GST Composition Scheme: ରେସ୍ତୋରାଁରେ ଜିଏସଟି ଦେବା ଜରୁରୀ ନା ନାହିଁ, ଜାଣନ୍ତୁ କ'ଣ କହୁଛି ନୂଆ ନିୟମ
Advertisement
Article Detail0/zeeodisha/odisha1752138

GST Composition Scheme: ରେସ୍ତୋରାଁରେ ଜିଏସଟି ଦେବା ଜରୁରୀ ନା ନାହିଁ, ଜାଣନ୍ତୁ କ'ଣ କହୁଛି ନୂଆ ନିୟମ

GST Composition Scheme News In Odia: ବାହାରକୁ କିମ୍ବା ରେସ୍ତୋରାଁ କୁ ଯାଉଥିଲେ ଏହି ଗୋଟିଏ କଥା ମନେ ରଖିବା ଜରୁରୀ। ଯଦି ଆପଣ ବିଲ୍ ଦେବା ସମୟରେ ଏହି ଭୁଲ କରନ୍ତି ତେବେ ଆପଣ କ୍ଷତି ସହିବେ। ଖାସ ସେଥିପାଇଁ ଜିଏସଟି କମ୍ପୋଜିସନ ସ୍କିମ ବିଷୟରେ ଟିକିନିଖି ଭାବେ ଜାଣିରଖନ୍ତୁ। ଏହାଦ୍ୱାରା ଆପଣ କ୍ଷତି ରୁ ବଞ୍ଚିପାରିବେ। 

GST Composition Scheme: ରେସ୍ତୋରାଁରେ ଜିଏସଟି ଦେବା ଜରୁରୀ ନା ନାହିଁ, ଜାଣନ୍ତୁ କ'ଣ କହୁଛି ନୂଆ ନିୟମ

GST Composition Scheme News In Odia: ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ଓ ବୟସ୍କ ଘରଠାରୁ ବିଶେଷ କରି ରେସ୍ତୋରାଁ ଖାଦ୍ୟକୁ ବେଶି ପସନ୍ଦ କରନ୍ତି  । ହେଲେ ଖାଇ ସାରିବା ପରେ ଯେତେବେଳେ ଆମେ ବିଲ୍ ଦେଖୁ ସେତେବେଳେ ମୁଣ୍ଡବିନ୍ଧା ହୁଏ କାରଣ ବିଲ୍ ରେ ଖାଦ୍ୟର ଦାମ ଠାରୁ ଅଧିକ ଜିଏସଟି ଦେବାକୁ ପଡ଼ିଥାଏ । ପ୍ରତିବର୍ଷ ବଜେଟ ଆଗତ ବେଳେ ଏହି ଜିଏସଟି ଧାର୍ଯ୍ୟ କରାଯାଇଥାଏ। ହେଲେ ଆପଣଙ୍କୁ ଆଜି ଜାଣିବାକୁ ହେବ ଯେ, ଭାରତରେ ଏମିତି ଅନେକ ରେସ୍ତୋରାଁ ରହିଛି ଯେଉଁଠାରେ ଜିଏସଟି ବିଲ୍ ଦେବାକୁ ପଡ଼ିନଥାଏ। ଆଉ ହୋଟେଲ କର୍ମଚାରୀ କିମ୍ବା ମାଲିକ ଆପଣଙ୍କୁ ବୋକା ମଧ୍ୟ ବନାଇ ପାରିବେ ନାହିଁ। 

ପ୍ରକୃତରେ ଏମିତି ହୋଟେଲ ଓ ରେସ୍ତୋରାଁ ଅଛି ଯାହା ସରକାର ଜିଏସଟି କମ୍ପୋଜିସନ ସ୍କିମ ଅନ୍ତର୍ଗତ ଏନରୋଲ୍ଡ ହୋଇଥାଏ। ଏଠାରେ କହିରଖୁଛୁ ଯେ, ସରକାର ଏହି ସ୍କିମ ଅଧିନରେ ବ୍ୟବସାୟୀଙ୍କୁ ବାର୍ଷିକ ଟର୍ନଓଭର ଉପରେ ହିଁ ଜିଏସଟି ଦେବାକୁ ପଡ଼ିଥାଏ। ସରକାରଙ୍କ ଏହି ସ୍କିମର ଫାଇଦା ୧.୫ କୋଟି ଟଙ୍କାରୁ କମ୍ ଟର୍ଣ୍ଣଓଭର କରୁଥିବା ବ୍ୟବସାୟୀ ଉଠାଇପାରିବେ। ଆଉ ବ୍ୟବସାୟୀ ନିଜ ହୋଟେଲ ବା ରେସ୍ତୋରୋଁକୁ ଆସୁଥିବା ଗ୍ରାହକଙ୍କ ଠାରୁ ଜିଏସଟି ବିଲ୍ ନେଇପାରିବେ ନାହିଁ। ଯଦି ଆପଣ ଏମିତି କୌଣସି ହୋଟେଲ ବା ରେସ୍ତୋରାଁକୁ ଖାଇବାକୁ ଯାଉଛନ୍ତି ଯାହା ସରକାରଙ୍କ  GST Composition Scheme ଅନ୍ତର୍ଗତ ତେବେ ଆପଣଙ୍କୁ ଜିଏସଟି ବିଲ୍ ଦେବାକୁ ପଡ଼ିବ ନାହିଁ। 

Also Read: Success Story: ମାଆ ଦେଇଥିଲେ ୨ ହଜାର: ପୁଅ କରିଦେଲା କୋଟିଏ

ଯଦି ଆପଣଙ୍କ ଅଜାଣତରେ ହୋଟେଲ କର୍ମଚାରୀ ବା ମାଲିକ ଆପଣଙ୍କ ଠାରୁ ଜିଏସଟି ବିଲ୍ ନିଅନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଯେବେ ବି ଆପଣ କେଉଁ ରେସ୍ତୋରାଁ ବା ହୋଟେଲ ଖାଇବାକୁ ଯାଉଛନ୍ତି ତେବେ ପ୍ରଥମେ ବୁଝିନିଅନ୍ତୁ ଏହା ସରକାରଙ୍କ ଜିଏସଟି କମ୍ପୋଜିସନ ସ୍କିମ ଅନ୍ତର୍ଭୁକ୍ତ ହୋଇଛି ନା ନାହିଁ। ଆଉ ବିଲ୍ ପେମେଣ୍ଟ ସମୟରେ ଜିଏସଟି ବିଲ୍ (Gst Bill) ଦେଉଛନ୍ତି ନା ନାହିଁ ଏହା ଉପରେ ମଧ୍ୟ ନଜର ରଖନ୍ତୁ।  ପ୍ରକୃତରେ ଏମିତି ରେସ୍ତୋରାଁକୁ ନିଜ ବିଲ୍ ଉପରେ ଲେଖିବା ଜରୁରୀ ଯେ, କମ୍ପୋଜିସନ ଟ୍ୟାକ୍ସବେଲ ପର୍ସନ, ଯୋଗାଣ ଉପରେ ଟିକସ ସଂଗ୍ରହ କରିବାକୁ ଯୋଗ୍ୟ ନୁହେଁ। ଯଦି ରେସ୍ତୋରାଁଟି ଆପଣଙ୍କୁ ଜିଏସଟି ଚାର୍ଜ କରୁଛି, ତେବେ ଆପଣ ଜଣେ ଗ୍ରାହକ ଭାବରେ ଏହାକୁ ବିରୋଧ କରିପାରିବେ । 

Also Read: ପୁରୁଷଙ୍କ ଗର୍ଭରେ ୩୬ ବର୍ଷ ଯାଏଁ ଥିଲେ ଯାଆଁଳା ଶିଶୁ! ଜାଣନ୍ତୁ କଣ ଏହି ବିରଳ ଚିକିତ୍ସା ଅବସ୍ଥା

ଆପଣ GST ପୋର୍ଟାଲ୍ www.gov.in ରେ ମଧ୍ୟ ସମାନ ସର୍ଚ୍ଚ କରିପାରିବେ । ସର୍ବପ୍ରଥମେ, ଆପଣ ପୋର୍ଟାଲରେ ସର୍ଚ୍ଚ ଟ୍ୟାକ୍ସପେୟର ବିକଳ୍ପକୁ ଯାଆନ୍ତୁ, ତାପରେ ସର୍ଚ୍ଚ କମ୍ପୋଜିସନ କରଦାତାଙ୍କ ଅପସନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କୁ ରେସ୍ତୋରାଁ ବିଲ୍ ରେ ଲେଖାଯାଇଥିବା ଜିଏସଟି ନମ୍ବର (GST Number) ପ୍ରବେଶ କରିବାକୁ ପଡିବ । ବର୍ତ୍ତମାନ ଏହାପରେ ଜାଣିବେ ଏହି ରେସ୍ତୋରାଁ ସ୍କିମ୍ ଅଧୀନରେ ଅଛି କି ନାହିଁ । ଏହା ପରେ ମଧ୍ୟ, ଯଦି ରେସ୍ତୋରାଁ ଆପଣଙ୍କଠାରୁ ଜିଏସଟି ଆଦାୟ କରେ, ତେବେ ଆପଣ gstcouncil.gov.in/grievance-redressal-commite-grc ରେ ଆପଣଙ୍କର ଅଭିଯୋଗ ଦାଖଲ କରିପାରିବେ । 

Also Read: Police Job: ୭ ହଜାର ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି ! ଯୋଗ୍ୟତା ଦଶମ ପାସ, ଦରମା ୬୨ ହଜାର