Meat Consumption: ହିନ୍ଦୁ, ମୁସଲମାନ, ଶିଖ, ଜୈନ...ଦେଶରେ କେଉଁ ଧର୍ମର ଲୋକ ଖାଆନ୍ତି ସର୍ବାଧିକ ଆମିଷ, ଏଠାରେ ଜାଣନ୍ତୁ
Advertisement

Meat Consumption: ହିନ୍ଦୁ, ମୁସଲମାନ, ଶିଖ, ଜୈନ...ଦେଶରେ କେଉଁ ଧର୍ମର ଲୋକ ଖାଆନ୍ତି ସର୍ବାଧିକ ଆମିଷ, ଏଠାରେ ଜାଣନ୍ତୁ

Meat Consumption In India: ମାଂସହାରର ଉଭୟ ସୁଫଳ ଏବଂ କୁଫଳ ରହିବା ସତ୍ତ୍ୱେ ବିଗତ କିଛି ବର୍ଷ ଧରି ଦେଶରେ ମାଂସାହାର କରିବାର ଆଗ୍ରହ ବଢିଥିବା ଜଣାପଡ଼ିଛି। ମାଂସାହାରୀ କିମ୍ବା ଶାକାହୀର ହେବା କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ବିଚାର। ହେଲେ ଲୋକଙ୍କ ମଧ୍ୟରେ ଏକଥାକୁ ନେଇ ଉତ୍ସୁକତା ରହିଥାଏ ଯେ ଭାରତରେ କେଉଁ ଧର୍ମର ଲୋକ ସର୍ବାଧିକ ପରିମାଣରେ ମାଂସହାର କରିଥାନ୍ତି। 

Meat Consumption: ହିନ୍ଦୁ, ମୁସଲମାନ, ଶିଖ, ଜୈନ...ଦେଶରେ କେଉଁ ଧର୍ମର ଲୋକ ଖାଆନ୍ତି ସର୍ବାଧିକ ଆମିଷ, ଏଠାରେ ଜାଣନ୍ତୁ

Meat Consumption In India By Religion: ଦେଶରେ କେଉଁ ଧର୍ମର ଲୋକ ଖାଇଥାନ୍ତି ଅଧିକ ପରିମାଣର  ମାଂସ? ଏନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହାର ଉତ୍ତର ମିଳିଯାଇଛି। ମୋଟାମୋଟି ଭାବେ ସବୁଧର୍ମରେ ମାଂସହାର କରୁଥିବା ଲୋକଙ୍କ ସଂଖ୍ୟା ବଢିଥିବା ସର୍ବେକ୍ଷଣରୁ ଜଣାପଡ଼ିଛି। ମାଂସହାରର ଉଭୟ ସୁଫଳ ଏବଂ କୁଫଳ ରହିଛି। 

ଯଦି ମାଂସାହାରର ସୁଫଳ କଥା କୁହାଯାଏ, ତାହେଲେ ମାଂସରେ ପ୍ରୋଟିନ, କାର୍ବୋହାଇଡ୍ରେଟ, ଭିଟାମିନ ଏବଂ ମିନ୍ସେରାଲ୍ସ ପ୍ରଚୁର ପରିମାଣରେ ରହିଛି। ଯାହା ମଣିଶ ଶରୀରରେ ରୋଗ ପ୍ରତିରୋଧକ ବଢାଇବାରେ ସହାୟକ ହୋଇଥାଏ। ଅନ୍ୟପଟେ ଯଦି ଏହାର ସୁଫଳ କଥା କୁହାଯାଏ ତାହେଲେ ମାଂସ ସେବନ ଦ୍ୱାରା କୋଲଷ୍ଟ୍ରଲ ଏବଂ ହୃଦୟ ଜନିତ ରୋଗ ସମସ୍ୟା ବଢିଯାଇଥାଏ। କେବଳ ସେତିକି ନୁହେଁ କେଲୋକ୍ଟ୍ରରଲ ଭଳି କନ୍ୟସର ସମସ୍ୟା ବଢିଯାଇଥାଏ।

ମାଂସହାରର ଉଭୟ ସୁଫଳ ଏବଂ କୁଫଳ ରହିବା ସତ୍ତ୍ୱେ ବିଗତ କିଛି ବର୍ଷ ଧରି ଦେଶରେ ମାଂସାହାର କରିବାର ଆଗ୍ରହ ବଢିଥିବା ଜଣାପଡ଼ିଛି। ମାଂସାହାରୀ କିମ୍ବା ଶାକାହୀର ହେବା କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ବିଚାର। ହେଲେ ଲୋକଙ୍କ ମଧ୍ୟରେ ଏକଥାକୁ ନେଇ ଉତ୍ସୁକତା ରହିଥାଏ ଯେ ଭାରତରେ କେଉଁ ଧର୍ମର ଲୋକ ସର୍ବାଧିକ ପରିମାଣରେ ମାଂସହାର କରିଥାନ୍ତି। 

ଏନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦେଶରେ ହିନ୍ଦୁ, ଶିଖ, ଜୈନ, ଖ୍ରୀଷ୍ଟିଆନ ଏବଂ ମୁସଲିମ ଧର୍ମରେ ମାଂସାହାର କରୁଥିବା ଲୋକଙ୍କ ସଂଖ୍ୟା ବଢିଛି। ଗତ ୨୦୧୫-୧୬ ବର୍ଷରେ ଜୈନ ଧର୍ମରେ ମାଂସାହାର କରୁଥିବା ଲୋକଙ୍କ ସଂଖ୍ୟା ୭.୨୯ ପ୍ରତିଶତ ରହିଥିଲା। ହେଲେ ଏହି ସଂଖ୍ୟା ୨ ଗୁଣା ବୃଦ୍ଧି ପାଇଁ ୧୪.୯ ପ୍ରତିଶତରେ ପହଞ୍ଚିଛି। 

ବିଗତ ୬ ବର୍ଷରେ ହିନ୍ଦୁ ଧର୍ମରେ ମାଂସାହାର କରୁଥିବା ଲୋକଙ୍କ ସଂଖ୍ୟା ୭୩ ପ୍ରତିଶତ ରହିଥିଲା। ହେଲେ ଏହି ସଂଖ୍ୟା ୪% ବୃଦ୍ଧି ପାଇ ୭୭.୯୫ ପ୍ରତିଶତରେ ପହଞ୍ଚିଛି। ସେହିପରି ଶିଖ ଧର୍ମରେ ମାଂସାହାର କରୁଥିବା ଲୋକଙ୍କ ସଂଖ୍ୟା ବଢିଛି।  ଗତ ୨୦୧୫-୧୬ ବର୍ଷରେ ଶିଖ ଧର୍ମରେ ମାଂସାହାର କରୁଥିବା ଲୋକଙ୍କ ସଂଖ୍ୟା ୫୪.୭୪ ପ୍ରତିଶତ ରହିଥିଲା। ହେଲେ ଏହି ସଂଖ୍ୟା ବୃଦ୍ଧି ପାଇଁ ୫୬.୮୪ ପ୍ରତିଶତରେ ପହଞ୍ଚିଛି। 

ଖ୍ରୀଷ୍ଟିଆନ ଧର୍ମରେ ମାଂସାହାର କରୁଥିବା ଲୋକଙ୍କ ସଂଖ୍ୟା  ସମୟ ଅନୁସାରେ ବଢିଚାଲିଛି। ଏହି ବୃଦ୍ଧି ବହୁତ କମ ରହିଛି। ପୂର୍ବରୁ ୯୭.୦୩ ପ୍ରତିଶତ ଲୋକ ମାଂସାହାର କରୁଥିବା ବେଳେ ଏହି ସଂଖ୍ୟା ୯୭.୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ମୁସଲିମ ଧର୍ମରେ ମାଂସାହାର କରୁଥିବା ଲୋକଙ୍କ ସଂଖ୍ୟା ୨୦୧୫-୧୬ ବର୍ଷରେ ୯୭.୬୬% ରହିଥିଲା।  ଯାହା ଏବେ ବୃଦ୍ଧି ୯୭.୯୬ ପ୍ରତିଶତରେ ପହଞ୍ଚିଛି। ଏହି ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଯାଇଛି ଯେ ଜୈନ ଧର୍ମରେ ସର୍ବନିମ୍ନ ମାଂସାହାରୀ ଲୋକ ରହିଥିବା ବେଳେ, ମୁସଲିମ ଧର୍ମରେ ସର୍ବାଧିକ ମାଂସାହାରୀ ଲୋକ ଅଛନ୍ତି।