PM Kisan Yojana: ନୂଆବର୍ଷରେ କୃଷକଙ୍କୁ ଖୁସି ଖବର ଦେଲେ ମୋଦି ସରକାର, ଏହି ଦିନ ମିଳିବ ଉପହାର
Advertisement

PM Kisan Yojana: ନୂଆବର୍ଷରେ କୃଷକଙ୍କୁ ଖୁସି ଖବର ଦେଲେ ମୋଦି ସରକାର, ଏହି ଦିନ ମିଳିବ ଉପହାର

Pradhanmantri Kisan Samman Nidhi Yojana: ଏଥର ବଜେଟ ଉପସ୍ଥାପନ ବେଳେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଚାଷୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ମିଳୁଥିବା ସହାୟତ ପରିମାଣ ବୃଦ୍ଧି କରିବାକୁ ଘୋଷଣା କରିପାରନ୍ତି। 

PM Kisan Yojana: ନୂଆବର୍ଷରେ କୃଷକଙ୍କୁ ଖୁସି ଖବର ଦେଲେ ମୋଦି ସରକାର, ଏହି ଦିନ ମିଳିବ ଉପହାର

PM Kisan Samman Nidhi: ଚଳିତ ବର୍ଷ ଫେବୃଆରୀ ୧ ତାରିଖରେ ସଂସଦରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ। ଚଳିତ ଥରର ବଜେଟକୁ ନେଇ ବହୁ ଆଶାବାଦୀ ରହିଛନ୍ତି ଦେଶର କୃଷକ।  ଏଥର କୃଷକଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ଆସୁଛି। ଏଥର ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର। ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ମୋଦି ସରକାରଙ୍କ ଦ୍ୱାରା ଅନେକ ଲୋଭନୀୟ ପ୍ରତିଶୃତି ଦିଆଯାଇପାରେ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏଥର ବଜେଟ (Union Budget 2023-24) ଉପସ୍ଥାପନ ବେଳେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର (Modi Govt) ଚାଷୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Union Finance Minister Nirmala Sitharaman) କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ (Pradhanmantri Kisan Samman Nidhi Yojana) ମିଳୁଥିବା ସହାୟତ ପରିମାଣ ବୃଦ୍ଧି କରିବାକୁ ଘୋଷଣା କରିପାରନ୍ତି। ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ ମିଳୁଥିବା ୬ ହଜାର ଟଙ୍କାର ସହାୟତା ରାଶିକୁ ବଢା ଯାଇପାରେ। କୃଷକଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ମୋଦି ସରକାର ଏଭଳି ଏକ ନିଷ୍ପତ୍ତି ନେଇପାରିନ୍ତି।

ଏହା ମଧ୍ୟ କୁହାଯାଇଛି ଯେ ଚାଷୀଙ୍କୁ ୩ କିସ୍ତିରେ ଦିଆଯାଇଥିବା ସହାୟତା ରାଶି ୩ ଥର ବଦଳରେ ୪ ଥର ପ୍ରଦାନ କରାଯିବ। ଏଥର ପ୍ରତି ୩ ମାସରେ ୨୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ପ୍ରତି ୪ ମାସରେ ୨୦୦୦ ଟଙ୍କା କୃଷକଙ୍କ ଖାତାକୁ ପଠାଯାଉଛି। ହେଲେ ପରିବର୍ତ୍ତନ ପରେ ପ୍ରତ୍ୟେକ ୩ ମାସରେ କୃଷକଙ୍କ ୨୦୦୦ ଟଙ୍କା ଦିଆଯିବ। ଅର୍ଥାତ ବାର୍ଷିକ ୬୦୦୦ ଟଙ୍କା ବଦଳରେ କୃଷକଙ୍କୁ ୮୦୦୦ ଟଙ୍କା ପ୍ରଦାନ କରାଯିବ।

Also Read: PM Kisan Yojana: କେବେ ମିଳିବ ୧୩ ତମ କିସ୍ତି, କିପରି କରିବେ e-KYC? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୩ ତମ କିସ୍ତି ଚଳିତ ବର୍ଷ ଜାନୁଆରୀରେ ଆସିବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ମୋଦି ସରକାର ୧୨ କିସ୍ତି ଜରିଆରେ ସିଧାସଳଖ କୃଷକଙ୍କ ଖାତାକୁ ସହାୟତା ରାଶି ହସ୍ତାନ୍ତର କରି ସାରିଛନ୍ତି। ବିହନ ଏବଂ ସାର ମୂଲ୍ୟ କ୍ରମାଗତ ଭାବେ ବଢୁଥିବାରୁ କୃଷକଙ୍କୁ ଆର୍ଥିକ ସହଯୋଗ ଆବଶ୍ୟକ। ଯଦି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଏ, ତାହେଲେ ଚଳିତ ବର୍ଷ ଅପ୍ରେଲରେ  ପୁନର୍ବାର କୃଷକଙ୍କ ଖାତାକୁ କିସ୍ତି ଟଙ୍କା ଆସିପାରେ ବୋଲି ଆଶା କରାଯାଉଛି।