Made in India: 'ମେଡ୍ ଇନ୍ ଇଣ୍ଡିଆ' ଟ୍ରେନ୍ ଯୋଗେ ଯାତ୍ରା କଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର
Advertisement
Article Detail0/zeeodisha/odisha1652540

Made in India: 'ମେଡ୍ ଇନ୍ ଇଣ୍ଡିଆ' ଟ୍ରେନ୍ ଯୋଗେ ଯାତ୍ରା କଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

India Mozambique: ଏସ.ଜୟଶଙ୍କର ହେଉଛନ୍ତି ପ୍ରଥମ ଭାରତୀୟ ବୈଦେଶିକ ମନ୍ତ୍ରୀ ଯିଏ ସରକାରୀ ଗସ୍ତରେ ଯାଇ ମୋଜାମ୍ବିକ ଠାରେ ପହଞ୍ଚିଛନ୍ତି।

ଫଟୋ ସୌଜନ୍ୟ: ଟ୍ୱିଟର@DrSJaishankar

Made in India Train: "ମେଡ୍ ଇନ୍ ଇଣ୍ଡିଆ" ଅଭିଯାନକୁ ମିଳିଛି ଆଉ ଏକ ବଡ଼ ସଫଳତା। ଭାରତ ପରେ ଏବେ ଆଫ୍ରିକୀୟ ଦେଶ ମୋଜାମ୍ବିକ ଠାରେ ସେବା ଯୋଗାଇବାକୁ ଯାଉଛି "ମେଡ୍ ଇନ୍ ଇଣ୍ଡିଆ"। ଏବେ ମୋଜାମ୍ବିକ ଗସ୍ତରେ ଅଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର। ଏହି ଗସ୍ତ ଅବସରରେ "ମେଡ୍ ଇନ୍ ଇଣ୍ଡିଆ" ଟ୍ରେନ ଯୋଗେ ଯାତ୍ରା କରିଥିଲେ ଭାରତୀୟ ବିଦେଶ ମନ୍ତ୍ରୀ। ମୋଜାମ୍ବିକ ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଏହି ଆଫ୍ରିକୀୟ ଦେଶରେ ରେଳ ନେଟୱାର୍କ, ବୈଦ୍ୟୁତିକ ଯାନ ଏବଂ ଜଳପଥରେ ଯୋଗଯୋଗ ପରିସର ବୃଦ୍ଧି କରିବା ମୋଜାମ୍ବିକ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

ଅପ୍ରେଲ ୧୩ ତାରିଖ ଗୁରୁବାର ଭାରତୀୟ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର (Indian Foreign Minister S.Jaishankar) ୩ ଦିନିଆ ମୋଜାମ୍ବିକ ଗସ୍ତରେ (Indian Foreign Ministers Mozambique Tour) ଯାଇ ରାଜଧାନୀ ମାପୁଟୋ (Mozambique Capital Maputo) ଠାରେ ପହଞ୍ଚିଥିଲେ। ଏହି ୩ ଦିନିଆ ଗସ୍ତ ଅବସରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଏହି ଆଫ୍ରିକୀୟ ଦେଶର ସଂସଦର ବାଚସ୍ପତିଙ୍କୁ ଭେଟିଛନ୍ତି। ଏସ.ଜୟଶଙ୍କର ହେଉଛନ୍ତି ପ୍ରଥମ ଭାରତୀୟ ବୈଦେଶିକ ମନ୍ତ୍ରୀ ଯିଏ ସରକାରୀ ଗସ୍ତରେ ଯାଇ ମୋଜାମ୍ବିକ ଠାରେ ପହଞ୍ଚିଛନ୍ତି।

ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ, ମୋଜାମ୍ବିକ ପରିବହନ ଏବଂ ଯୋଗାଯୋଗ ମନ୍ତ୍ରୀ ଏବଂ ମୋଜାମ୍ବିକ ବନ୍ଦର ଏବଂ ରେଳ ପ୍ରାଧିକରଣ ଅଧ୍ୟକ୍ଷ ମାଟିଆସ ମାଗାଲାଙ୍କ 
(Mozambican Minister Mateus Magala) ସହିତ ସବୁଜ ପରିବହନ ଉପରେ ଆଲୋଚନା ହୋଇଛି। ରେଳ ନେଟୱାର୍କ, ବୈଦ୍ୟୁତିକ ଯାନ ଏବଂ ଜଳପଥ ଯୋଗଯୋଗ ପରିସର ବିସ୍ତାର ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭାରତ ଏକ ବିଶ୍ୱସ୍ତ ଅଂଶୀଦାର।

ମୋଜାମ୍ବିକ (Mozambique) ଠାରେ ଭାରତ (India) ନିର୍ମିତ ଟ୍ରେନ ଦ୍ୱାରା ଯାତ୍ରା କରିବା ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏନେଇ ବିଦେଶ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ମୋଜାମ୍ବିକ ପରିବହନ ମନ୍ତ୍ରୀ ମାଟିଆସ୍ ମାଗାଲାଙ୍କ ସହ 'ମେଡ୍ ଇନ୍ ଇଣ୍ଡିଆ' ଟ୍ରେନ (Made in India Train) ଯୋଗେ ମାପୁଟୋରୁ ଠାରୁ ମଛାୱା ପର୍ଯ୍ୟନ୍ତ ରେଳଯାତ୍ରା (Maputo to Machwa Train Journey) କରିଥିଲେ। ଏହି ଯାତ୍ରାରେ ଯୋଗ ଦେଇଥିବାରୁ ମୁଁ ରେଲ ଇଣ୍ଡିଆ ଟେକ୍ନିନାଲ ଏବଂ ଇକୋନୋମିକ ସର୍ଭିସ (Rail India Technical and Economic Service) ରାଇଟ୍ସ (RITES) ଅଧ୍ୟକ୍ଷ ରାହୁଲ ମିତ୍ତଲଙ୍କୁ ଧନ୍ୟବାଦ ଜଣାଉଛି।

 

 

 

ମୋଜାମ୍ବିକ ରାଜଧାନୀ ମାପୁଟୋ ଠାରେ ଭାରତୀୟ ସମ୍ପ୍ରଦାୟର (Indian Community In Mozambique) ଲୋକଙ୍କ ସହିତ କଥାବାର୍ତ୍ତା କରିବା ସହ ଏକ ମନ୍ଦିରରେ ପ୍ରାର୍ଥନା କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର। ଏନେଇ ଟ୍ୱିଟ୍ କରି ବିଦେଶ ମନ୍ତ୍ରୀ କହିଛନ୍ତି, ଗୁରୁବାର ସନ୍ଧ୍ୟାରେ ମାପୁଟୋସ୍ଥିତ ଶ୍ରୀ ବିଶ୍ୱଭାମ ମହାଦେବ ମନ୍ଦିରରେ ପ୍ରାର୍ଥନା କରିଥିଲେ। ସ୍ଥାନୀୟ ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗ କରି ବହୁତ ଖୁସି ଅନୁଭବ କରୁଛି। ମୋଜାମ୍ବିକ ପୂର୍ବରୁ ଭାରତୀୟ ବିଦେଶ ମନ୍ତ୍ରୀ ଉଗାଣ୍ଡା ଗସ୍ତ କରିଥିଲେ। ଯେଉଁଠାରେ ସେ ରାଷ୍ଟ୍ରପତି ୟୋଭେରୀ ମୁସେଭେନିଙ୍କ ସମେତ ଦେଶର ଶୀର୍ଷ ନେତୃତ୍ୱ ସହିତ ବାଣିଜ୍ୟ, ଭିତ୍ତିଭୂମି, ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ବିଷୟରେ ଆଲୋଚନା କରିଥିଲେ।