ଗୁଜୁରାଟରେ ଏକାଠି ହେଲ ୬୮ ଦେଶର ଗୁଡ଼ି ଉଡ଼ାଳୀ, ରଙ୍ଗୀନ ଆକାଶ ଦେଖି ହୋଇଗଲେ ହତବାକ
Advertisement

ଗୁଜୁରାଟରେ ଏକାଠି ହେଲ ୬୮ ଦେଶର ଗୁଡ଼ି ଉଡ଼ାଳୀ, ରଙ୍ଗୀନ ଆକାଶ ଦେଖି ହୋଇଗଲେ ହତବାକ

International Kite Festival: ଚଳିତ ବର୍ଷ ଜାନୁଆରୀ ୧୨ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ଆନ୍ତର୍ଜାତୀୟ ଗୁଡ଼ି ଉତ୍ସବ।  ଯାହା ଫେବୃଆରୀ ୧୪ ଶନିବାର ଶେଷ ହୋଇଥିଲା। ଏହି ଉତ୍ସବରେ ୬୮ ଦେଶର ଗୁଡ଼ି ଉଡାଳୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। 

ଗୁଜୁରାଟରେ ଏକାଠି ହେଲ ୬୮ ଦେଶର ଗୁଡ଼ି ଉଡ଼ାଳୀ, ରଙ୍ଗୀନ ଆକାଶ ଦେଖି ହୋଇଗଲେ ହତବାକ

Ahmedabad Kite Festival 2023: ଗୁଜୁରାଟ ଅହମ୍ମଦାବାଦ ଠାରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ଗୁଡ଼ି ଉତ୍ସବ ସାରା ବିଶ୍ୱରେ ପ୍ରସିଦ୍ଧ। ଚଳିତ ବର୍ଷ ଗୁଡ଼ି ଉଡ଼ା ଉତ୍ସବରେ ଉତ୍ସବରେ ଭାଗ ନେବାକୁ 
ପୃଥିବୀର ୬୮ ଦେଶର ଲୋକମାନେ ଅହମ୍ମଦାବାଦ ଠାରେ ପହଞ୍ଚିଥିଲେ। ଗତ ଶନିବାର ଆକାଶରେ ରଙ୍ଗ ବେରଙ୍ଗର ବିଭିନ୍ନ ଗୁଡ଼ି ଦେଖି ପର୍ଯ୍ୟଟକ ଆନନ୍ଦିତ ହୋଇ ଉଠିଥିଲେ।

ଚଳିତ ବର୍ଷ ଜାନୁଆରୀ ୧୨ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ଆନ୍ତର୍ଜାତୀୟ ଗୁଡ଼ି ଉତ୍ସବ (International Kite Festival 2023) । ଯାହା ଫେବୃଆରୀ ୧୪ ଶନିବାର ଶେଷ ହୋଇଥିଲା। ଏହି ଉତ୍ସବରେ ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଋଷିଆ, ଜର୍ମାନୀ, ଗ୍ରୀସ୍, ଇସ୍ରାଏଲ୍, ଇଜିପ୍ଟ, କଲମ୍ବିଆ, ଡେନମାର୍କ, ନ୍ୟୁଜିଲ୍ୟାଣ୍ଡ, ଇଣ୍ଡୋନେସିଆ, ଇଟାଲୀ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ବେଲଜିୟମ, ବାହାରିନ, ଇରାକ ଏବଂ 
ମାଲେସିଆ ସମେତ ଅନ୍ୟ ୬୮ ଦେଶର ଗୁଡ଼ି ଉଡାଳୀ (Kite Flyer) ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। 

ଭାରତ (India) ଏଥର G-20 ଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଯାହାର ପ୍ରଭାବ ଆନ୍ତର୍ଜାତୀୟ ଗୁଡ଼ି ଉତ୍ସବରେ ମଧ୍ୟ ଦେଖିବାକୁ ମିଳିଥିଲା। ଏଥର ଗୁଡ଼ି ଉତ୍ସବ ବିଷୟବସ୍ତୁ ଥିଲା "ବସୁଧୈବ କୁଟୁମ୍ବକମ୍। " ଏହି କାର୍ଯ୍ୟକ୍ରମରେ ବିଶ୍ୱର ୬୮ ଦେଶରୁ ଆସିଥିବା ୧୨୫ ଗୁଡ଼ି ଉଡ଼ାଳୀ ଆନ୍ତର୍ଜାତୀୟ ଗୁଡ଼ି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏହା ସହିତ ଦେଶର ୧୪ ରାଜ୍ୟରୁ ଆସିଥିବା ୬୫ ଗୁଡ଼ି ଉଡ଼ାଳୀ ସେମାନଙ୍କ ଗୁଡ଼ି ଉଡାଇବାର କଳା କୌଶଳ ପ୍ରଦର୍ଶନ କରିଥିଲେ। ଗୁଜୁରାଟର ୬୬୦ ଗୁଡ଼ି ଉଡ଼ାଳୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ବେଲଜିୟମ ବାସିନ୍ଦା ଜନ୍ ବାସିନ୍ଦା ଆନ୍ତର୍ଜାତୀୟ ଗୁଡ଼ି ଉତ୍ସବରେ ଯୋଗ ଦେବା ପାଇଁ ଭାରତ ଆସିଥିଲେ। ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଛୋଟ ପିଲାଙ୍କ ମୁହଁରେ ହସ ଆଣିବା। ଗ୍ରୀସରୁ ଆସିଥବା ଅନ୍ୟ ଜଣେ ଅଂଶଗ୍ରହଣକାରୀ କହିଛନ୍ତି ଯେ ମୁଁ ପୁଣି ଥରେ ଅହମ୍ମଦବାଦ ଗୁଡ଼ି ମଇଦାନ (Ahmedabad Kite Ground) ଠାରେ ପହଞ୍ଚିଥିବାରୁ ବହୁତ ଖୁସି।

ପ୍ରତିବର୍ଷ ମକର ସଂକ୍ରାନ୍ତୀ (Makar Sankranti) ଅବସରରେ ଗୁଜୁରାଟରେ (Gujarat) ଗୁଡ଼ି ଉଡ଼ା ଉତ୍ସବ ପାଳନ କରାଯାଏ। ମକର ସଂକ୍ରାନ୍ତୀ ପର୍ବ ଗୁଜୁରାଟରେ ଉତ୍ତରାୟଣ (Uttarayan) ନାମରେ ଜଣାଶୁଣା। ଉତ୍ତରାୟଣ ଅବସରରେ ସମଗ୍ର ଗୁଜୁରାଟରେ ଗୁଡ଼ି ଉଡା଼ ଉତ୍ସବ ବହୁ ଉତ୍ସାହର ସହିତ ଆୟୋଜିତ ହୋଇଛି। ଚଳିତ ଆନ୍ତର୍ଜାତୀୟ ଗୁଡ଼ି ଉଡ଼ା ଉତ୍ସବ ୧୨ ଜାନୁଆରୀରୁ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉଦଘାଟନ କରିଥିଲେ। ସାବରମତି ନଦୀ କୂଳରେ ଆୟୋଜିତ ଏହି ଉତ୍ସବକୁ ଉଦଘାଟନ କରି ଗୁଜୁରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗୁଡ଼ି ଉଡ଼ା ପରମ୍ପରା ବର୍ତ୍ତମାନ ଏକ ଆନ୍ତର୍ଜାତୀୟ ପରିଚୟରେ ପରିଣତ ହୋଇଛି।