠକି ନେଇଥିଲେ। ଏହି ଠକେଇର ଶୀକାର ହୋଇଥିବା ୨୫ ବର୍ଷୀୟ ସ୍ନେହିଲ କୁମାର କହିଛନ୍ତି ଯେ ପ୍ରତ୍ୟେକ ପ୍ରାର୍ଥୀ ସବ୍ବୁସାମୀଙ୍କୁ ୨ ଲକ୍ଷରୁ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇଥିଲେ। ପରବର୍ତ୍ତୀ ସମୟରେ ବିକାଶ ରାଣା ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଟଙ୍କା ଦିଆଯାଇଥିଲା। ଟଙ୍କା ନେଇଥିବା ବିକାଶ ରାଣା ନିଜକୁ ଦିଲ୍ଲୀସ୍ଥିତ ଉତ୍ତର ରେଳବାଇ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଭାବେ ଦର୍ଶାଇଥିଲେ। ଯାତ୍ରା ଟିକେଟ୍ ପରୀକ୍ଷକ, ଯାତାୟତ ସହାୟକ ଏବଂ କିରାଣୀ ପଦବୀ ପାଇଁ ପ୍ରଶିକ୍ଷଣର ପରିମାଣ ଭିନ୍ନ ଭିନ୍ନ ରହିଥିଲା। ସମସ୍ତଙ୍କୁ ସମାନ ତାଲିମ ଦିଆଯାଇଥିଲା। ତାହା ହେଉଛି ଦିଲ୍ଲୀ ରେଳ ଷ୍ଟେସନ ଆସୁଥିବା ଟ୍ରେନ ସଂଖ୍ୟା ଗଣିବା। 

ସବ୍ବୁସାମୀ କହିଛନ୍ତି ଯେ ଏହା ଏକ ଘୋଟାଲା ବୋଲି ସେ ଜାଣି ନାହାଁନ୍ତି। ସେ କହିଛନ୍ତି ଯେ ଅବସର ନେବା ପରଠାରୁ ସେ ଏହି ଅଞ୍ଚଳର ବେକାର ଯୁବକମାନଙ୍କୁ ବିନା ଲୋଭରେ ଉପଯୁକ୍ତ ଚାକିରୀ ଖୋଜିବାରେ ସାହାଯ୍ୟ କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ ଦିଲ୍ଲୀସ୍ଥିତ ଏକ ସାଂସଦ କ୍ୱାର୍ଟର ଠାରେ କୋଏମ୍ବାଟୁର ନିବାସୀ ଶିବରାମନ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଯିଏ ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଅତି ନିକଟତର ବୋଲି ଦାବି କରିଥିଲେ। ଟଙ୍କା ବଦଳରେ ବେରୋଜଗାରୀଙ୍କୁ ରେଳବାଇରେ ନିଯୁକ୍ତି ସୁବିଧା ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ।

ସବ୍ବୁସାମୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସିବରାମନ ତାଙ୍କୁ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ସହ ଦିଲ୍ଲୀ ଆସିବାକୁ କହିଥିଲେ। ମୁଁ ପ୍ରଥମେ ଚାକିରୀ ଖୋଜୁଥିବା ୩ ଜଣ ବ୍ୟକ୍ତିଙ୍କ ସହ ଆସିଥିଲି। ଯେତେବେଳେ ସେମାନଙ୍କର ଚାକିରି ଆଉ ତାଲିମ ଖବର ମଦୁରାଇ ଏବଂ ଏହାର ଆଖପାଖ ଗ୍ରାମରେ ବ୍ୟାପିଗଲା, ସେତେବେଳେ ଆହୁରି ୨୫ ଜଣ ପ୍ରାର୍ଥୀ ଯୋଗ ଦେଇଥିଲେ। ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା ରେଲୱେ ସେଣ୍ଟ୍ରାଲ୍ ହସ୍ପିଟାଲ୍, କନ୍ନଟ୍ ପ୍ଲେସ ଠାରେ ହୋଇଥିଲା। ଚୂଡାନ୍ତ ଚୟନ ପୂର୍ବରୁ ସେମାନଙ୍କୁ ଜୁନିୟର ଇଞ୍ଜିନିୟର, ଉତ୍ତର ରେଳବାଇ, ଶଙ୍କର ମାର୍କେଟ, ନୂଆଦିଲ୍ଲୀ କାର୍ଯ୍ୟାଳୟ ଠାରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ମଧ୍ୟ ଡକାଯାଇଥିଲା।

ଜଣେ ପୀଡିତ କହିଛନ୍ତି ଯେ ବିକାଶ ରାଣା ସର୍ବଦା ଟଙ୍କା ସଂଗ୍ରହ କରିବା ପାଇଁ ତାଙ୍କୁ ବାହାରେ ଭେଟୁଥିଲେ। ସେ ସେମାନଙ୍କୁ କେବେ ରେଲୱେ ଭବନ ଭିତରକୁ ନେଇ ନଥିଲେ। ତାଙ୍କ କହିବା ଅନୁସାରେ ରେଳବାଇ ଅଧିକାରୀଙ୍କ ସହ କ୍ରସ-ଚେକିଂ ପରେ ଟ୍ରେନିଂ ଅର୍ଡର, ପରିଚୟ ପତ୍ର, ତାଲିମ ସମାପ୍ତି ପ୍ରମାଣପତ୍ର ଏବଂ ନିଯୁକ୍ତି ପତ୍ର ଭଳି ସମସ୍ତ ଡକ୍ୟୁମେଣ୍ଟ ଜାଲ୍ ବୋଲି ଜଣାପଡିଥିଲା।

ସେହିପରି ସବ୍ବୁସାମି ଅଭିଯୋଗ କରିଛନ୍ତି, ଡକ୍ୟୁମେଣ୍ଟ ଯାଞ୍ଚ ପରେ ସେମାନଙ୍କର ଅନ୍ୟତମ ସହଯୋଗୀ ବିକାଶ ରାଣା ଏବଂ ଦୁବେ ସମସ୍ତ ପ୍ରାର୍ଥୀଙ୍କୁ ବରୋଦା ହାଉସ ଡାକୁ ଅଧ୍ୟୟନ ସାମଗ୍ରୀ ଏବଂ କିଟ୍ ଦେବା ପାଇଁ ନେଇଥିଲେ। ସେମାନେ ତାଲିମ ପାଇଁ ଜାଲ୍ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ, ଯାହା ଆମକୁ ବହୁତ ଡେରିରେ ଜଣାପଡ଼ିଥିଲା। ଏହି ଘଟଣାରେ ପ୍ରାଥମିକ ଅନୁସନ୍ଧାନରେ ଦିଲ୍ଲୀ ପୋଲିସ ଅର୍ଥନୈତିକ ଅପରାଧ ଶାଖା ଜାଣିବାକୁ ପାଇଛି ଏହା ଏକ ନିଯୁକ୍ତି ଠକେଇ। ଏହି ଘଟଣାରେ ଅଧିକ ଅନୁସନ୍ଧାନ ଜାରି ରହିଛି।