LAC ଉପରେ ଭାରତ-ଆମେରିକା ମିଳିତ ଭାବେ କରିବେ ଏହି ଅପରେସନ, ଛାନିଆ ହେଲା ଚୀନ୍! ଦେଲା ଏହି ବୟାନ
Advertisement
Article Detail0/zeeodisha/odisha1319306

LAC ଉପରେ ଭାରତ-ଆମେରିକା ମିଳିତ ଭାବେ କରିବେ ଏହି ଅପରେସନ, ଛାନିଆ ହେଲା ଚୀନ୍! ଦେଲା ଏହି ବୟାନ

China On India-US Military Drill: ଚୀନ୍ କହିଛି ଯେ ଯଦି LAC ଉପରେ କୌଣସି ପ୍ରକାର ସାମରିକ ଡ୍ରିଲ୍ (Military Drill) କରାଯାଏ, ତେବେ ଏହା ଭାରତ ଓ ବେଜିଂ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଂଘନ କରିବ ।

ସୌ: ସୋସିଆଲ ମିଡିଆ

China On India-US Military Drill: ଅକ୍ଟୋବରରେ ଚୀନ୍‌ର ସୀମାଠାରୁ ୧୦୦ କିଲୋମିଟର ଦୂରରେ ଉତ୍ତରାଖଣ୍ଡର (Uttarakhand) ଔଲିରେ ହେବାକୁ ଥିବା ଭାରତ-ଆମେରିକା ମିଲିଟାରୀ ଡ୍ରିଲର (India-US Military Drill) ଖବର ଯୋଗୁଁ ଚୀନ୍ (China) ବିବ୍ରତ ହୋଇପଡିଛି । ଚୀନ୍ ବର୍ତ୍ତମାନ ଭାରତ ଓ ଆମେରିକା ମଧ୍ୟରେ ସାମରିକ ଅଭ୍ୟାସକୁ ବିରୋଧ କରି କହିଛି ଯେ ଏହାଏ କରିବା ସୀମା ବିବାଦର ଦ୍ୱିପାକ୍ଷିକ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସଦୃଶ । ଚୀନ୍ କହିଛି ଯେ ଯଦି LAC ଉପରେ କୌଣସି ପ୍ରକାର ସାମରିକ ଡ୍ରିଲ୍ କରାଯାଏ, ତେବେ ଏହା ଭାରତ ଓ ବେଜିଂ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଂଘନ କରିବ । କହିରଖୁଛୁ ଯେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶର ସୀମାରେ କୌଣସି ସାମରିକ ଡ୍ରିଲ୍ (Military Drill) କରାଯାଇପାରିବ ନାହିଁ ।

ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କର୍ଣ୍ଣେଲ ଟାନ୍ କେଫେ କହିଛନ୍ତି ଯେ ଭାରତ ଓ ଚୀନ୍ ସୀମାରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ଆମେ ବରଦାସ୍ତ କରିପାରିବୁ ନାହିଁ । କହିରଖୁଛୁ ଯେ ଅକ୍ଟୋବରରେ ହେବାକୁ ଥିବା ସାମରିକ ଅଭ୍ୟାସ ବିଷୟରେ ଭାରତ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ । ତେବେ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଅକ୍ଟୋବରରେ ଭାରତ ଓ ଆମେରିକା ଉତ୍ତରାଖଣ୍ଡର ଔଲିରେ ମିଳିତ ସାମରିକ ଅଭ୍ୟାସ କରିବାକୁ ଯାଉଛନ୍ତି । ଯଦି ଏହି ଅଭ୍ୟାସ ଦୁଇ ଦେଶ ମଧ୍ୟରେ ହୁଏ, ତେବେ ଏହା ଆମେରିକା ଓ ଭାରତର ୧୮ ତମ ସାମରିକ ଅଭ୍ୟାସ ହେବ ।

ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ସମୟରେ ଭାରତ ଓ ଆମେରିକା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲରେ ସାମରିକ ଅଭ୍ୟାସ କରିବାକୁ ଯାଉଛନ୍ତି । ସୀମା ବିବାଦକୁ ଦୃଷ୍ଟିରେ ରଖି ଉଭୟ ଦେଶ ସୀମାରେ ବହୁ ସଂଖ୍ୟାରେ ନିଜର ସେନା ଓ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଛନ୍ତି । ଟାନ୍ କେଫେ କହିଛନ୍ତି, ଚୀନ୍ ସର୍ବଦା ଜୋର ଦେଇଛି ଯେ ସଂପୃକ୍ତ ଦେଶର ସାମରିକ ସହଯୋଗ, ବିଶେଷକରି ସାମରିକ ବ୍ୟାୟାମ ଓ ତାଲିମ କାର୍ଯ୍ୟକଳାପ ଉପରେ କୌଣସି ତୃତୀୟ ପକ୍ଷକୁ ଟାର୍ଗେଟ କରିବା ଉଚିତ୍ ନୁହେଁ, ବରଂ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବା ଉଚିତ୍ ।

ଟାନ କହିଛି ଯେ ଚୀନ୍-ଭାରତ ସୀମା ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଏକ ମାମଲା । ସେ କହିଛି ଯେ ଉଭୟ ପକ୍ଷ ସବୁ ସ୍ତରରେ ପ୍ରଭାବଶାଳୀ ସଂଳାପ ବଜାୟ ରଖିଛନ୍ତି ଓ ଦ୍ୱିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ପରିସ୍ଥିତିର ସଠିକ୍ ମୁକାବିଲା କରିବାକୁ ସହମତ ହୋଇଛନ୍ତି । ସେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟର ଉଦ୍ଧେଶ୍ୟରେ କହିଛନ୍ତି ଯେ ୧୯୯୩ ଓ ୧୯୯୬ ମସିହାରେ ଚୀନ୍ ଓ ଭାରତ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମାକୁ ଦୃଷ୍ଟିରେ ରଖି ଉଭୟ ପକ୍ଷକୁ LAC ନିକଟବର୍ତ୍ତୀ ଅଞ୍ଚଳରେ ଅନ୍ୟ ବିରୁଦ୍ଧରେ ସାମରିକ ଅଭ୍ୟାସ କରିବାକୁ ଅନୁମତି ନାହିଁ ।

ଏହା ବି ପଢ଼ନ୍ତୁ: IRCTC: ଟ୍ରେନ ଯାତ୍ରା ସମୟରେ WhatsApp ମାଧ୍ୟମରେ ଅର୍ଡର କରିପାରିବେ ଖାଦ୍ୟ; ଜାଣନ୍ତୁ ପ୍ରୋସେସ୍