IMD Weather Report: ବର୍ଷିବ କଳାହାଣ୍ଡିଆ ମେଘ, ବଢିବ ଶୀତ; ଏହି ଅଞ୍ଚଳର ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି
Advertisement

IMD Weather Report: ବର୍ଷିବ କଳାହାଣ୍ଡିଆ ମେଘ, ବଢିବ ଶୀତ; ଏହି ଅଞ୍ଚଳର ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି

IMD Weather Report: ୨୩ ତାରିଖରେ ପଞ୍ଜାବ,ହରିଆଣା ଓ ଚଣ୍ଡିଗଡ଼, ଓ ଉତ୍ତରପ୍ରଦେଶରେ କିଛି ଅଞ୍ଚଳରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୪ ରୁ ୨୭ ତାରିଖ ମଧ୍ୟରେ ଘୂର୍ଣ୍ଣିଝଡ଼ ସହିତ ପଞ୍ଜାବ, ହରିଆଣା ଓ ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ରାଜସ୍ଥାନର ଉତ୍ତରାଞ୍ଚଳରେ ଓ ମଧ୍ୟପ୍ରଦେଶର ୨୫ରୁ ୨୭ ତାରିଖ ମଧ୍ୟରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି। 

IMD Weather Report:  ବର୍ଷିବ କଳାହାଣ୍ଡିଆ ମେଘ, ବଢିବ ଶୀତ; ଏହି ଅଞ୍ଚଳର ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି

IMD Weather Report: ନୂଆଦିଲ୍ଲୀ: ଉତ୍ତର ଭାରତରେ (North India) ଏବେ ସାମାନ୍ୟ ଶୀତ ଲହରୀ (Cold Wave) କମିଛି। ତେବେ ଆଗକୁ ଉତ୍ତର ଭାରତରେ (North India) ପାଣିପାଗରେ ପରିବର୍ତ୍ତନ ଦେଖାଦେବ। ବର୍ଷା (Rain) ହେବାର ସମ୍ଭାବନା ରହିଛି। କଳାହାଣ୍ଡିଆ ବର୍ଷା (Heavy Rain) ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (IMD) ଆଶଙ୍କା ପ୍ରକାଶ କରିଛି। ଯଦିଓ ଏହି ପରିବର୍ତ୍ତନ ତାପମାତ୍ରା (Tempreature Change) ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ (Weather) ବିଭାଗ ସୂଚନା ପ୍ରଦାନ କରିଛି। ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା କାଲିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଭାରତରେ (North India) କଳାହାଣ୍ଡିଆ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୩ ରୁ ୨୬ ମଧ୍ୟରେ ପଶ୍ଚିମା ବାୟୁର ପ୍ରଭାବ ପଡ଼ିବା ନେଇ ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ। 

ଉତ୍ତର ଭାରତରେ ୨୩ ରୁ ୨୭ ତାରିଖ ମଧ୍ୟରେ ଉତ୍ତର ଭାରତରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଏପରିକି ତୁଷାରପାତ ହେବାର ସମ୍ଭାବନା ମଧ୍ୟ ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ସେହିପରି ୨୪ ତାରିଖରୁ ୨୬ ତାରିଖ ମଧ୍ୟରେ ଏହା ଗୁରୁତର ଅବସ୍ଥାରେ ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ୨୪ ତାରିଖରେ ଜମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ କୂଆପଥର ମାଡ଼ ହେବାର ସମ୍ଭାବନା ରହିଛି। ତେବେ ୨୪ ଓ ୨୫ ତାରିଖରେ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ ତୁଷାରପାତ ହେବାର ସମ୍ଭାବନା ରହିଛି। 

ସେହିପରି ୨୩ ତାରିଖରେ ପଞ୍ଜାବ,ହରିଆଣା ଓ ଚଣ୍ଡିଗଡ଼, ଓ ଉତ୍ତରପ୍ରଦେଶରେ କିଛି ଅଞ୍ଚଳରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୪ ରୁ ୨୭ ତାରିଖ ମଧ୍ୟରେ ଘୂର୍ଣ୍ଣିଝଡ଼ ସହିତ ପଞ୍ଜାବ, ହରିଆଣା ଓ ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ରାଜସ୍ଥାନର ଉତ୍ତରାଞ୍ଚଳରେ ଓ ମଧ୍ୟପ୍ରଦେଶର ୨୫ରୁ ୨୭ ତାରିଖ ମଧ୍ୟରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି। 

ସେପଟେ ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଦେଶର ଉତ୍ତର ଭାଗରେ ପ୍ରବଳ ଥଣ୍ଡା ପରିସ୍ଥିତି ସୃଷ୍ଟି ହୋଇଛି। ଜାମୁ କାଶ୍ମୀରର ପହଲଗାମଠାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧୧.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହା ସହିତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଜାନୁଆରୀରେ ଅଷ୍ଟମ ଥର ପାଇଁ ଶୀତ ଲହରୀ ଭଳି ଅବସ୍ଥା ସୃଷ୍ଟି ହୋଇଛି। ରାଜସ୍ଥାନର ସିକର, ଚୁରୁ ଏବଂ କରୌଲି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ତଳେ ପହଞ୍ଚିଛି। ସେଠାରେ ରାତିର ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨.୨ ଡିଗ୍ରୀ ସେଲସିୟସ ହୋଇଥିବାର ରେକର୍ଡ କରାଯାଇଥିଲା।

ଅନ୍ୟତମ ଉତ୍ତର ଭାରତୀୟ ରାଜ୍ୟ ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ଜାରି ରହିଛି ଶୀତ ଲହରୀ। ଏହି ରାଜ୍ୟ ଦ୍ୱୟରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରେକର୍ଡ କରାଯାଇଛି। ମଧ୍ୟ ପ୍ରଦେଶରେ ଥଣ୍ଡାକୁ ନେଇ ପାଣିପାଗ ବିଭାଗ ୟେଲୋ ଆଲର୍ଟ ସତର୍କତା ଜାରି କରିଛି। ପାଣିପାଗ ବିଭାଗ ସତର୍କ ସୂଚନା ଅନୁଯାୟୀ ଚାମ୍ବଲ ଡିଭିଜନ ଅଧିନସ୍ଥ ରାୟସେନ୍, ରତଲାମ, ଉମରିୟା, ରୀୱା, ଛତରପୁର, ଜବଲପୁର, ଗ୍ୱାଲିଅର୍ ଏବଂ ଦତିଆ ଜିଲ୍ଲାରେ ଶୀତ ଲହର ଜାରି ରହିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଉମରିଆ, ରୀୱା, ଛତରପୁର, ଗ୍ୱାଲିଅର୍ ଏବଂ ଦତିଆ ଜିଲ୍ଲାରେ ଅଧିକ ଥଣ୍ଡା ହେବାର ସମ୍ଭାବନା ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।