Bilkis Bano Case: ବିଲକିସ ବାନୋ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ପୀଡ଼ିତା
Advertisement
Article Detail0/zeeodisha/odisha1464511

Bilkis Bano Case: ବିଲକିସ ବାନୋ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ପୀଡ଼ିତା

Bilkis Bano Case:  ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତ ୨୦୦୮ ମସିହାରେ ଜାନୁଆରୀ ୨୧ ତାରିଖରେ ଏହି ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ବିଲକିସ ବାନୋ ଗଣଦୁଷ୍କର୍ମ ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲା ଏହି ଦଣ୍ଡ ଶୁଣାଣୀ ହୋଇଥିଲା। ବମ୍ବେ ହାଇକୋର୍ଟ ତାଙ୍କ ଶୁଣାଣୀରେ କହିଥିଲେ କି ଯେତେବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ସେତେବେଳେ ତାଙ୍କୁ ୨୧ ବର୍ଷ ବୟସ ହୋଇଥିଲା ଓ ସେ ୭ ମାସର ଗର୍ଭବତୀ ରହିଥିଲେ। 

Bilkis Bano Case: ବିଲକିସ ବାନୋ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ପୀଡ଼ିତା

Bilkis Bano Case:  ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା (Gujarat Riot) ସମୟରେ ବିଲକିସ୍ ବାନୋ (Bilkis Bano) ଗଣଦୁଷ୍କର୍ମ (Gang Rape) ଏବଂ ହତ୍ୟା (Murder) ମାମଲାରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ନିକଟରେ ମୁକ୍ତ କରିଥିଲେ ସରକାର। ଯାହା ବିରୋଧରେ ପୁଣିଥରେ ସୁପ୍ରିମୋକୋର୍ଟଙ୍କ (Supreme Court ) ଦ୍ୱାରସ୍ଥ ହୋଇଛନ୍ତି ବିଲକିସ ବାନୋ (Bilkis Bano)। କ୍ଷମା ମାଗିବାକୁ ସୁପ୍ରିମକୋର୍ଟଙ୍କ (Supreme Court) ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଲକିସ୍ ବାନୋ (Bilkis Bano) ସର୍ବୋଚ୍ଚ ନ୍ୟାୟାଳୟରେ (Supreme Court) ଏକ ଯାଚିକା ଦାୟର କରିଛନ୍ତି। ଗୁଜୁରାଟ ସରକାରର (Gujarat Riot) ୧୧  ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିଥିଲେ। ଏହି ନିଷ୍ପତ୍ତିକୁ ଖାରଜ କରି ଅଭିଯୁକ୍ତଙ୍କୁ ପୁଣି ଥରେ ଜେଲକୁ ପଠାଇବାକୁ ବିଲକିସ୍ ଦାବି କରିଛନ୍ତି। ଗୁଜରାଟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ନୂତନ ମାଫିନାମା ଆଧାରରେ ଏହି ୧୧ ଦୋଷୀଙ୍କୁ ସରକାର ଜେଲରୁ ମୁକ୍ତ କରିଥିଲେ। ସୂଚନାଯୋଗ୍ୟ ଏହି ୧୧ ଅଭିଯୁକ୍ତଙ୍କୁ ଗତ ଅଗଷ୍ଟ ମାସ ୧୫ ତାରିଖରେ ମୁକ୍ତି କରିବାକୁ ଅନୁମତି ମିଳିଥିଲା। ଅଭିଯୁକ୍ତମାନେ ୧୫ ବର୍ଷରୁ ଅଧିକ ସମୟ ଧରି ଜେଲରେ ବନ୍ଦୀ ହୋଇ ରହିଥିଲେ। 

ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତ ୨୦୦୮ ମସିହାରେ ଜାନୁଆରୀ ୨୧ ତାରିଖରେ ଏହି ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ବିଲକିସ ବାନୋ ଗଣଦୁଷ୍କର୍ମ ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲା ଏହି ଦଣ୍ଡ ଶୁଣାଣୀ ହୋଇଥିଲା। ବମ୍ବେ ହାଇକୋର୍ଟ ତାଙ୍କ ଶୁଣାଣୀରେ କହିଥିଲେ କି ଯେତେବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ସେତେବେଳେ ତାଙ୍କୁ ୨୧ ବର୍ଷ ବୟସ ହୋଇଥିଲା ଓ ସେ ୭ ମାସର ଗର୍ଭବତୀ ରହିଥିଲେ। ଏପରିକି ହତ୍ୟାର ଶିକାର ହୋଇଥିବା ସଦସ୍ୟଙ୍କ ମଧ୍ୟରେ ତାଙ୍କର ୩ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଥିଲା। 

ଦୋଷୀଙ୍କୁ ଦଣ୍ଡାଦେଶର ଧାର୍ଯ୍ୟ ସମୟ ପୂର୍ବରୁ ତାଙ୍କୁ ମୁକ୍ତି କରିବା ଘଟଣାକୁ ବିରୋଧ କରି ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ କିଛି ରାଜନୈତିକ ଦଳ, ମାନବାଧିକାର ସଂଗଠନ ତରଫରୁ ମଧ୍ୟ ମାମଲା ରୁଜୁ କରାଯାଇଥିଲା। ସଂଗଠନ ଦ୍ୱାରା ଜାରି ଏକ ମିଳିତ ବିବୃତ୍ତିରେ କୁହାଯାଇଛି ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ କ୍ଷମା କରିବା ପ୍ରତ୍ୟେକ ଦୁଷ୍କର୍ମ ପୀଡିତାଙ୍କ ଉପରେ ନୈରାଶ୍ୟଜନକ ପ୍ରଭାବ ପକାଇବ, ଯେଉଁମାନେ ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ଓ ଦାବି କରିବା ଆବଶ୍ୟକ କରନ୍ତି। ଯେଉଁମାନେ ବିବୃତ୍ତି ଜାରି କରିଛନ୍ତି ସେମାନଙ୍କ ମଧ୍ୟରେ ସୟଦା ହମିଦ, ଜାଫରୁଲ ଇସଲାମ ଖାନ, ରୂପ ରେଖା, ଦେବକି ଜୈନ, ଉମା ଚକ୍ରବର୍ତ୍ତୀ, ସୁଭାଷିନୀ ଅଲି, କବିତା କୃଷ୍ଣନ, ମୈମୁନ୍ନା ମୁଲ୍ଲା, ହସିନା ଖାନ, ରଚନା ମୁଦ୍ରାବାଇନା, ଶବନମ ହାସମି ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଅଛନ୍ତି।

ନାଗରିକ ଅଧିକାର ସଂଗଠନଗୁଡ଼ିକରେ ସାହେଲି ମହିଳା ଉତ୍ସ କେନ୍ଦ୍ର, ଗମନ ମହିଳା ଗୋଷ୍ଠୀ, ବେବାକ୍ କଲେକ୍ଟିଭ୍, ଅଲ୍ ଇଣ୍ଡିଆ ପ୍ରଗତିଶୀଳ ମହିଳା ସଙ୍ଗଠନ, ଉତ୍ତରାଖଣ୍ଡ ମହିଲା ମଞ୍ଚ ଏବଂ ଅନ୍ୟାନ୍ୟ ସଂଗଠନ ଅନ୍ତର୍ଭୁକ୍ତ ଥିଲା। ଏହି ବିବୃତ୍ତିରେ କ୍ଷମା ପ୍ରାର୍ଥନା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯିବାକୁ ମଧ୍ୟ ଦାବି କରାଯାଇଛି। ହତ୍ୟା ଏବଂ ବଳାତ୍କାରର ଏହି ଦୋଷୀମାନଙ୍କୁ ସେମାନଙ୍କର ଦଣ୍ଡ ପୂରଣ କରିବା ପୂର୍ବରୁ ମୁକ୍ତ କରିବା ଦ୍ୱାରା ମହିଳାମାନଙ୍କ ପ୍ରତି ଅତ୍ୟାଚାର କରୁଥିବା ସମସ୍ତ ପୁରୁଷଙ୍କ ମନରେ ଭୟ ହ୍ରାସ ପାଇବ।