Nuclear Bases Data: ପରସ୍ପର ସହ ଆଣବିକ ଭିତ୍ତିଭୂମି ତାଲିକା ବାଣ୍ଟିଲେ ଭାରତ-ପାକିସ୍ତାନ, ଜାଣ କାହିଁକି ଉଭୟ ଦେଶ ପରସ୍ପରକୁ ଦିଅନ୍ତି ଏହି ତଥ୍ୟ?
Advertisement
Article Detail0/zeeodisha/odisha1510722

Nuclear Bases Data: ପରସ୍ପର ସହ ଆଣବିକ ଭିତ୍ତିଭୂମି ତାଲିକା ବାଣ୍ଟିଲେ ଭାରତ-ପାକିସ୍ତାନ, ଜାଣ କାହିଁକି ଉଭୟ ଦେଶ ପରସ୍ପରକୁ ଦିଅନ୍ତି ଏହି ତଥ୍ୟ?

India Pakistan Nuclear Deal:  ବିଶ୍ୱର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ଭାରତ-ପାକିସ୍ତାନ ମଧ୍ୟରେ ଏ ପର୍ଯ୍ୟନ୍ତ ଚାରୋଟି ଯୁଦ୍ଧ ହୋଇସାରିଛି। ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିନାମା ସତ୍ତ୍ୱେ ସୀମାରେ ଗୁଳି ବିନିମୟ, ବେଆଇନ ଅନୁପ୍ରବେଶ ଏବଂ ନିଶା ଦ୍ରବ୍ୟର ଚୋରା ଚାଲାଣ ଘଟଣା ସାଧାରଣ କଥା ହଇଯାଇଛି। ହେଲେ ତଥାପି ପାରସ୍ପରିକ ତିକ୍ତତା ସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ହୋଇଥିବା ଅନେକ ଚୁକ୍ତିନାମାକୁ ଭଲ ଭାବରେ କାର୍ଯ୍ୟକାରୀ କରାଯାଇଥାଏ। 

Nuclear Bases Data: ପରସ୍ପର ସହ ଆଣବିକ ଭିତ୍ତିଭୂମି ତାଲିକା ବାଣ୍ଟିଲେ ଭାରତ-ପାକିସ୍ତାନ, ଜାଣ କାହିଁକି ଉଭୟ ଦେଶ ପରସ୍ପରକୁ ଦିଅନ୍ତି ଏହି ତଥ୍ୟ?

India Pakistan Nuclear Treaty: ନୂଆବର୍ଷ ୨୦୨୩ ଅବସରରେ ବିଶ୍ୱର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ପରସ୍ପରକୁ ଆଣବିକ ଭିତ୍ତିଭୂମି ସମ୍ପର୍କିତ ତାଲିକା ପ୍ରଦାନ କରିଛନ୍ତି। ଉଭୟ ଦେଶ ପରସ୍ପରର ପଡୋଶୀ, ଉଭୟଙ୍କ ରୀତିନୀତି ଏବଂ ଭାଷା ମଧ୍ୟରେ କୌଣସି ଅଧିକ ପାର୍ଥକ୍ୟ ନାହିଁ। ହେଲେ ଉଭୟ ଦେଶର ସମ୍ପର୍କ ବିଭିନ୍ନ କାରଣକୁ ବିଭିନ୍ନ ସମୟରେ ତିକ୍ତ ହୋଇଉଠିଛି। ଭାରତ-ପାକିସ୍ତାନ ସୀମା ବିଶ୍ୱର ସବୁଠାରୁ ଅଶାନ୍ତ ଆନ୍ତର୍ଜାତୀୟ ସୀମା ରେଖା ମଧ୍ୟରେ ଜଣାଶୁଣା। 

ବିଶ୍ୱର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ଭାରତ-ପାକିସ୍ତାନ ମଧ୍ୟରେ ଏ ପର୍ଯ୍ୟନ୍ତ ଚାରୋଟି ଯୁଦ୍ଧ ହୋଇସାରିଛି। ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିନାମା ସତ୍ତ୍ୱେ ସୀମାରେ ଗୁଳି ବିନିମୟ, ବେଆଇନ ଅନୁପ୍ରବେଶ ଏବଂ ନିଶା ଦ୍ରବ୍ୟର ଚୋରା ଚାଲାଣ ଘଟଣା ସାଧାରଣ କଥା ହଇଯାଇଛି। ହେଲେ ତଥାପି ପାରସ୍ପରିକ ତିକ୍ତତା ସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ହୋଇଥିବା ଅନେକ ଚୁକ୍ତିନାମାକୁ ଭଲ ଭାବରେ କାର୍ଯ୍ୟକାରୀ କରାଯାଇଥାଏ। ଯାହା ମଧ୍ୟରୁ ଗୋଟିଏ ଏଠାରେ ଆଲୋଚନା କରାଯାଇପାରେ। 

ନିକଟରେ ଉଭୟ ଦେଶ ପରସ୍ପରର ଜେଲରହୁଥିବା ନାଗରିକ ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ପରସ୍ପରକୁ ହସ୍ତାନ୍ତର କରିଛନ୍ତି। ଏହା ବ୍ୟତୀତ ଉଭୟ ଭାରତ-ପାକିସ୍ତାନ ସେମାନଙ୍କର ଆଣବିକ ଭିତ୍ତିଭୂମି ତାଲିକା ପରସ୍ପର ସହ ବାଣ୍ଟିଛନ୍ତି। ଆଣବିକ ଭିତ୍ତିଭୂମି ତାଲିକା ପ୍ରଦାନ କରିବାକୁ ଭାରତ-ପାକିସ୍ଥାନ ମଧ୍ୟରେ ହୋଇଥିବା ଚୁକ୍ତି ପ୍ରାୟ ୩୦ ବର୍ଷରୁ ଅଧିକ ପୁରୁଣା। ଏହି ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ପ୍ରତିବର୍ଷ ଜାନୁଆରୀ ୧ ତାରିଖରେ ପରମାଣୁ ଭିତ୍ତିଭୂମି ତାଲିକା ପରସ୍ପରକୁ ପ୍ରଦାନ କରିଥାନ୍ତି।  

Also Read: Shocking News: ଭାରତ କରିବ ମହାବିନାଶକ ଥର୍ମୋନ୍ୟୁକ୍ଲିୟର ବୋମା ପରୀକ୍ଷଣ, ଜାଣନ୍ତୁ ଏହାର କାରଣ

 

ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ବିଶ୍ୱରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ଭାରତ-ପାକିସ୍ତାନ କାହିଁକି ଆଣବିକ ଭିତ୍ତିଭୂମି ସମ୍ପର୍କିତ ତାଲିକା ପରସ୍ପର ସହ ବାଣ୍ଟିଥାନ୍ତି। ଏଭଳି ଗୁପ୍ତ ସୂଚନା ଯୁଦ୍ଧ ସମୟରେ କ'ଣ ବିନାଶର କାରଣ ହେବ ନାହିଁ? ଏପରି ଅନେକ ଲୋକଙ୍କ ମନରେ ଆସୁଥିବ। ଜାଣନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଆଣବିକ ଭିତ୍ତିଭୂମି ସମ୍ପର୍କିତ ତଥ୍ୟ ପ୍ରଦାନ ଚୁକ୍ତି କ'ଣ?  

ଭାରତ-ପାକିସ୍ତାନ ମଧ୍ୟରେ ଗତ ୧୯୮୮ ମସିହାରେ ଏକ ତୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ ଉଭୟ ଦେଶ ସେମାନଙ୍କ ଆଣବିକ ଭିତ୍ତିଭୂମି ତାଲିକା ଏବଂ ଏହା ସହ ଜଡିତ ଅନ୍ୟାନ୍ୟ ତଥ୍ୟ ପରସ୍ପରକୁ ପ୍ରଦାନ କରିବେ। ଏହି ଚୁକ୍ତିନାମା ଉଭୟ ଦେଶର ସରକାରଙ୍କ ଦ୍ୱାରା ୧୯୮୮ ମସିହା ଡିସେମ୍ବର ୩୧ ତାରିଖରେ ସ୍ୱାକ୍ଷରିତ ହୋଇଥିଲା। ଯାହାକୁ ୧୯୯୧ ମସିହା ଜାନୁୟାରୀ ୨୭ ତାରିଖରେ କାର୍ଯ୍ୟକାରୀ କରାଯାଇଥିଲା।

Also Read: Nuclear War: ପରମାଣୁ ଯୁଦ୍ଧକୁ ନେଇ ହେଲା ଆସିଲା ବଡ ଖବର, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

 

ଏହି ଚୁକ୍ତିନାମା ଅନୁଯାୟୀ ଗତ ୧୯୯୧ ମସିହା ଜାନୁୟାରୀ ୧ ତାରିଖରେ ଭାରତ-ପାକିସ୍ଥାନ ମଧ୍ୟରେ ଆଣବିକ ଭିତ୍ତିଭୂମି ତାଲିକା ବଣ୍ଟାଯାଇଥିଲା। ସେବେ ଠାରୁ ଉଭୟ ଦେଶ ପ୍ରତିବର୍ଷ ଜାନୁଆରୀ ୧ ତାରିଖରେ ଏହି ତାଲିକା ପ୍ରଦାନ କରିଥାନ୍ତି। ସାମ୍ଭାବ୍ୟ ଆଣବିକ ବିପଦକୁ ଭାରତ-ପାକିସ୍ତାନ ମଧ୍ୟରେ ଏକ ସରକାରୀ ଚୁକ୍ତିନାମ ମଧ୍ୟ ଅଛି। ଯାହାକୁ ଗତ ୨୦୧୭ ବର୍ଷରେ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ପରମାଣୁ ହତିଆର ସହ ଜଡିତ ଦୁର୍ଘଟଣାର ଆଶଙ୍କାକୁ ହ୍ରାସ କରିବା ପାଇଁ ଉଭୟ ଦେଶରେ ଏପରି ଚୁକ୍ତିନାମା ହୋଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ ଯଦି ଉଭୟ ଅଞ୍ଚଳରେ ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ଦୁର୍ଘଟଣା ଘଟେ ତାହେଲେ ଉଭୟ ଦେଶ ପରସ୍ପରକୁ ଜଣାଇବେ। ଏନେଇ କୁହାଯାଏ ଯେ, ଏହି ଚୁକ୍ତି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାରଣ ପାଇଁ ହୋଇଥିଲା। ତାହା ହେଉଛି ଆଣବିକ ବିକିରଣ କାରଣରୁ ସୀମା ଅପର ପାର୍ଶ୍ୱରେ ମଧ୍ୟ କ୍ଷୟକ୍ଷତି ହୋଇପାରେ। ମିଡିଆ ରିପୋର୍ଟ ଅନୁଯାୟୀ ଏହି ଚୁକ୍ତିନାମା ୨୦୦୭ ଫେବୃଆରୀ ୨୧ ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ପ୍ରଥମ ଥର ପାଇଁ ଏହାକୁ ୨୦୧୨ ବର୍ଷରେ ଆହୁରି ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା।

Also Read: Nuclear Attack Plane: ନାଟୋ ସହ ମୁକାବିଲା ପାଇଁ ଅଣ୍ଟାଭିଡିଲା ଋଷିଆ, ନେଲା ଏହି ନିଷ୍ପତ୍ତି

ଉଭୟ ଦେଶରେ ଆଣବିକ ଘାଟିର ସୁରକ୍ଷା ପାଇଁ ହଜାର ହଜାର ସୁରକ୍ଷା ବାହିନୀ ସର୍ବଦା ସତର୍କ ରହିଥାନ୍ତି। ଏପରି ସ୍ଥାନର ସୁରକ୍ଷା ପାଇଁ ଅନେକ ନୂତନ କୌଶଳ ମଧ୍ୟ ଅବଲମ୍ବନ କରାଯାଇଛି। ଏହି କାରଣରୁ ଦୁର୍ଘଟଣା ଘଟିବାର ସମ୍ଭାବନା ପ୍ରାୟତଃ କମ।