Indian Railway: ରେଳ ଷ୍ଟେସନ ଠାରେ ରାତ୍ରୀଯାପନ କରିବା ବେଳେ ନେବାକୁ ହେବ କି ପ୍ଲାଟଫର୍ମ ଟିକେଟ?
Advertisement
Article Detail0/zeeodisha/odisha1647156

Indian Railway: ରେଳ ଷ୍ଟେସନ ଠାରେ ରାତ୍ରୀଯାପନ କରିବା ବେଳେ ନେବାକୁ ହେବ କି ପ୍ଲାଟଫର୍ମ ଟିକେଟ?

Railway News: ଏବେ ଆମେ ଆପଣଙ୍କୁ ରେଳ ପ୍ଲାଟଫର୍ମ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ। ଯାହା ଟ୍ରେନ ଯୋଗେ ଯାତ୍ରା କରିବା ସମୟରେ ରେଳଯାତ୍ରୀଙ୍କ କାମରେ ଆସିପାରେ।

Indian Railway: ରେଳ ଷ୍ଟେସନ ଠାରେ ରାତ୍ରୀଯାପନ କରିବା ବେଳେ ନେବାକୁ ହେବ କି ପ୍ଲାଟଫର୍ମ ଟିକେଟ?

Platform Ticket Rules: ଦେଶର ଜୀବନ ରେଖା କୁହାଯାଉଥିବା ଭାରତୀୟ ରେଳ ସହିତ ଜଡ଼ିତ ନୀତି ନିୟମ ସମ୍ପର୍କରେ ଜାଣିବା ଆବଶ୍ୟକ। ଯାହା ଦ୍ୱାରା ଯାତ୍ରୀଙ୍କ ଯାତ୍ରା ଆହୁରି ଅଧିକ ଆରାମଦାୟକ ହୋଇପାରିବ। ଉଦାହରଣ ସ୍ୱରୂପ ଟ୍ରେନ ଯୋଗେ ଯାତ୍ରା କରିବା ବେଳେ ସାଥିରେ ଟିକେଟ୍ ନେବା ଆବଶ୍ୟକ। ସେହିଭଳି ଯଦି ଆପଣ କିଛି କାମ ପାଇଁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଆସନ୍ତି, ଯେପରିକି ଆପଣ ଆପଣଙ୍କର ସମ୍ପର୍କୀୟଙ୍କୁ ରେଳ ଷ୍ଟେସନ ଠାରେ ଛାଡ଼ିବା କିମ୍ବା ଗ୍ରହଣ କରିବା ପାଇଁ ଆସନ୍ତି, ତାହେଲେ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ହୋଇଥାଏ। 

ଏବେ ଆମେ ଆପଣଙ୍କୁ ରେଳ ପ୍ଲାଟଫର୍ମ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ। ଯାହା ଟ୍ରେନ ଯୋଗେ ଯାତ୍ରା କରିବା ସମୟରେ ରେଳଯାତ୍ରୀଙ୍କ କାମରେ ଆସିପାରେ। ପ୍ଲାଟଫର୍ମ ସହିତ ଜଡ଼ିତ ସେହି ଗୁରୁତ୍ୱପୂର୍ଣ୍ଣ ନିୟମ ସମ୍ପର୍କରେ ଆପଣ ଜାଣିରଖନ୍ତୁ। 

ରାତ୍ରୀଯାପନ କରିବା ସମୟରେ ପ୍ଲାଟଫର୍ମ ଟିକେଟ ଆବଶ୍ୟକ? 
ମନେକରନ୍ତୁ ଯଦି ମଧ୍ୟ ରାତ୍ରୀ ସମୟରେ ଆପଣଙ୍କର ଟ୍ରେନ ଯାତ୍ରା ଶେଷ ହୁଏ ଏବଂ ଆପଣଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆପଣଙ୍କ ପାଖରେ କୌଣସି ସୁବିଧା ଉପଲବ୍ଧ ନାହିଁ ତାହେଲେ ଆପଣ କ'ଣ କରିବେ? ସୁରକ୍ଷାଗତ ଦୃଷ୍ଟିକୋଣରୁ ସଠିକ୍ ନିଷ୍ପତ୍ତି ହେଉଛି ରେଳ ଷ୍ଟେସନ ଠାରେ ରାତ୍ରିଯାପନ କରିବା ଏବଂ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଏନେଇ ରେଳବାଇ ପକ୍ଷରୁ ମଧ୍ୟ ଯାତ୍ରୀଙ୍କ ପାଇଁ ବିଶ୍ରାମ କକ୍ଷର ବ୍ୟବସ୍ଥା କରାଯାଇଛି। ଯେଉଁଠାରେ ବିଶ୍ରାମ ନେବା ପାଇଁ ରେଳଯାତ୍ରୀଙ୍କ ଲାଗି ଉପଯୁକ୍ତ ବ୍ୟବସ୍ଥା କରାଯାଇଛି।

ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ, ଯଦି ଆପଣଙ୍କ ଟ୍ରେନ ରାତି ସମୟରେ କୌଣସି ରେଳ ଷ୍ଟେସନ ଠାରେ ଅଟକିଯାଏ ଯେଉଁଠାରେ ଆପଣଙ୍କୁ ଓହ୍ଲାଇବାକୁ ହୋଇଥାଏ ଏବଂ ଆପଣଙ୍କୁ ଆପଣଙ୍କର ଗନ୍ତବ୍ୟସ୍ଥଳ ଠାରେ ପହଞ୍ଚିବା ପାଇଁ ଆପଣଙ୍କ ପାଖରେ କୌଣସି ସୁବିଧା ଉପଲବ୍ଧ ନାହିଁ ତାହେଲେ ସକାଳ ହେବା ପର୍ଯ୍ୟନ୍ତ ରେଳ ଷ୍ଟେସନ ପରିସରରେ ଅଟକି ରହିବାକୁ ଚାହିଁବେ। ହେଲେ ପ୍ରଶ୍ନ ଉଠୁଛି ଯେ, ରେଳ ଷ୍ଟେସନ ଠାରେ ରାତ୍ରୀଯାପନ କରିବା ବେଳେ  ପ୍ଲାଟଫର୍ମ ଟିକେଟ ନେବାକୁ ହୋଇଥାଏ କି? ଏହି ପ୍ରଶ୍ନର ଉତ୍ତର ହେଉଛି ନାଁ। ରେଳ ଷ୍ଟେସନ ଠାରେ ରାତ୍ରୀଯାପନ କରିବା ପାଇଁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ ନେବାର ଆବଶ୍ୟକତା ନାହିଁ। ହେଲେ ତଥାପି ଆପଣଙ୍କ ପାଖରେ ଆପଣଙ୍କର ପୂର୍ବ ଯାତ୍ରାର ଟିକେଟ୍ ରହିଥିବା ଆବଶ୍ୟକ। ଯାହା ଦ୍ୱାରା ଆପଣ ଆବଶ୍ୟକ ପଡ଼ିଲେ ଏହାକୁ ଦେଖାଇ ପାରିବେ।

କେତେ ସମୟ ପର୍ଯ୍ୟନ୍ତ ବୈଧ ରହିଥାଏ ପ୍ଲାଟଫର୍ମ ଟିକେଟ? 
ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଯେ ଯେତେବେଳେ ଆପଣ ଏକ ପ୍ଲାଟଫର୍ମ ଟିକେଟ୍ କିଣନ୍ତି, ତାହା କେତେ ସମୟ ପର୍ଯ୍ୟନ୍ତ ଏହାର ବୈଧତା ରହିଥାଏ। ରେଳବାଇ ୱେବସାଇଟ୍ ଅନୁଯାୟୀ ୧୦ ଟଙ୍କାରେ ମିଳୁଥିବା ପ୍ଲାଟଫର୍ମ ଟିକେଟ ମାତ୍ର ୨ ଘଣ୍ଟା ପାଇଁ ବୈଧ। ଯାହାର ଅର୍ଥ ହେଉଛି, ଯେତେବେଳେ ଆପଣ ଏକ ପ୍ଲାଟଫର୍ମ ଟିକେଟ୍ କିଣନ୍ତି, ତାହେଲେ ଆପଣ ଏହାକୁ କେବଳ ୨ ଘଣ୍ଟା ପାଇଁ ବ୍ୟବହାର କରିପାରିବେ। ଦୁଇ ଘଣ୍ଟା ବିତିଯିବା ପରେ ଯଦି ଆପଣ ଏହି ପ୍ଲାଟଫର୍ମ ଟିକେଟ ସହ ରେଳ ଷ୍ଟେସନ ପରିସରରେ ଅଟକି ରହନ୍ତି, ତାହେଲେ ଏହି ଟିକେଟ ସହ ଆପଣ ଧରା ପଡ଼ିଲେ ଆପଣଙ୍କ ଠାରୁ ଜରିମାନା ଆଦାୟ କରାଯାଇପାରେ।