Holi 2023: ଏ ହେଉଛି ବିହାରର ବୃନ୍ଦାବନ, ବ୍ରଜନଗର ଭଳି ଧୁମଧାମରେ ପାଳନ ହୁଏ ରଙ୍ଗର ପର୍ବ
Advertisement

Holi 2023: ଏ ହେଉଛି ବିହାରର ବୃନ୍ଦାବନ, ବ୍ରଜନଗର ଭଳି ଧୁମଧାମରେ ପାଳନ ହୁଏ ରଙ୍ଗର ପର୍ବ

Holi 2023: ଆଜି ରଙ୍ଗ ଉତ୍ସବରେ ରଙ୍ଗୀନ ହୋଇଛି ପୁରଠୁ ପଲ୍ଲୀ । ଭାଇଚାରର ଏହି ପର୍ବକୁ ଦେଶରେ ବେଶ ଧୁମଧାମରେ ପାଳନ କରାଯାଇଛି । ବିହାରର କିଛି ସ୍ଥାନରେ ଏଭଳି ହୋଲି ପାଳନ କରାଯାଏ ଯାହାର ଚର୍ଚ୍ଚା ଦେଶ ବିଦେଶରେ ହୋଇଥାଏ । ଏଠାରେ ବହୁ ପ୍ରାଚୀନ କାଳରୁ ଅନନ୍ୟ ହୋଲି ପାଳନ କରାଯାଇଥାଏ। ଏହି ହୋଲି ପରମ୍ପରାର ଏକ ଅଂଶ ପାଲଟିଥିବା ବେଳେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Holi 2023: ଆଜି ରଙ୍ଗ ଉତ୍ସବରେ ରଙ୍ଗୀନ ହୋଇଛି ପୁରଠୁ ପଲ୍ଲୀ । ଭାଇଚାରର ଏହି ପର୍ବକୁ ଦେଶରେ ବେଶ ଧୁମଧାମରେ ପାଳନ କରାଯାଇଛି । ତେବେ ସବୁ ସ୍ଥାନରେ ହୋଲି ପର୍ବ ପାଳନ କରାଯାଉଥିଲେ ମଧ୍ଯ କେତେକ ସ୍ଥାନରେ ପାଳନ କରାଯାଉଥିବା ହୋଲି ବେଶ ଖାସ ହୋଇଥାଏ । ଏଇ ଯେମିତି ବରସାନେର ଲାଠମାର ହୋଲି, ବୃନ୍ଦାବନର ବାକେ ବିହାରୀ ହୋଲି ଓ ବନାରସର(vanras) ଭସ୍ମ ହୋଲି । ଏଠାରେ ଲୋକେ ଆନନ୍ଦ ଉଲ୍ଲାସ ଓ ଭକ୍ତିରେ ଲୀନ ହୋଇ ରଙ୍ଗ ଉତ୍ସବ ପାଳନ କରିଥାଆନ୍ତି । ବିହାରର କିଛି ସ୍ଥାନରେ ଏଭଳି ହୋଲି ପାଳନ କରାଯାଏ ଯାହାର ଚର୍ଚ୍ଚା ଦେଶ ବିଦେଶରେ ହୋଇଥାଏ । ଏଠାରେ ବହୁ ପ୍ରାଚୀନ କାଳରୁ ଅନନ୍ୟ ହୋଲି ପାଳନ କରାଯାଇଥାଏ। ଏହି ହୋଲି ପରମ୍ପରାର ଏକ ଅଂଶ ପାଲଟିଥିବା ବେଳେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥାଏ ।

ଯଦି ଆପଣଙ୍କୁ ବୃନ୍ଦାବନର(Vrindavan) କୁଞ୍ଜ ପରି ହୋଲି ଖେଳିବାକୁ ଥାଏ ତାହାଲେ ବିହାରର ସାମସ୍ତିପୁରର ଭୀରହା(Bhiraha) ଗ୍ରାମକୁ ଯିବାକୁ ହେବ । ଏଠାରେ ପାଳନ କରାଯାଉଥିବା ହୋଲି ଐତିହାସିକ ଅଟେ । ଏଠାରେ ପହଁଞ୍ଚିବା ପରେ ରଙ୍ଗ ଖେଳିବାର ଉତ୍ସବ ଚାରିଗୁଣ ବଢିଯାଇଥାଏ । ଭାରତର ଜାତୀୟ କବି ଦିନକର ଏଠାରେ ପାଳନ କରାଯାଉଥିବା ହୋଲିକୁ ବୃନ୍ଦାବନର ହୋଲି ବୋଲି କହିଥିଲେ । ଏଠାରେ ବୃନ୍ଦାବନ ପରି ହୋଲି ପାଳନ କରାଯାଇଥାଏ । ଏହି ପରମ୍ପରା ଆଜି ବି ଏଠାରେ ଦେଖିବାକୁ ମିଳିଥାଏ । ଗାଁରେ ତିନୋଟି ମଣ୍ତଳି ରହିଛି । ଏଠାରେ ମାସକ ଆଗରୁ ହୋଲି ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପ୍ରତ୍ୟେକ ମଣ୍ତଳି ପରସ୍ପର ମଧ୍ଯରେ ପ୍ରତିଯୋଗିତା କରିଥାଆନ୍ତି । ଏଠାରେ ସାଜସଜ୍ଜା,ବ୍ୟାଣ୍ତ ଓ ନୃତ୍ୟଶିଳ୍ପୀମାନଙ୍କୁ ବିଭିନ୍ନ ରାଜ୍ୟରୁ ଅଣାଯାଇଥାଏ । ହୋଲିକା ଦହନ ପୂର୍ବରୁ ନୃତ୍ୟଶିଳ୍ପୀମାନେ ନୃତ୍ୟ କରିଥାଆନ୍ତି । ତିନୋଟି ଦଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବହୁ ଲୋକପ୍ରିୟ କଳାକାର ମାନେ ଯୋଗ ଦେଇଥାଆନ୍ତି । ଏହି ତିନୋଟି ଦଳର ଲୋକମାନେ ସଂଗୀତ ସହ ଏକ ଶୋଭାଯାତ୍ରା କରି ଗାଁ ହାଇସ୍କୁଲ ପରିସରରେ ପହଞ୍ଚିଥାଆନ୍ତି । ପରେ ସେଠାରେ ହୋଲିକା ଦହନ କାର୍ଯ୍ୟକ୍ରମ ହୋଇଥାଏ । ଏହାପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ୟାଣ୍ଡ ପାର୍ଟିଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ । ପ୍ରଥମ ସ୍ଥାନ ଅଧିକାର କଲେ ପୁରସ୍କାର ପ୍ରଦାନ କରାଯାଇଥାଏ ।

Also Read-No Holi celebration: କ୍ରୋଧ କରନ୍ତି ଭଗବାନ, ମିଳେ ଅଭିଶାପ! ଦେବଭ୍ବମିର ଶତାଧିକ ଗ୍ରାମରେ ପାଳନ ହୁଏନି ହୋଲି

ହୋଲି ପାଇଁ ନବ ବଧୂ ପରି ସଜେଇ ହୋଇଥାଏ ପୂରା ଗାଁ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତ ମସଗୁଲ ଥାଆନ୍ତି ଏହି ରଙ୍ଗ ଉତ୍ସବରେ। କାର୍ଯ୍ୟକ୍ରମ ପରେ ତିନି ଦଳର ଲୋକମାନେ ଫଗୁଆ ପୋଖରରେ ପହଁଞ୍ଚିଥାଆନ୍ତି । ଏଠାରେ ପହଁଞ୍ଚି ପରସ୍ପର ସହ ରଙ୍ଗ ଖେଳିଥାଆନ୍ତି ହଜାର ହଜାର ଲୋକ । ଏହି କାରଣରୁ ଭୀରହା ହୋଲି ସମଗ୍ର ବିଶ୍ବରେ ଏକ ଭିନ୍ନ ପରିଚୟ ପାଇଛି ।