Hemant Soren: ଗିରଫ ହୋଇପାରନ୍ତି ହେମନ୍ତ, ମୁଖ୍ୟମନ୍ତ୍ରୀଙ୍କ ଭବନରେ ଶାସନ ସଚିବ ଓ ଡିଜିପି
Advertisement

Hemant Soren: ଗିରଫ ହୋଇପାରନ୍ତି ହେମନ୍ତ, ମୁଖ୍ୟମନ୍ତ୍ରୀଙ୍କ ଭବନରେ ଶାସନ ସଚିବ ଓ ଡିଜିପି

ନୂଆଦିଲ୍ଲୀ: କଥିତ ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ରାଞ୍ଚିରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ଫୋର୍ସ

Hemant Soren: ଗିରଫ ହୋଇପାରନ୍ତି ହେମନ୍ତ, ମୁଖ୍ୟମନ୍ତ୍ରୀଙ୍କ ଭବନରେ ଶାସନ ସଚିବ ଓ ଡିଜିପି

Hemant Soren: ନୂଆଦିଲ୍ଲୀ: କଥିତ ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଟିମ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ରାଞ୍ଚିରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଇଡିର ସମନ ଉପରେ ହେମନ୍ତ ସୋରେନ୍ ନିଜେ ଆଜି ଅପରାହ୍ନରେ ଇଡିକୁ ଉତ୍ତର ଦେବାକୁ ସମୟ ଦେଇଥିଲେ। ସମ୍ପ୍ରତି ହେମନ୍ତ ସୋରେନ୍ ହଠାତ୍ ନିଖୋଜ ହୋଇଯାଇଥିଲେ। ଯାହା ପରେ ଇଡି ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ତେବେ ସୋମବାର ବିଳମ୍ବିତ ରାତିରେ ହେମନ୍ତ ସୋରେନ୍ ପୁନର୍ବାର ରାଞ୍ଚିରେ ପହଞ୍ଚିଥିଲେ।

ହେମନ୍ତ ସୋରେନଙ୍କ ଗିରଫଦାରୀକୁ ନେଇ କଳ୍ପନା ଜଳ୍ପନା ସହିତ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ମଧ୍ୟ ଜୋର ଧରିଛି। ଯେଉଁଥିପାଇଁ ଏକ ରାଉଣ୍ଡ ବୈଠକ ହୋଇ ସାରିଛି। ହେମନ୍ତ ସୋରେନ୍ ଆଗାମୀ କିଛି ସମୟ ମଧ୍ୟରେ ରାଞ୍ଚିରେ ଇଡି କାର୍ଯ୍ୟାଳୟରେ ପହଞ୍ଚିବେ। ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି ଯେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇପାରେ। ଝାଡଖଣ୍ଡର ଡିଜିପି ଏବଂ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଶାସକ ଦଳର ବିଧାୟକମାନେ ଯେକୌଣସି ସମୟରେ CM ବାସଭବନରୁ ରାଜ ଭବନକୁ ଯାଇପାରନ୍ତି। ରାଜଭବନରେ ବିଧାୟକଙ୍କ ପରେଡ ପାଇଁ ମଧ୍ୟ ପ୍ରସ୍ତୁତି ସରିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୪୨ ଜଣ ବିଧାୟକ ଉପସ୍ଥିତ ରହିଛନ୍ତି। ଦୁଇଟି ବସ୍ ସିଏମ୍ ବାସଭବନ ଭିତରେ ପହଞ୍ଚିଛି। ଅନୁମତି ନଥିଲେ ମଧ୍ୟ ରାଜଭବନ ଭିତରକୁ ଯିବାକୁ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 

ଇଡି ଅଧିକାରୀଙ୍କ ବିରୋଧରେ ଏସସିଏସଟି ଆଇନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦ୍ୱାରା ଏଫଆଇଆର ଦାଖଲ କରାଯାଇଛି। ଏହି ଏଫଆଇଆର ଏସଟି-ଏସସି ପୋଲିସ ଷ୍ଟେସନରେ ରଖାଯାଇଛି। ଦିଲ୍ଲୀର ଇଡି ଅଧିକାରୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣ ବିରୋଧରେ ଏହି ଏଫ୍ଆଇଆର୍ ଦାଖଲ କରାଯାଇଛି।

ମେଣ୍ଟ ସରକାରଙ୍କ ଗଣିତ (୪୯)
ଜେଏମଏମ: ୨୯
କଂଗ୍ରେସ: ୧୬
ଏନସିପି: ୧
ସିପିଆଇ(ଏମଏଲ)(ଏଲ): ୧
ଆରଜେଡ଼ି: ୧

ବିରୋଧୀ (୩୧)
ବିଜେପି: ୨୫
ଏଜେଏସୟୁ: ୩
ସ୍ୱାଧୀନ: ୩

ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କ ଇଡି ତଦନ୍ତରେ ରାଜ୍ୟ ମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି ଯେ ଆମକୁ ଦିଆଯାଇଥିବା ସାମ୍ବିଧାନିକ କ୍ଷମତାର ଭଲ ଉପଯୋଗ କରିବୁ ଏବଂ ସାମ୍ପ୍ରତିକ ପରିସ୍ଥିତି ବିରୋଧରେ ଆମେ ଦୃଢ଼ ଭାବରେ ଠିଆ ହୋଇଛୁ। ଆମେ ସବୁ ସ୍ତରରେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କରିବୁ। ଇଡି ଟିମ୍ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସିଏମ ବାସଭବନରେ ପଚରାଉଚରା କରୁଛନ୍ତି। ଏହି ଅବଧି ମଧ୍ୟରେ ସିଏମ୍ ବାସଭବନ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିଆଇଏସଏଫଙ୍କ ସୁରକ୍ଷା ବଳ ମଧ୍ୟରେ ଇଡ଼ି ଟିମ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛି। ଟିମ୍ ସହିତ ସିଆଇଏସ୍ଏଫ୍ ଅଧିକାରୀ ଏବଂ ଯବାନ ରହିଛନ୍ତି। ସୂଚନାନୁସାରେ, ବିଧାୟକଙ୍କ ବୈଠକରେ ସାଦା କାଗଜରେ ଦସ୍ତଖତ କରିବାକୁ ବିଧାୟକମାନଙ୍କୁ କୁହାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ କଳ୍ପନା ସୋରେନଙ୍କ ପାଇଁ ଏହି ଦସ୍ତଖତ କରାଯାଇଛି।