Indian Politics: ରାଜନୈତିକ ଦଳଙ୍କୁ କିପରି ନିର୍ବାଚନ ସଙ୍କେତ ବାଣ୍ଟନ୍ତି ନିର୍ବାଚନ ଆୟୋଗ? କ'ଣ ରହିଛି ନିୟମ
Advertisement
Article Detail0/zeeodisha/odisha1577066

Indian Politics: ରାଜନୈତିକ ଦଳଙ୍କୁ କିପରି ନିର୍ବାଚନ ସଙ୍କେତ ବାଣ୍ଟନ୍ତି ନିର୍ବାଚନ ଆୟୋଗ? କ'ଣ ରହିଛି ନିୟମ

Political Parties Election Symbol: ଭାରତୀୟ ରାଜନୀତିରେ ନିର୍ବାଚନ ପ୍ରତୀକ କେବଳ ନିର୍ବାଚନ ଆୟୋଗ ଦ୍ୱାରା କୌଣସି ଦଳକୁ ବଣ୍ଟନ କରାଯାଇଥାଏ। ନିର୍ବାଚନ ପ୍ରତୀକ (ସଂରକ୍ଷଣ ଏବଂ ବଣ୍ଟନ) ଆଦେଶ ୧୯୬୮ ଅନୁଯାୟୀ, ନିର୍ବାଚନ ଆୟୋଗ ଆଞ୍ଚଳିକ ରାଜନୈତିକ ଦଳଙ୍କୁ ନିର୍ବାଚନ ସଙ୍କେତ ବଣ୍ଟନ କରିବାକୁ କ୍ଷମତା ପ୍ରଦାନ କରିଥାଏ।

Indian Politics: ରାଜନୈତିକ ଦଳଙ୍କୁ କିପରି ନିର୍ବାଚନ ସଙ୍କେତ ବାଣ୍ଟନ୍ତି ନିର୍ବାଚନ ଆୟୋଗ? କ'ଣ ରହିଛି ନିୟମ
How ECI Allots Election Symbols to Political Parties: ସଦ୍ୟ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ନିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମହାରାଷ୍ଟ୍ର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ନିର୍ବାଚନ ଆୟୋଗ ପକ୍ଷରୁ ନିଆଯାଇଥିବ ନିଷ୍ପତ୍ତି ଅନୁସାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ବାଲାସାହେବଙ୍କ ଶିବସେନା ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ପ୍ରଦାନ କରିଛି। ଏପରିକି ଦଳର ନିର୍ବାଚନ ପ୍ରତୀକ "ଧନୁ-ତୀର" ମଧ୍ୟ ପ୍ରଦାନ କରିଛନ୍ତି। ଅନ୍ୟପଟେ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ଗୋଷ୍ଠୀର ନାମ ପୂର୍ବ ଭଳି ଶିବସେନା ଉଦ୍ଧବ ବାଲାସାହେବ ରହିବା ସହ ନିର୍ବାଚନ ପ୍ରତୀକ ଜଳୁଥିବା ମଶାଲ ହେବ। 
 
ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଦେଶର କୌଣସି ରାଜନୈତିକ ଦଳକୁ କିପରି ବଣ୍ଟନ କରାଯାଏ ନିର୍ବାଚନ ସଙ୍କେତ ଏବଂ କ'ଣ ରହିଛି ଏହାର ନିୟମ? ଭାରତୀୟ ରାଜନୀତିରେ ନିର୍ବାଚନ ପ୍ରତୀକ କେବଳ ନିର୍ବାଚନ ଆୟୋଗ ଦ୍ୱାରା କୌଣସି ଦଳକୁ ବଣ୍ଟନ କରାଯାଇଥାଏ। ନିର୍ବାଚନ ପ୍ରତୀକ (ସଂରକ୍ଷଣ ଏବଂ ବଣ୍ଟନ) ଆଦେଶ ୧୯୬୮ ଅନୁଯାୟୀ, ନିର୍ବାଚନ ଆୟୋଗ ଆଞ୍ଚଳିକ ରାଜନୈତିକ ଦଳଙ୍କୁ ନିର୍ବାଚନ ସଙ୍କେତ ବଣ୍ଟନ କରିବାକୁ କ୍ଷମତା ପ୍ରଦାନ କରିଥାଏ। ଏହି ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ଆୟୋଗ ପାଖରେ ଶହେରୁ ଅଧିକ ମାଗଣା ନିର୍ବାଚନ ସଙ୍କେତ ରହିଛି। ଯାହା କୌଣସି ରାଜନୈତିକ ଦଳକୁ ଆବଣ୍ଟିତ କରାଯାଇ ନଥାଏ। ଯେତେବେଳେ କୌଣସି ଦଳ ପକ୍ଷରୁ କୌଣସି ପରାମର୍ଶ ନଥାଏ ସେତେବେଳେ ନିର୍ବାଚନ ସଙ୍କେତ ଆବଣ୍ଟିତ କରାଯାଇଥାଏ।
 
ଅନ୍ୟପକ୍ଷରେ ଯଦି କୌଣସି ରାଜନୈତିକ ଦଳ ନିଜ ପକ୍ଷରୁ ଏହାର ନିର୍ବାଚନ ପ୍ରତୀକ ପାଇବା ପାଇଁ ଆୟୋଗ ଉଦ୍ଦେଶ୍ୟରେ କୌଣସି ପରାମର୍ଶ ଦିଅନ୍ତି, ତାହେଲେ ସେହି ପ୍ରତୀକ ସେହି ଦଳକୁ ପ୍ରଦାନ କରିଥାନ୍ତି ନିର୍ବାଚନ ଆୟୋଗ। ହେଲେ ଏହାର ପ୍ରକ୍ରିୟା ରହିଛି। ତାହା ହେଉଛି ଯଦି କୌଣସି ରାଜନୈତିକ ଦଳ ନିଜ ଆଡୁ କୌଣସି ନିର୍ବାଚନ ସଙ୍କେତ ପାଇଁ କୌଣସି ପରାମର୍ଶ ଦିଅନ୍ତି, ତାହା ପୂର୍ବରୁ କୌଣସି ଦଳକୁ ଆବଣ୍ଟିତ ହୋଇନଥିବା ଆବଶ୍ୟକ। ଗୋଟିଏ ରାଜ୍ୟରେ ସକ୍ରିୟ ରହିଥିବା ଆଞ୍ଚଳିକ ଦଳର ନିର୍ବାଚନ ସଙ୍କେତ ଅନ୍ୟ ରାଜ୍ୟରେ ସକ୍ରିୟ ରହିଥିବା ରାଜନୈତି ଦଳକୁ ଆବଣ୍ଟିତ କରାଯାଇ ପାରିବ। ଏନେଇ ରହିଥିହା ନିୟମ ଅନୁସାରେ ମହାରାଷ୍ଟ୍ର ରାଜନୀତିରେ ସକ୍ରିୟ ରହିଥିବା ଶିବସେନା ଏବଂ ଝାଡଖଣ୍ଡ ରାଜନୀତିରେ ସକ୍ରିୟ ରହିଥିବା ଝଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଆଞ୍ଚଳିକ ଦଳକୁ ସମାନ ନିର୍ବାଚନ ପ୍ରତୀକ ଧନୁ-ତୀର ଆବଣ୍ଟିତ କରାଯାଇଥିଲା।
 
ନିର୍ବାଚନ ସଙ୍କେତ ଆଦେଶ ୧୯୬୮ (Election Symbol Order 1968) ମାଧ୍ୟମରେ ଦର୍ଶାଯାଇଛି ଯେ ଯେତେବେଳେ ଆୟୋଗ ସନ୍ତୁଷ୍ଟ ହୁଅନ୍ତି ଯେ ଏକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି, ସେତେବେଳେ ସମସ୍ତ ଉପଲବ୍ଧ ତଥ୍ୟ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପ୍ରତିନିଧୀଙ୍କ କଥା ଶୁଣନ୍ତି। ଏହା ପରେ ନିଷ୍ପତ୍ତି ନିଆଯାଇ ଯେ ଏପରି ଏକ ପ୍ରତିଦ୍ୱନ୍ଦ୍ୱୀ ଶ୍ରେଣୀ କିମ୍ବା ଗୋଷ୍ଠୀ ଏକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ନୁହଁନ୍ତି ଏବଂ ଆୟୋଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଏପରି ସମସ୍ତ ପ୍ରତିଦ୍ୱନ୍ଦ୍ୱୀ ଶ୍ରେଣୀ କିମ୍ବା ଗୋଷ୍ଠୀ ପାଇଁ ବାଧ୍ୟତାମୂଳକ ହୋଇଥାଏ। ଏନେଇ ନିର୍ବାଚନ ଆୟୋଗ ସାଧାରଣତ ପ୍ରତିଦ୍ୱନ୍ଦ୍ୱୀ ଦଳଙ୍କୁ ଆଭ୍ୟନ୍ତରୀଣ ମତଭେଦ ସମାଧାନ କରିବାକୁ ପରାମର୍ଶ ଦେଇଥାଏ କିମ୍ବା ଅଦାଲତ ଯିବାକୁ କହିଥାନ୍ତି। 
 
ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବିବାଦରେ ଦଳୀୟ ପ୍ରତିନିଧୀ/ପଦାଧିକାରୀ, ସାଂସଦ ଏବଂ ବିଧାୟକଙ୍କ ସ୍ପଷ୍ଟ ବହୁମତ ଏକ ଗୋଷ୍ଠୀକୁ ସମର୍ଥନ କରିଛନ୍ତି। ଶିବସେନା ମାମଲାରେ ଦଳର ଅଧିକାଂଶ ନିର୍ବାଚିତ ପ୍ରତିନିଧୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ସମର୍ଥନ କରିଥିଲେ। ଯେତେବେଳେ  ନିର୍ବାଚନ ଆୟୋଗ କୌଣସି ଦଳର ଦଳୀୟ ସଙ୍ଗଠନ ମଧ୍ୟରେ ସମର୍ଥନ ଆଧାରରେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀର ଶକ୍ତି ପରୀକ୍ଷା କରିପାରିବ ନାହିଁ, ସେତେବେଳେ ଆୟୋଗ କେବଳ ନିର୍ବାଚିତ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ସଂଖ୍ୟାଗରିଷ୍ଠତା ପରୀକ୍ଷା କରିବାକୁ ଚିନ୍ତା କରିଥିଲା।