Heart Attack: କରୋନା ଯୋଗୁଁ ବଢିଛି ହୃଦଘାତ, ସର୍ତକ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
Advertisement

Heart Attack: କରୋନା ଯୋଗୁଁ ବଢିଛି ହୃଦଘାତ, ସର୍ତକ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

Covid and Heart Attack: ମହାମାରୀ (Pandemic) ପରେ ଦେଶରେ ବୃଦ୍ଧି ପାଇଛି ହୃଦଘାତ (Heart attack) ମାମଲା। କରୋନା ଭାଇରସ ଏହାର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ (Mansukh Mandaviya) ହୃଦଘାତ ବୃଦ୍ଧି ପାଇଁ କରୋନା ଦାୟୀ ବୋଲି ମତ ଦେଇଛନ୍ତି।

ସୌ(ସୋସିଆଲ ମିଡିଆ)

Covid and Heart Attack: ମହାମାରୀ (Pandemic) ପରେ ଦେଶରେ ବୃଦ୍ଧି ପାଇଛି ହୃଦଘାତ (Heart attack) ମାମଲା। କରୋନା ଭାଇରସ ଏହାର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ (Mansukh Mandaviya) ହୃଦଘାତ ବୃଦ୍ଧି ପାଇଁ କରୋନା ଦାୟୀ ବୋଲି ମତ ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କରୋନା (Covid ) ପାଇଁ ଦେଶରେ ହୃଦଘାତ (Heart attack) ମାମଲା ବେଶ ବୃଦ୍ଧି ପାଇଛି । ଯେଉଁମାନେ ପୂର୍ବରୁ କୋଭିଡ଼ରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କୁ ହୃଦଘାତ ହେବାର ବେଶୀ ଆଶଙ୍କା ରହିଛି । ସେହିପରି ଯେଉଁମାନେ କୋଭିଡ଼ରେ ଗୁରୁତର ଭାବେ ସଂକ୍ରମିତ ହୋଇଥିଲେ ସେମାନଙ୍କୁ ଏହି ସମସ୍ୟା ଏଡାଇବା ପାଇଁ ବର୍ଷେ କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଅତି ଆବଶ୍ୟକତା ନଥିଲେ କଠିନ ପରିଶ୍ରମ କରିବା ଉଚିତ୍ ନୁହେଁ’ । ଏହା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମତ ଦେଇଛନ୍ତି । ନିକଟରେ ଗୁଜୁରାଟରେ ନବରାତ୍ରୀ ସମୟରେ 'ଗାରବା' ଖେଳିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ (Rushikesh Patel) ହୃଦରୋଗ ବିଶେଷଜ୍ଞ ଓ ଡାକ୍ତରୀ ବିଶେଷଜ୍ଞଙ୍କ ସହ ଏକ ବୈଠକ କରିଥିଲେ। ଏହାର କାରଣ ଓ ଚିକିତ୍ସା ପଦ୍ଧତି ଜାଣିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମୃତ୍ୟୁ ସଂଖ୍ୟା ନେଇ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନ୍ ସ୍ପଷ୍ଟ କରୁଛି ଯେ, କରୋନା ( Corona) ହୃଦଘାତ ମାମଲା ବୃଦ୍ଧି କରିବାର ମୁଖ୍ୟ କାରଣ ଅଟେ ।

ଡ଼ାକ୍ତରଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ପରେ ହୃଦଘାତ ମାମଲା ଅଧିକ ବଢିଛି। ରୋଗୀଙ୍କ ପରୀକ୍ଷା ସମୟରେ ଏହା ସ୍ପଷ୍ଟ ହୋଇଥିଲା ଯେ, କରୋନା ଜୀବାଣୁ (Corona Virus) ପାଇଁ ହୃତପିଣ୍ତ ଧମନୀରେ ରକ୍ତ ଜମାଟ ବାନ୍ଧିଥାଏ । ଯାହା ଫଳରେ ହୃତପିଣ୍ତ ରକ୍ତ ସଂଞ୍ଚାଳନରେ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହି କାରଣରୁ ହାର୍ଟ ଆର୍ଟକ୍ ହୋଇଥାଏ । ରକ୍ତ ଜମାଟ ବାନ୍ଧିବାର ଏକ ମୁଖ୍ୟ କାରଣ କରୋନାର ପାର୍ଶ୍ୱ ପ୍ରତିକ୍ରିୟା ଅଟେ । ଚିନ୍ତାର ବିଷୟ ହେଉଛି ଯେ, ଏହି କ୍ଲଟ୍ ଗୁଡିକ ଯେକୌଣସି ବୟସର ବ୍ୟକ୍ତିଙ୍କ ଶରୀରରେ ସୃଷ୍ଟି ହୋଇଥାଏ । ଯଦିଓ ଜଣେ ବ୍ୟକ୍ତି ବାହାରୁ ଫିଟ୍ ଦେଖାଯାଏ, ତଥାପି ତାଙ୍କ ହୃତପିଣ୍ତ ଶିରାରେ ରକ୍ତ ଜମାଟ ବାନ୍ଧିଥାଏ । ଅନେକ କ୍ଷେତ୍ରରେ, କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଏହି କାରଣରୁ ହୃଦଘାତରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ବିଶେଷଜ୍ଞ ଡାକ୍ତରଙ୍କ ମତ ଅନୁଯାୟୀ, ପୂର୍ବରୁ କରୋନାରେ ଗୁରୁତର ଥିବା ଲୋକମାନେ ଅତ୍ୟଧିକ ବ୍ୟାୟାମ (Exercise) କରିବା ଠାରୁ ଦୂରେଇ ରହିବା ଉଚିତ୍। ଏପରି ଲୋକମାନେ କେବଳ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବ୍ୟାୟାମ (workout) କରିବା ଉଚିତ୍ । କାରଣ ବ୍ୟାୟାମ ସମୟରେ ଶରୀରରେ ଅମ୍ଳଜାନ (oxyzen)  ଯୋଗାଣ ବୃଦ୍ଧି ପାଇଥାଏ । ଏଭଳି ପରିସ୍ଥିତିରେ ଫୁସଫୁସ ଉପରେ ଚାପ ବଢିଥାଏ । ହୃତପିଣ୍ତ ଶୀଘ୍ର ରକ୍ତ ସଂଞ୍ଚାଳନ କରିବା ଆରମ୍ଭ କରେ । ଯଦି କରୋନା କିମ୍ବା ଅନ୍ୟ କୌଣସି କାରଣରୁ ହୃତପିଣ୍ତରେ ରକ୍ତ ଜମାଟ ବାନ୍ଧିଥାଏ, ତେବେ ଭାରି ବ୍ୟାୟାମ ସମୟରେ ହୃଦଘାତ ହେବାର ଅଧିକ ଆଶଙ୍କା ରହିଛି।

​Also Read-Wrong Traffic Challan: ଏଣିକି ଭୁଲ୍ ଚାଲାଣ ନେଇ କରିପାରିବେ ଅଭିଯୋଗ, ଜାଣନ୍ତୁ କିପରି?