IAS Tina Dabi: ମାଆ ହେଲେ ଆଇଏଏସ୍ ଟିନା ଡାବି, ଘରକୁ ଆସିଲା ନୂଆ ଅତିଥି
Advertisement

IAS Tina Dabi: ମାଆ ହେଲେ ଆଇଏଏସ୍ ଟିନା ଡାବି, ଘରକୁ ଆସିଲା ନୂଆ ଅତିଥି

IAS Tina Dabi Became Mother:  ଟିନା ୨୦୧୫ ବ୍ୟାଚ୍ ର ଆଇଏଏସ୍ ଟପ୍ପର ସହ ଜୈସଲମେରର ପ୍ରଥମ ମହିଳା କଲେକ୍ଟର ଅଟନ୍ତି । ଜୈସଲମେରର କଲେକ୍ଟର ହେବା ପୂର୍ବରୁ ଟିନା ଡାବି ରାଜସ୍ଥାନ ଅର୍ଥ ବିଭାଗରେ ଯୁଗ୍ମ ସଚିବ ଥିଲେ। କୋଭିଡ ମହାମାରୀ ସମୟରେ ଟିନା ଡାବି ପ୍ରଦୀପ ଗୱାଣ୍ଡେଙ୍କୁ ଭେଟିଥିଲେ।

 

IAS Tina Dabi: ମାଆ ହେଲେ ଆଇଏଏସ୍ ଟିନା ଡାବି, ଘରକୁ ଆସିଲା ନୂଆ ଅତିଥି

IAS Tina Dabi Became Mother: ମାଆ ହୋଇଛନ୍ତି ଜଣାଶୁଣା ଆଇଏଏସ୍ ଅଫିସର ଟିନା ଡାବି (IAS Tina Dabi) । ଶୁକ୍ରବାର ଦିନ ଜୟପୁରର ଏକ ଡାକ୍ତରଖାନାରେ ସେ ନିଜର ପ୍ରଥମ ସନ୍ତାନ ଜନ୍ମ ଦେଇଛନ୍ତି। ଟିନା ଡାବି ଓ ସ୍ୱାମୀ ପ୍ରଦୀପ ଗୱାଣ୍ଡେ (Pradeep Gawande) ବିବାହର ଏକ ବର୍ଷ ପରେ ପିତାମାତା ହୋଇଛନ୍ତି। ଗର୍ଭବତୀ ଥିବା ନେଇ ଗତ ଜୁଲାଇ ମାସରେ ଟିନା ସୋସିଆଲ ମିଡିଆ ମାଧ୍ଯମରେ ଜଣାଇଥିଲେ ।

ସୂଚନା ଥାଉ କି, ବହୁ ଚର୍ଚ୍ଚିତ ଆଇଏଏସ୍ ଦମ୍ପତ୍ତି ଟିନା ଡାବି ଓ ପ୍ରଦୀପ ଗୱାଣ୍ଡେ ପୁତ୍ର ସନ୍ତାନ ପାଇ ବେଶ୍ ଖୁସି ଅଛନ୍ତି । ଗତ ସପ୍ତାହରେ ଭଉଣୀ ରିୟା ଡାବି ଟିନାଙ୍କ ବେବି ସାୱାର ସମୟର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଘରକୁ କୁନି ଅତିଥି ଆସିବା ପରେ ଆଇଏଏସ୍ ଦମ୍ପତ୍ତିଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ମ୍ୟାଟିନିଟି ଲିଭ ପୂର୍ବରୁ ଜୈସଲମେରରେ ରହି କରିଥିବା ସବୁ କାମର କିଛି ଫଟୋ ସେୟାର କରି ଟିନା ଲେଖିଥିଲ, “ଜୈସଲମେର…ଗୋଟିଏ ବର୍ଷ ଏଭଳି ସୁନ୍ଦର ଜିଲ୍ଲା ପାଇଁ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ଭାବେ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ଆଜି ଜୈସଲମେରରୁ ଜ୍ଞାନର ଗନ୍ତାଘର ନେଇ ଚାଲିଯାଉଛି, ଯାହାକୁ ମୁଁ ସବୁଦିନ ସମ୍ଭାଳି ରଖିବି। ଏଠାରେ କାମ କରିବାର ଅନୁଭବ ମୋର ବେଶ ଭଲ ଥିଲା। ମୁଁ ଏହି ସୁଯୋଗ ପାଇଥିବାରୁ ବହୁତ ଖୁସି।”

ପ୍ରକାଶ ଥାଉ କି, ଟିନା ୨୦୧୫ ବ୍ୟାଚ୍ ର ଆଇଏଏସ୍ ଟପ୍ପର ସହ ଜୈସଲମେରର (Jaisalmer) ପ୍ରଥମ ମହିଳା କଲେକ୍ଟର ଅଟନ୍ତି । ଜୈସଲମେରର କଲେକ୍ଟର ହେବା ପୂର୍ବରୁ ଟିନା ଡାବି ରାଜସ୍ଥାନ ଅର୍ଥ ବିଭାଗରେ ଯୁଗ୍ମ ସଚିବ ଥିଲେ। କୋଭିଡ ମହାମାରୀ ସମୟରେ ଟିନା ଡାବି ପ୍ରଦୀପ ଗୱାଣ୍ଡେଙ୍କୁ (Pradeep Gawande) ଭେଟିଥିଲେ। ଟିନା ଡାବି ଓ ପ୍ରଦୀପ ଗୱାଣ୍ଡେ ଗତ ବର୍ଷ ୨୦୨୨ ମସିହାରେ ବିବାହ କରିଥିଲେ, ଯାହାକୁ ନେଇ ସେ ସମୟରେ ଚର୍ଚ୍ଚା ଜୋର ଧରିଥିଲା । ଏହାପୂର୍ବରୁ, ପ୍ରଥମ ଦଳିତ ମହିଳା UPSC ଟପ୍ପର ଭାବେ ଟିନା ଡାବି ବେଶ ପ୍ରସିଦ୍ଧ ଥିଲେ । ସେ ଅତହର ଆମୀର ଖାନଙ୍କୁ (Athar Aamir Khan) ବିବାହ କରିଥିଲେ। ଆଇଏଏସ୍  ଅତହର ଆମୀର ଖାନଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ସେ ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିଥିଲେ।

ପାକିସ୍ତାନରୁ ଭାରତ ଆସିଥିବା ହିନ୍ଦୁମାନଙ୍କୁ ଜୈସଲମେରର ପୁନଃ ସ୍ଥାପିତ କରିବାରେ ଟିନାଙ୍କ ବେଶ ଗୁରୁତିପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ପାଇଁ ଘର ନିର୍ମାଣ ଠାରୁ ଆରମ୍ଭ କରି ଜମି ପଟ୍ଟା, ଖାଦ୍ୟ ସହ ସମସ୍ତ ବ୍ୟବସ୍ଥା କରିଥିଲେ ଟିନା ଡ଼ାବି। ଏପରିକି ସେ ବିସ୍ଥାପିତ ହିନ୍ଦୁ ପରିବାରର ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟ ବ୍ୟବସ୍ଥା ମଧ୍ଯ କରିଥିଲେ।

Also Read: ବିଜନେସ୍ ଟାଇକୁନଙ୍କ ପରେ ଚୀନରୁ ଗାଏବ ହେଉଛନ୍ତି ମନ୍ତ୍ରୀ

Also Read: Scrub Typhus: ସ୍କ୍ରବ୍ ଟାଇଫସ୍ କ’ଣ ଯାହା ଲୋକଙ୍କୁ ଅସୁସ୍ଥ କରାଉଛି? ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର