ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହୋଇଗଲା ଖେଳ, ଭାଙ୍ଗିଲା ଇମ୍ରାନଙ୍କ ସ୍ୱପ୍ନ
Advertisement

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହୋଇଗଲା ଖେଳ, ଭାଙ୍ଗିଲା ଇମ୍ରାନଙ୍କ ସ୍ୱପ୍ନ

 Imran Khan: ଉପ-ନିର୍ବାଚନରେ ​​ପିଟିଆଇର ବିଜୟ ପରେ ଲାଗୁଥିଲା ଯେ ହାମଜାଙ୍କୁ ଗାଦି ଛାଡିବାକୁ ପଡିବ, କିନ୍ତୁ ବିଧାନସଭାରେ ଉପବାଚସ୍ପତି ଏହି ବାଜିକୁ ପାଲଟି ଦେଇଛନ୍ତି । ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ଇମ୍ରାନ ଖାନ ଲୋକଙ୍କୁ ରାସ୍ତାରେ ଓହ୍ଲାଇକୁ ଅପିଲ କରିଛନ୍ତି । 

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହୋଇଗଲା ଖେଳ, ଭାଙ୍ଗିଲା ଇମ୍ରାନଙ୍କ ସ୍ୱପ୍ନ

ଇସଲାମାବାଦ: Imran Khan: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବଡ଼ ଧରଣର ଖେଳ ହୋଇଯାଇଛି । ପାକିସ୍ତାନ ମୁସଲିମ ଲିଗ୍-ନୱାଜ (Pakistan Muslim League N) ର ନେତା ହାମଜା ଶାହବାଜ (Hamza Shahbaz) ପୁନର୍ବାର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ( Punjab CM) ହେବାରେ ସଫଳ ହୋଇଛନ୍ତି । ପଞ୍ଜାବ ବିଧାନସଭାର ଉପବାଚସ୍ପତି ଦୋସ୍ତ ମହମ୍ମଦ ମଜାରୀ (Dost Mohammad Mazari) ଙ୍କ କାରଣରୁ ଏଥର ସେ ଏହି ସଫଳତା ପାଇଛନ୍ତି । ଯାହା ଫଳରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (imran Khan) ଙ୍କୁ ବଡ଼ ଝଟକା ଲାଗିଛି । ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (Pakistan Tehreek-e-Insaf) ଏହା ବିରୋଧରେ ପାକିସ୍ତାନ ସୁପ୍ରିମକୋର୍ଟକୁ ପହଞ୍ଚିଛି ।

ଜୁଲାଇ ୧୭ରେ ପଞ୍ଜାବର ୨୦ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ଦଳ ପିଟିଆଇ (PTI) ୧୫ଟି ଆସନ ଜିତିଥିଲା । ଏହା ପରେ ପାକିସ୍ତାନ ମୁସଲିମ ଲିଗ୍ ନୱାଜ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା । ହାମଜା ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ (Shehbaz Sharif) ଙ୍କ ପୁଅ ।

ଉପ-ନିର୍ବାଚନରେ ​​ପିଟିଆଇର ବିଜୟ ପରେ ଲାଗୁଥିଲା ଯେ ହାମଜାଙ୍କୁ ଗାଦି ଛାଡିବାକୁ ପଡିବ, କିନ୍ତୁ ବିଧାନସଭାରେ ଉପବାଚସ୍ପତି ଏହି ବାଜିକୁ ପାଲଟି ଦେଇଛନ୍ତି । ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ଇମ୍ରାନ ଖାନ ଲୋକଙ୍କୁ ରାସ୍ତାରେ ଓହ୍ଲାଇକୁ ଅପିଲ କରିଛନ୍ତି । ଏହି ସଂଖ୍ୟାଗରିଷ୍ଠତା ଚୋରି ହୋଇଛି ବୋଲି ଇମ୍ରାନ ଖାନ କହିଛନ୍ତି ।

ଉପବାଚସ୍ପତି ପାକିସ୍ତାନ ମୁସଲିମ ଲିଗ୍- Q ନେତା ଚୌଧୁରୀ ପରଭେଜ ଇଲାହିଙ୍କ ଦଳର ଭୋଟକୁ ଖାରଜ କରିଦେଇଥିଲେ । ପରଭେଜ ଇଲାହିଙ୍କୁ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫର ସମର୍ଥନ ହାସଲ ଥିଲା । ପାକିସ୍ତାନର ନ୍ୟୁଜ୍ ୱେବସାଇଟ୍ ଡନ୍ ଅନୁଯାୟୀ ପଞ୍ଜାବ ପ୍ରଦେଶର ବିଧାନସଭାରେ ମତଦାନ ଆରମ୍ଭ ହେବା ମାତ୍ରେ ଉପବାଚସ୍ପତି ମହମ୍ମଦ ମଜାରୀ ଏକ ନିଷ୍ପତ୍ତି ଶୁଣାଇଥିଲେ । ଏହି ନିଷ୍ପତ୍ତିରେ ସେ PMLQ ଦଳର ମୁଖ୍ୟ ଚୌଧୁରୀ ଶୁଜାତଙ୍କ ଚିଠିକୁ ଦର୍ଶାଇ ପରଭେଜ ଇଲାହିଙ୍କ ଭୋଟ୍ ଗଣିବାକୁ ମନା କରି ଦେଇଥିଲେ ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତିଙ୍କ ସେହି ସବୁ କ୍ଷମତା ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ନାହିଁ, ଆପଣ ମଧ୍ୟ ଜାଣି ନିଅନ୍ତୁ ଏହା ବିଷୟରେ...

ଏହା ବି ପଢ଼ନ୍ତୁ:-ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆପଣଙ୍କୁ ଲାଗିବ ଜୋରଦାର ଝଟକା! ଏତେ ବଢ଼ିବ ବିଦ୍ୟୁତ ଦର

ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ କାର-ବାଇକ୍-ଅଟୋ ଚାଳକଙ୍କ ପାଇଁ କଲେ ଏପରି କିଛି ଘୋଷଣା, ଶୁଣି ଚକିତ ହୋଇଯିବେ ଆପଣ

ଉପବାଚସ୍ପତିଙ୍କ ଅନୁଯାୟୀ, PTI ଓ PML-Q ର ମିଳିତ ପ୍ରାର୍ଥୀ ପରଭେଜ ଇଲାହି ୧୮୬ ଭୋଟ୍ ପାଇଥିବାବେଳେ ହାମଜା ଶାହବାଜ ୧୭୯ ଭୋଟ୍ ପାଇଥିଲେ । PML-Q ମୁଖ୍ୟ ଚୌଧୁରୀ ଶୁଜାତ ହୁସୈନ୍‌ଙ୍କ ଏକ ଚିଠି ପରେ ଉପବାଚସ୍ପତି ଦଳର ୧୦ ଭୋଟକୁ ଖାରଜ କରି ସେମାନଙ୍କ ଭୋଟ୍ ସଂଖ୍ୟାକୁ ୧୭୬ରେ ପହଞ୍ଚାଇଥିଲେ । ଏଭଳି ପରିସ୍ଥିତିରେ ଶାହବାଜ ସରିଫ ତିନି ଭୋଟରେ ଜିତି ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।