H3N2 Influenza Death: ଡ଼ରାଇଲାଣି ନୂଆ ଭାଇରସ, ୨ ଜଣଙ୍କ ମୃତ୍ୟୁ ପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ଜରୁରୀ ଚେତାବନୀ
Advertisement
Article Detail0/zeeodisha/odisha1604116

H3N2 Influenza Death: ଡ଼ରାଇଲାଣି ନୂଆ ଭାଇରସ, ୨ ଜଣଙ୍କ ମୃତ୍ୟୁ ପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ଜରୁରୀ ଚେତାବନୀ

H3N2 Influenza Death News In Odia: ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ଘଟଣାକୁ ଗୁରୁତର ସହ ନେଇ ବୈଠକ କରିଛନ୍ତି । ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟକୁ ସତର୍କ ସୂଚନା ଜାରି ସହ କଡ଼ା ଯାଞ୍ଚ କରିବା ପାଇଁ ସବୁ ଜିଲ୍ଲା ପ୍ରଶାସନକୁ ଆଡଭାଇଜରୀ ଜାରି କରାଯାଇଛି। କେନ୍ଦ୍ର ସରକାର ସ୍ଥିତିକୁ ସୁଧାରିବା ପାଇଁ ରାଜ୍ୟ ସହ ହାତ ମିଳାଇ କାମ କରୁଛି।

H3N2 Influenza Death: ଡ଼ରାଇଲାଣି ନୂଆ ଭାଇରସ, ୨ ଜଣଙ୍କ ମୃତ୍ୟୁ ପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ଜରୁରୀ ଚେତାବନୀ

H3N2 Influenza Death News In Odia: ଦେଶରେ ଏଚ3ଏନ2 (H3N2) ଇନଫ୍ଲୁଏଞ୍ଜା ବିପଦ ବଢିବାରେ ଲାଗିଛି।  ଶୁକ୍ରବାର ଏହି ଭାଇରସ କାରଣରୁ ଦେଶରେ ପ୍ରଥମ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ମୁତାବିକ, ଏହି ଭାଇରସରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କର୍ଣ୍ଣାଟକ ଓ ହରିୟାଣା ରେ ଜଣଙ୍କ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମନ୍ତ୍ରାଳୟ କହିଛି ଯେ, (H3N2) ଇନଫ୍ଲୁଏଞ୍ଜାକୁ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ  ସମୂହ ରୋଗ ସର୍ଭିଲାନ୍ସ କାର୍ଯ୍ୟକ୍ରମ (Integrated Disease Surveillance Programme) କୁ କଡ଼ାକଡ଼ି କରାଯାଇଛି। ମନ୍ତ୍ରାଳୟର କହିବାନୁସାରେ ପାଣିପାଗ ଜନିତ ଇନଫ୍ଲୁଏଞ୍ଜା ମାର୍ଚ୍ଚ ଶେଷ ସୁଦ୍ଧା ସମାପ୍ତ ହୋଇଯାଇପାରେ। ତେବେ ଶିଶୁଙ୍କ ସମେତ ବୟସ୍କ ବ୍ୟକ୍ତିଙ୍କୁ ଏହି ରୋଗ ବେଶି ହେବାର ଆଶଙ୍କା ଅଧିକ ରହିଛି। 

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ 
ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ଘଟଣାକୁ ଗୁରୁତର ସହ ନେଇ ବୈଠକ କରିଛନ୍ତି । ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟକୁ ସତର୍କ ସୂଚନା ଜାରି ସହ କଡ଼ା ଯାଞ୍ଚ କରିବା ପାଇଁ ସବୁ ଜିଲ୍ଲା ପ୍ରଶାସନକୁ ଆଡଭାଇଜରୀ ଜାରି କରାଯାଇଛି। କେନ୍ଦ୍ର ସରକାର ସ୍ଥିତିକୁ ସୁଧାରିବା ପାଇଁ ରାଜ୍ୟ ସହ ହାତ ମିଳାଇ କାମ କରୁଛି। ଏହାସହ ସବୁ ରାଜ୍ୟ ଉପରେ କଡ଼ା ନଜର ରଖାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। 

କେବେ ଆସିଥିଲା ପ୍ରଥମ ମାମଲା
H3N2 ରୁ ପ୍ରଥମ ମୃତ୍ୟୁ ମାମଲା କର୍ଣ୍ଣାଟକର (Karnataka) ହାସନ ଜିଲ୍ଲାରୁ ରିପୋର୍ଟ କରାଯାଇଥିଲା । ରାଜ୍ୟରେ ଏହି ସଂକ୍ରମଣ ହେତୁ ଏହା ପ୍ରଥମ ମୃତ୍ୟୁ ହୋଇଥିଲା। ହାସନର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ମାର୍ଚ୍ଚ ୧ରେ ୮୨ ବର୍ଷୀୟ ହୀରେ ଗୌଡା H3N2 ରେ ମୃତ୍ୟୁ ବରଣ କରିଥିଲେ। ମାର୍ଚ୍ଚ ୧ରେ ଗୌଡା H3N2 ରେ ହିଁ ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। 

ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଗୌଡାଙ୍କର ମଧୁମେହ ରୋଗ ସହ ଉଚ୍ଚ ରକ୍ତଚାପର (High Blood Pressure) ସମସ୍ୟା ରହିଥିଲା। ୨୪ ଫେବୃଆରୀରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ମାର୍ଚ୍ଚ ୧ ରେ ତାଙ୍କର ମୃତ୍ୟୁ ହୋଇଥିଲା। ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ନିଶ୍ଚିତ କରିଛି ଯେ ସେ 'H3N2' ରେ ସେ ସଂକ୍ରମିତ ହୋଇଥିଲେ। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କିଛିଦିନ ପୂର୍ବରୁ 'H3N2' ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସୁଧାକର କିଛି ଦିନ ପୂର୍ବରୁ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ସୁଧାକରଙ୍କ ଅନୁଯାୟୀ କେନ୍ଦ୍ର ସରକାର ଏହାର ନିର୍ଦ୍ଦେଶାବଳୀରେ ପ୍ରତି ସପ୍ତାହରେ ୨୫ ଟି ପରୀକ୍ଷା କରିବା ଏବଂ ସହ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ବିଭାଗକୁ କହିଛନ୍ତି।

ସେହିପରି ହରିୟାଣାରେ H3N2 ଜୀବାଣୁରେ ମୃତ୍ୟୁବରଣ କରିଥିବା ୫୬ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ଫୁସଫୁସ କର୍କଟ (Lungs Cancer) ରୋଗ ଥିଲା। ଚଳିତ ବର୍ଷ ଜାନୁଆରୀରେ ତାଙ୍କ ଠାରେ H3N2 ଭାଇରସ ଚିହ୍ନଟ ହୋଇଥିଲା । ମୃତକ ଜିନ୍ଦ ଜିଲ୍ଲାର ବାସିନ୍ଦା ବୋଲି ହରିୟାଣା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି।

ବିଶେଷଜ୍ଞ କଣ କହୁଛନ୍ତି?
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ର ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତରେ ଗତ ଦୁଇ-ତିନିମାସ ଧରି ଜ୍ୱର ସହ କ୍ରମାଗତ କାଶ ହେବାର ସମ୍ଭାବନା 'H3N2', 'ଇନ୍‌ଫ୍ଲୁଏଞ୍ଜା ଏ'ର ଏକ ଉପ ପ୍ରକାର।

Also Read:  Shocking News: ନିଶାରେ ଚୁର ହୋଇ ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ ଦେଲେ ଗାଳି